ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ରବିଋତୁ ଧାନ ସଂଗ୍ରହ ପାଇଁ ମଣ୍ଡିଗୁଡ଼ିକ ଖୋଲିବ। ସଂଯୋଗବଶତଃ ଚଳିତ ସାଧାରଣ ନିର୍ବାଚନରେ ଏଥର ଏଭଳି ସ୍ଥିତି ଆସିଛି। ଏହା ଶାସକ ନା ବିରୋଧୀ ଦଳକୁ ସୁହାଇବ, ତାହା ସମୟ କହିବ। କିନ୍ତୁ ବରଗଡ଼ ଜିଲାରେ ୮୦ % କୃଷକ ପରିବାରର ମତଦାତା ରହିଥିବା ଯୋଗୁ ଏଥର ସାଧାରଣ ନିର୍ବାଚନରେ ଚାଷୀଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ତାହା ଅଜଣା, ଅଛପା ହୋଇ ରହିନାହିଁ। ନିର୍ବାଚନ ଜିତିଲା ପରେ ତାହା ପୂରଣ କରନ୍ତୁ ଅବା ନ କରନ୍ତୁ, ନିର୍ବାଚନୀ ଇସ୍ତାହାର ଏବଂ ପ୍ରଚାରବେଳେ ରାଜନୈତିକ ଦଳଗୁଡ଼ିକ ମାଳମାଳ ପ୍ରତିଶ୍ରୁତି ଦେଉଛନ୍ତି। ଭାଜପା ରାଜ୍ୟରେ ଶାସନକୁ ଆସି ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରିବ ବୋଲି ପ୍ରତିଶ୍ରୁତି ଦେଇଥିବାବେଳେ କଂଗ୍ରେସ ଧାନ କୁଇଣ୍ଟାଲ ପ୍ରତି ୩ ହଜାର ଟଙ୍କା ପ୍ରଦାନ ସହିତ ସ୍ବତନ୍ତ୍ର ବୋନସ ଏବଂ କୃଷକଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ପେନ୍‌ସନ ଦେବା ପାଇଁ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଛି। ତେବେ ବିଜେଡି ନିର୍ବାଚନୀ ଇସ୍ତାହାର ଜାରି କରି ନ ଥିଲେ ସୁଦ୍ଧା ନିର୍ବାଚନୀ ବୈତରଣୀ ପୁଣି ପାରି ହେବା ପାଇଁ ସେଥିରେ ଚାଷୀ, ଚାଷ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେବ ବୋଲି ସାଧାରଣରେ ଆଲୋଚନା ହେଉଛି। ସେହିପରି ଆମ ଆଦ୍‌ମୀ ପାର୍ଟି, ବହୁଜନ ସମାଜ ପାର୍ଟି ସମେତ ବିଭିନ୍ନ ଦଳ ଚାଷ, ଚାଷୀ ସମସ୍ୟାକୁ ନିର୍ବାଚନୀ ପ୍ରସଙ୍ଗ କରି ନିର୍ବାଚନ ମଇଦାନକୁ ଦଳୀୟ ପ୍ରାର୍ଥୀ ଛାଡ଼ିବାକୁ ଜୋରଦାର୍‌ ଲାଗି ପଡ଼ିଛନ୍ତି। ଏଭଳି ସ୍ଥଳେ ନିର୍ବାଚନ ସମୟରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବା ରାଜ୍ୟର ଶାସକ ଦଳ ଅର୍ଥାତ୍‌ ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ମତଦାନର ୧୦ଦିନ ପୂର୍ବରୁ ଧାନ କିଣାବିକା ଆରମ୍ଭ ହେଉଛି। ଫଳରେ ଅନ୍ୟବର୍ଷ ଭଳି ଯଦି ଏଥର ମଧ୍ୟ ଆରମ୍ଭରୁ ଧାନ ସଂଗ୍ରହ ପ୍ରକ୍ରିୟା ଅବ୍ୟବସ୍ଥିତ ହୋଇପଡ଼େ, ତାହା ଶାସକ ବିରୋଧୀ ଜନମତ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି। ଆଉ ସେଭଳିସ୍ଥିତି ଉପୁଜିଲେ ବିରୋଧୀ ଭାଜପା ଏବଂ କଂଗ୍ରେସ ତା’ର ଫାଇଦା ଉଠାଇବେ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ଅନ୍ୟପଟେ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ଆଇନଗତ ମାନ୍ୟତା ପ୍ରଦାନ, ସ୍ବାମୀନାଥନ କମିଶନଙ୍କ ସୁପାରିସରେ ଏମ୍‌ଏସ୍‌ପି ନିର୍ଦ୍ଧାରଣ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଦିଲ୍ଲୀ ସୀମାବର୍ତ୍ତୀ ଅଞ୍ଚଳରେ ଆନ୍ଦୋଳନ ଜାରି ରଖିଛି। ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଏହା ସତ୍ତ୍ବେ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ମୋଦି ସରକାର ସେଥିପ୍ରତି ନୀରବ ରହିଛନ୍ତି, ଫଳରେ ଚାଷୀ ଭୋଟ ଭାଜପା ବିପକ୍ଷରେ ଯିବାକୁ ମଧ୍ୟ ଏଡ଼ାଇ ଦେଇ ହେଉନାହିଁ। ତେବେ ଏଥିରୁ କଂଗ୍ରେସ କିଭଳି ଲାଭ ଉଠାଇ ପାରୁଛି, ତାହା ମତଦାନ ଫଳାଫଳ ଆସିବା ପରେ ଜଣାପଡ଼ିବ। ରାଜନୈତିକ ସମୀକ୍ଷକ ସତ୍ୟନାରାୟଣ ପାଢ଼ୀ କହିଛନ୍ତି, ଧାନ କିଣାବିକା ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ସୁବ୍ୟବସ୍ଥା ଭିତରେ ବ୍ୟାପକ ଅବ୍ୟବସ୍ଥା ଲାଗିରହିଛି। ଏହି ବ୍ୟବସ୍ଥା ଆଜିର ନୁହେଁ, ଏହା ଦୀର୍ଘଦିନର ଏବଂ ଯାହାର ନିଦାନ ଏଯାଏ ବାହାରି ପାରି ନାହିଁ। ଡିଜିଟାଲ ପ୍ରକ୍ରିୟାରେ ପ୍ରତି ୬ ମାସରେ ଚାଷୀଙ୍କ ନାମ ପଞ୍ଜୀକରଣ, ଧାନ ବିକ୍ରିବଟାରେ ଟୋକନ ବ୍ୟବସ୍ଥା, କଟ୍‌ନୀ ଛଟ୍‌ନୀ, ପି.ସି କାରବାର, ଧାନ ସୁରକ୍ଷିତ ରଖିବା ପାଇଁ ମଣ୍ଡିରେ ସ୍ଥାନାଭାବ, ବର୍ଷାରେ ଭିଜି ଧାନ ଗଜାହେବା, ମଣ୍ଡିରେ ଦଲାଲଙ୍କ ଦୌରାତ୍ମ୍ୟ ଭଳି ଅନେକ ଅଭିଯୋଗ ନେଇ ଚାଷୀ ମନରେ ଏକ ସୁପ୍ତ ଅସନ୍ତୋଷର ବହ୍ନି ପାଉଁଶତଳର ନିଆଁ ଭଳି ରହିଛି। ଏଥର ଧାନ ସଂଗ୍ରହ ପ୍ରକ୍ରିୟାରେ ସେଭଳି ଅନିୟମିତତା ଲାଗି ରହିଲେ, ମତଦାନରେ ସେହି ପାଉଁଶତଳର ନିଆଁ ଲେଲିହାନ ଶିଖା ସ୍ବରୂପ ଧାରଣ କରିବାର ସମ୍ଭାବନା ରହିଛି ବୋଲି ପାଢ଼ୀ କହିଛନ୍ତି। ସେହିପରି ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ଧାନ ସଂଗ୍ରହ ନୀତି ଓଡ଼ିଶାରେ ବିଫଳ ହୋଇଛି। ବିକେନ୍ଦ୍ରିତ ନୀତି କେନ୍ଦ୍ରୀକରଣ କରିବା ଫଳରେ ଜମି ପଞ୍ଜୀକରଣ, ଟୋକନ କଟକଣା, କଟ୍‌ନୀ ଛଟ୍‌ନୀ, ବସ୍ତା, ସୁତୁଲି, ଧାନ ଉଠିବା ଆଦି ସମସ୍ୟା ଲାଗିରହିଛି। ଚଳିତ ଋତୁ ନିର୍ବାଚନ ବର୍ଷ ଏବଂ ଠିକ୍‌ ଏହି ସମୟରେ ଧାନକିଣା। ଏଣୁ ନିର୍ବାଚନରେ ନିଶ୍ଚୟ ଏହାର ପ୍ରଭାବ ପଡ଼ିବ ଏବଂ ଅବ୍ୟବସ୍ଥା ହେଲେ ଆନ୍ଦୋଳନ ଦୁର୍ବାର ହେବ ବୋଲି ମହାପାତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଉପରେ ଖୁବ୍‌ ବର୍ଷିଲେ ଶାହା

ଭଞ୍ଜନଗର,୧୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାରେ ବୁଧବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ହୋଇଥଲା। ଏଥିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟ...

କଟକରେ ଶାହାଙ୍କ ରୋଡ୍‌ ଶୋ’

କଟକ,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା...

ଭାଜପା ସରକାର ଆସିଲେ ପ୍ରଥମେ ସାବାଡ୍‌ ହେବେ ଚିଟ୍‌ଫଣ୍ଡକାରୀ

ସୋରଡ଼ା,୧୫ା୫: ବୁଧବାର ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଜିଲାର ସୋରଡ଼ାଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ...

ନବୀନ ବାବୁଙ୍କ ଜିଲାକୁ ଆମେ ୧ ନଂ କରିଦେବୁ: ଶାହା

ସୋରଡ଼ା,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା...

ଗରିବ ମହିଳା, ବେକାରୀଙ୍କ ପାଇଁ ମାସକୁ ୮୫୦୦ ଟଙ୍କା ଘୋଷଣା କଲେ ରାହୁଲ

ବଲାଙ୍ଗୀର,୧୫ା୫(ସୁନୀଲ ମହାନ୍ତି): ଯେଉଁ ସମ୍ବିଧାନ ଦେଶର ଅଗଣିତ ଚାଷୀ, ଗରିବ, ଖଟିଖିଆ, ମଜଦୂର, ମହିଳା, ଯୁବକ, ଯୁବତୀଙ୍କୁ ବଞ୍ଚିବାର ଅଧିକାର ଦେଇଛି, ସେଇ ସମ୍ବିଧାନକୁ ଭାଜପା...

୭ ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ଜୋର୍‌ଦାର

ହାଟଡିହୀ,୧୫ା୫(ଶୁଭକାନ୍ତ ନାୟକ): ବୁଧବାର ୭ଟି ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ଜୋର୍‌ଦାର କରିଛି ବିଜେଡି। ପ୍ରଥମେ କର୍ମୀମାନେ ବିଦ୍ୟାଧରପୁର ବଜାରଠାରେ ଏକଜୁଟ୍‌ ହୋଇଥିଲେ। ପରେ ବିଜେଡି ବିଧାୟକ...

ଭାଜପା ସରକାର ଜନବିରୋଧୀ ସରକାର: ପାଣ୍ଡିଆନ

ଦେବଗଡ଼,୧୫ା୫: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ବୁଧବାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମୟରେ ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା...

ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏହି ୩ ବଡ଼ ପ୍ରତିଶ୍ରୁତି, କହିଲେ…

ଦେବଗଡ଼,୧୫ା୫: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ବୁଧବାର ଜୋର୍‌ଦାର୍‌ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ଯଥା ବିଏସ୍‌କେଓ୍ବାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri