ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ୨ ଶିକ୍ଷକଙ୍କ ନାମରେ ମାମଲା

କୁଆଁରମୁଣ୍ଡା,୨୩ା୧୦(ଡି.ଏନ୍‌.ଏ.): ଆବାସିକ ବିଦ୍ୟାଳୟରେ ରହି ଶିକ୍ଷାଲାଭ କରୁଥିବା ଗରିବ ଆଦିବାସୀ ଛାତ୍ରୀଙ୍କୁ କିଭଳି ଶିକ୍ଷାଦାନ ନାମରେ ନିଜର କାମନା ଚରିତାର୍ଥ କରିବା ପାଇଁ ୨ ଶିକ୍ଷକ ପ୍ରଲୋଭିତ ପୂର୍ବକ ଅସଦାଚରଣ କରିଥିବା ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, ବୀରମିତ୍ରପୁର ଥାନା ଅନ୍ତର୍ଗତ କୁମଝରିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବରଗଡ଼ ଜିଲାର ସୁବନ ମୁନ୍ନା ଓ ଭଦ୍ରକ ଜିଲାର ରତିକାନ୍ତ ବାରିକ କଳା ଓ ବିଜ୍ଞାନ ଶିକ୍ଷକଭାବେ ନିଯୁକ୍ତି ପାଇଛନ୍ତି। ହେଲେ ଉକ୍ତ ୨ ଶିକ୍ଷକ ବିଭିନ୍ନ ସମୟରେ ଉକ୍ତ ସ୍କୁଲ ହଷ୍ଟେଲରେ ରହି ୧୦ମ ଶ୍ରେଣୀରେ ପଢୁଥିବା ଜଣେ ଗରିବ ଆଦିବାସୀ ଛାତ୍ରୀଙ୍କୁ ଏକାଧିକବାର ଅସଦାଚରଣ ପାଇଁ ବାରମ୍ବାର ଚାପ ପକାଉଥିଲେ। ମାତ୍ର ଛାତ୍ରୀ ଜଣଙ୍କ ଏଥିରେ ରାଜି ନ ହେବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ପରୀକ୍ଷାରେ ଫେଲ୍‌ କରିଦେବା ପାଇଁ ଧମକଚମକ ମଧ୍ୟ ଦେଇଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ଏନେଇ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ନିଜ ମା’ବାପାଙ୍କୁ ଏ ବିଷୟରେ ଜଣାଇବା ପରେ ଘଟଣା ସମ୍ପର୍କରେ ମା’ବାପା ସୁନ୍ଦରଗଡ଼ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏସ୍‌ପି ନାଥ ଘଟଣା ସମ୍ପର୍କରେ ଅବଗତ ହେବା ପରେ ତୁରନ୍ତ ଘଟଣାର ତଦନ୍ତ ଦାୟିତ୍ୱ ବୀରମିତ୍ରପୁର ଏସ୍‌ଡିପିଓ ମାନସରଞ୍ଜନ ପ୍ରଧାନଙ୍କୁ ଦେଇଥିଲେ। ଏସ୍‌ପି ନାଥଙ୍କ ପରାମର୍ଶକ୍ରମେ ସମ୍ପୃକ୍ତ ଛାତ୍ରୀଙ୍କ ମା’ବାପା ବୀରମିତ୍ରପୁର ଥାନାରେ ଶନିବାର ଲିଖିତ ଅଭିଯୋଗ କରିବା ପରେ ବିଭିନ୍ନ ଦଫାରେ ପୋଲିସ ୨୩୦/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁ ରଖିଛି। ଏ ନେଇ ବୀରମିତ୍ରପୁର ଏସ୍‌ଡିପିଓ ମାନସରଞ୍ଜନଙ୍କୁ ପଚାରିବାରୁ ସେ କହିଲେ ଯେ,ସମ୍ପୃକ୍ତ ଛାତ୍ରୀ ଓ ତାଙ୍କ ମା’ବାପାଙ୍କ ବୟାନ ରେକର୍ଡ କରାଯାଇଛି। ଖୁବ୍‌ଶୀଘ୍ର ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri