ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସାବେଳେ ଅବହେଳା ଅଭିଯୋଗ: ରକ୍ତ ନେବାବେଳେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଶନିବାର ସକାଳୁ ସକାଳୁ ଜଣେ ଗର୍ଭବତୀ ମହିଳା ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ମହିଳାଜଣକ ହେଲେ ବେଲଙ୍ଗୁଠା ବ୍ଲକ ପୁରୁଣା ଉଦ୍ରା ଗ୍ରାମର ଟିକିନା ସାମଲ। ଟିକିନାଙ୍କ ମୃତ୍ୟୁ କୁ ନେଇ ଶନିବାର ମେଡ଼ିକାଲରେ କିଛି ଘଣ୍ଟା ଉତ୍ତେଜନା ଦେଖା ଦେଇଥିଲା। ଏହାପରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଏଥିସହ ପୋଲିସ ଉପସ୍ଥିତିରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଥିଲା। ତାପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଘଟଣାରୁ ପ୍ରକାଶ ଯେ, ଟିକିନାଙ୍କୁ ତାଙ୍କ ପରିବାର ଲୋକେ ଗତ ୨୬ ତାରିଖରେ ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ୨୭ରେ ତାଙ୍କୁ ଗୋଟିଏ ରକ୍ତ ପ୍ୟାକେଟ ଦିଆଯାଇଥିଲା।
୨୮ ତାରିଖ ରାତିରେ ଟିକିନାଙ୍କୁ ଆଉ ଗୋଟିଏ ରକ୍ତ ଦିଆଯାଇଥିଲା। ରାତି ପ୍ରାୟ ୩ଟା ସମୟରେ ସେ ନିଃଶ୍ୱାସ ପ୍ରଶାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କ ସ୍ବାମୀ ଡ୍ୟୁଟିରେ ଥିବା ନର୍ସଙ୍କୁ ଡାକିଥିଲେ। ନର୍ସ ଦେଖିବା ପରେ ଏମିତି ହେବ କିଛି ଅସୁବିଧା ନାହିଁ କହି ଟିକେ ଦେଖିବା ପରେ ଚାଲି ଯାଇଥିଲେ। ଏହାର କିଛି ସମୟ ପରେ ଟିକିନା ମୃତ୍ୟୁବରଣ କରିଥିଲେ। ଚିକିତ୍ସା ଅବହେଳାରୁ ଟିକିନାଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ପରିବାର ଲୋକ ମେଡ଼ିକାଲରେ ହୋହାଲ୍ଲା କରିଥିଲେ। ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି ନେଇ ମୃତଦେହକୁ ଧରି ପରିବାର ଲୋକ ମେଡ଼ିକାଲରେ ଆନ୍ଦୋଳନ କରିଥିଲେ। ଯାହାକୁ ନେଇ ମେଡ଼ିକାଲରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ଦେଖା ଦେଇଥିଲା। ଏହାପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ସୂଚନା ଯୋଗ୍ୟ ଯେ ରାଜ୍ୟରେ ଶିଶୁ ଓ ଗର୍ଭବତୀ ମହିଳା ମୃତ୍ୟୁ ହାର କମାଇବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ତଥାପି ବିଭିନ୍ନ ସମୟରେ ତାହା ବିଫଳ ହେଉଥିବା ଆଜିର ଘଟଣାରୁ ଅନୁମାନ କରାଯାଉଛି। ଭଞ୍ଜନଗର ମେଡିକାଲରେ ବର୍ତ୍ତମାନ ୫୪ ଟି ଡାକ୍ତର ପଦବୀ ଅନୁମୋଦନ ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୭ ଜଣ ଅଛନ୍ତି। ନର୍ସ ୧୭ ଟି ପଦବୀ ଖାଲି ପଡ଼ିଛି। ଫାର୍ମାସିଷ୍ଟ ୨ ଟି ପଦବୀ ସମେତ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି। ଏଥିସହ ବର୍ତ୍ତମାନ ମେଡିକାଲରେ ଜାତୀୟ ସୱାସ୍ଥ୍ୟ ମିଶନ ମାଧ୍ୟମରେ ନିଯୁକ୍ତ ଥିବା ୭ ଜଣ କର୍ମଚାରୀ ଆନ୍ଦୋଳନ ଚଳାଇଥିବା ଯୋଗୁଁ ଭୁବନେଶ୍ୱର ଚାଲି ଯାଇଛନ୍ତି। କର୍ମଚାରୀ, ଡାକ୍ତର ପଦବୀ ଖାଲି ପଡିଥିବା ଯୋଗୁଁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ଏହିଭଳି ପରିସ୍ଥିତିରେ ଗୁରୁବାର ଅସ୍ଥିଶଲ୍ୟ ଏବଂ ସର୍ଜରୀ ଡାକ୍ତର ଦୁଇଜଣ ଭଞ୍ଜନଗର ମେଡିକାଲ କୁ ବଦଳି ହୋଇଛି। ସେମାନେ କେବେ ନୂତନ କାର୍ଯ୍ୟରେ ଯୋଗଦେବେ ତାହା ଜଣାପଡିନାହିଁ।
ଭଞ୍ଜନଗର ମେଡ଼ିକାଲ ଉପରେ ଭଞ୍ଜନଗର ଉପଖଣ୍ଡ ସମେତ କନ୍ଧମାଳ ଓ ନୟାଗଡ଼ ଜିଲାର କିଛି ଅଞ୍ଚଳର ରୋଗୀ ଚିକିତ୍ସା ସୁବିଧା ପାଇଁ ର୍ନିଭରଶିଳ । ଏନେଇ ମେଡିକାଲ ଅଧିକ୍ଷକ ଡାକ୍ତର ସିତାନ୍ସୁ ଶେଖର ଶତପଥୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ ମହିଳା ଜଣକ ରକ୍ତହୀନତା ରେ ପୀଡ଼ିତ ଥିବା ଯୋଗୁଁ ଚିକିତ୍ସିତ ହେଉଥିଲେ। ୨୭ ତାରିଖରେ ଗୋଟିଏ ରକ୍ତ ଦିଆଯାଇଥିଲା। ୨୮ ରେ ସେ ସୁସ୍ଥ ଥିବା ବେଳେ ଆଉ ଗୋଟିଏ ରକ୍ତ ପ୍ୟାକେଟ ଦିଆଯାଇଥିଲା। ରାତିରେ ସେ ମୃତ୍ୟୁବରଣ କରିଥିଲେ। ସେ ସୁସ୍ଥ ଥିବା ବେଳେ କିଭଳି ମୃତ୍ୟୁବରଣ କଲେ ତାହାର ତଦନ୍ତ କରାଯାଉଛି । ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗକୁ ଅଧିକ୍ଷକ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?