Advertisement

ମହିଳାଙ୍କୁ ଜାଳି ହତ୍ୟା ଉଦ୍ୟମ ଅଭିଯୋଗ

ପଦ୍ମପୁର,୨୯। ୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ପଦ୍ମପୁର ଗିରିଧାରୀ ସାହିରେ ଶୁକ୍ରବାର ଜଣେ ମହିଳାଙ୍କୁ ଘରୁ ଅଧା ପୋଡ଼ିଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ହେଲେ ସାହିର ରାମଚନ୍ଦ୍ର ପାଢ଼ୀଙ୍କ ସ୍ତ୍ରୀ ରଶ୍ମିତା। ପାରିବାରିକ ଅଶାନ୍ତିରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ଶାଶୁଘର ଲୋକେ କହୁଥିବାବେଳେ ବାପା ରାମେଶ୍ୱର ପାଣିଗ୍ରାହୀ ଏବଂ ଖୋଦ୍‌ ରଶ୍ମିତା ହତ୍ୟା ଉଦ୍ୟମ ବୋଲି ଅଭିଯୋଗ କରିଛନ୍ତି। ସ୍ବାମୀ ରାମଚନ୍ଦ୍ର ଏବଂ ଦେଢ଼ଶୁର ଗିରିଧାରୀ କିରୋସିନି ଢାଳି ହତ୍ୟା ଉଦ୍ୟମ କରିଥିବା ରଶ୍ମିତା କହିଛନ୍ତି।
ସୂଚନାଯୋଗ୍ୟ, ରାମଚନ୍ଦ୍ର ୫ ବର୍ଷ ତଳେ ଗୁଣପୁରର ରାମେଶ୍ବର ପାଣିଗ୍ରାହୀଙ୍କ ଝିଅ ରଶ୍ମିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରଠାରୁ କୌଣସି କାରଣକୁ ନେଇ ଝଗଡ଼ା ଲାଗି ରହିଥିଲା। ଶୁକ୍ରବାର ରଶ୍ମିତାଙ୍କ ବାପା ଓ ମା’ ପଦ୍ମପୁର ସ୍ଥିତ ଝିଅର ଶାଶୁଘରେ ଉପସ୍ଥିତ ଥିବାବେଳେ କୋଣସି ଅଶାନ୍ତିକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଘରେ ପାଣିତୁଣ୍ଡ ଶୁଣି ସାହି ବାସିନ୍ଦା ଗୋରାଚାନ୍ଦ ପାଣିଗ୍ରାହୀ ପହଞ୍ଚି ଅନ୍ୟମାନଙ୍କ ସହଯୋଗରେ ରଶ୍ମିତାଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ପ୍ରକାଶ କରିଛନ୍ତି। ଡାକ୍ତର ରୁତୁପୂର୍ଣ୍ଣା ପଟ୍ଟନାୟକ ରଶ୍ମିତାଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ ଶରୀରର ୬୫ ଭାଗ ପୋଡ଼ି ଯାଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛନ୍ତି। ଅନ୍ୟପକ୍ଷରେ ପଦ୍ମପୁର ଥାନା ଅଧିକାରୀ ରାଜେଶ ବଳିୟାରସିଂ, ଗୁଣପୁର ଏସ୍‌ଡିପିଓ ବିକାଶ ରଞ୍ଜନ ଦେହୁରୀ ରାୟଗଡ଼ାରୁ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଗୁରୁତର ମହିଳା ଏବଂ ତାଙ୍କ ବାପାଙ୍କ ବୟାନକୁ ଆଧାର କରି ତଦନ୍ତ ଚାଲିଥିବାବେଳେ ସାଇଣ୍ଟିଫିକ୍‌ ଟିମ୍‌ର ରିପୋର୍ଟକୁ ଅପେକ୍ଷା ବୋଲି ଏସ୍‌ଡିପିଓ ଦେହୁରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିଏସ୍‌ରେ ମାତିଛନ୍ତି ନକଲି ପ୍ରମାଣପତ୍ର ଦଲାଲ

ପୁରୀ ଅଫିସ,୧୪।୭: ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ମହାବିଦ୍ୟାଳୟରେ ଜାଲ୍‌ ପ୍ରମାଣପତ୍ର ସହାୟତାରେ ଆଡମିଶନ୍‌ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗର ଡେପୁଟି...

ବେସରକାରୀ ଅଧ୍ୟାପକ, କର୍ମଚାରୀ ସଂଘର ଅନୁଦାନ ସତ୍ୟାଗ୍ରହ

ଗଞ୍ଜାମ,୨୧ା୭(ଡି.ଏନ୍‌.ଏ.): ରାଜ୍ୟ ବେସରକାରୀ ଓ କର୍ମଚାରୀ ସଂଘ ଆହ୍ବାନ କ୍ରମେ ଗୁରୁବାର ଗଞ୍ଜାମ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟ ଫାଟକ ସମ୍ମୁଖରେ ଦୁଇ...

ସଜେଇ ହେଉଛି ଉଦୟପୁର-ତାଳସାରୀ

ଭୋଗରାଇ,୯ା୯: ନୂଆ ରୂପରେ ସଜେଇ ହେଉଛି ବାଲେଶ୍ୱର ଜିଲାର ବେଳାଭୂମି ଉଦୟପୁର-ତାଳସାରୀ। ଦୀର୍ଘବର୍ଷ ଧରି ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏହି ବେଳାଭୂମିକୁ ଅଧିକ ସୁନ୍ଦର ଓ...

ରେଞ୍ଜର ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟର ଗିରଫ

କରଞ୍ଜିଆ,୭।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଦୁଧିଆଣି ରେଞ୍ଜର ସରୋଜ ପଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ କରଞ୍ଜିଆ ବନଖଣ୍ଡ ଅଧିକାରୀ ତାଙ୍କୁ ନିଲମ୍ବନ...

ଫୁଲବାଣୀରେ ଭାଜପା, ବାଲିଗୁଡା-ଜି.ଉଦୟଗିରିରେ ବିଜେଡି ହାତେଇଲା ଅଧ୍ୟକ୍ଷ ପଦ

ଫୁଲବାଣୀ ଅଫିସ୍‌/ଜି.ଉଦୟଗିରି(ଡି.ଏନ୍‌.ଏ.),୨୬ା୩: କନ୍ଧମାଳ ଜିଲାରେ ଫୁଲବାଣୀ ପୌର ପରିଷଦ ନିର୍ବାଚନ ଏବଂ ବାଲିଗୁଡା ଏନ୍‌ଏସି ନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ଫୁଲବାଣୀ ପୌର ପରିଷଦ...

ଛାତ୍ରଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଯାଉଛି

ମୋରଡ଼ା,୧୨।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ଥିବା ଏକ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରମାନଙ୍କୁ ଜଣେ ବ୍ୟକ୍ତି ନିଜ କାର୍ଯ୍ୟରେ ଲଗାଉଥିବା ଦେଖିବାକୁ ମିଳିଛି।...

ମହିଳା ଦିବସରେ ପାଣି ପାଇଁ ପ୍ରତିବାଦ କଲେ ମହିଳା

ବସ୍ତା,୮।୩(ଡି.ଏନ୍‌.ଏ): ବିଶ୍ୱ ମହିଳା ଦିବସରେ ବସ୍ତା ବ୍ଲକ ଅନ୍ତର୍ଗତ ଗୋଡ଼ିଖାଳ ନିକଟ ଜୁଣବଳଦାଠାରେ ପାନୀୟ ଜଳର ସମସ୍ୟା ନେଇ ମହିଳାମାନଙ୍କ ଦ୍ୱାରା ୬୦ ନଂ ଜାତୀୟ...

ପରିବା ବୋଝେଇ ଗାଡ଼ି ଭିତରେ ୧ କୋଟି ଟଙ୍କାର ଗଞ୍ଜେଇ

ପାରଳାଖେମୁଣ୍ଡି:୨୯।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ମଙ୍ଗଳବାର ରାତିରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ୩ ଜଣଙ୍କୁ ଅଟକ ରଖାଯାଇଛି।...

Advertisement
Archives

Model This Week