ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ ଚାଲିବ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଅଧିବେଶନରେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରୀୟ ସଂଯୋଜକ ଏଲ.ପି ପଟେଲ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଭଞ୍ଜନଗର ବିଧାୟକ ତଥା କୁର୍ମିକ୍ଷତ୍ରିୟ ପ୍ରଦେଶ ସଂସ୍ଥାର କର୍ମକର୍ତ୍ତା ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତିର ଉନ୍ନତି ପାଇଁ ଯାହା ସାହାଯ୍ୟ ସହଯୋଗ ଲୋଡା ଯୋଗାଇ ଦେବି ବୋଲି କହିଥିଲେ। ଏଥିସହ ସଂସ୍ଥାର ପ୍ରଦେଶ କାର୍ଯ୍ୟାଳୟ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଡଃ. ବିଜୟ ସିଂ ନିରଞ୍ଜନ,ରାଷ୍ଟ୍ରୀୟ ମହିଳା ଅଧକ୍ଷା ଲତା ଋଷି ଚନ୍ଦ୍ରକର ,ରାଷ୍ଟ୍ରୀୟ ମହିଳା କୋଷଧକ୍ଷା ମମତା ଏସ.ପଟେଲ, ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଧୀରଜ ପାଟିଦାର,ରାଷ୍ଟ୍ରୀୟ ଯୁବ ମହାସଚିବ
ଅରୁଣ କୁମାର ପଟେଲ, ରାଷ୍ଟ୍ରୀୟ ପ୍ରଚାର ପ୍ରସାର ମନ୍ତ୍ରୀ ପଠାଣି ଭଞ୍ଜ, ରାଷ୍ଟ୍ରୀୟ ସଚିବ ନେତାଜୀ ବିଷୋୟୀ,ରାଷ୍ଟ୍ରୀୟ ସଦସ୍ୟ ଗଙ୍ଗାଧର ନାୟକ, ବୈକୁଣ୍ଠନାଥ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଦେଶ ସଭାପତି ସୂର୍ଯ୍ୟନାରାୟଣ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ।
ଉପସଭାପତି କଂଗ୍ରେସ ପ୍ରଧାନ, ସମ୍ପାଦକ ବିଶ୍ବନାଥ ରାଉତ,ସହ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ବିପିନଚନ୍ଦ୍ର ନାୟକ, ସାଙ୍ଗଠନିକ ସମ୍ପାଦକ ଭବାନୀ ଶଙ୍କର ପ୍ରଧାନ, ଆଇନ ପରାମର୍ଶଦାତା ରାଜେନ୍ଦ୍ର ପ୍ରସାଦ ପ୍ରଧାନ,
ଦିବାକର ନାୟକ, ଅଭ୍ୟର୍ଥନା ସମିତି ସଭାପତି ଶ୍ରୀନିବାସ ପ୍ରଧାନ, ଅଭ୍ୟର୍ଥନା ସମିତି ସମ୍ପାଦକ ସୁବାଷ ଚନ୍ଦ୍ର ପ୍ରଧାନ, ପ୍ରଦେଶ ମହିଳା ସଭାନେତ୍ରୀ ମହେଶ୍ବତା ନାୟକ, ପ୍ରଦେଶ ଯୁବ ସଭାପତି ଆଲୋକ ପ୍ରଧାନ ପ୍ରମୁଖ ବିଭିନ୍ନ ଅଧିବେଶନରେ ଅତିଥି ଭାବରେ ଯୋଗଦେବେ। ଛାମୁଣ୍ଡା ଅଞ୍ଚଳ ପୂର୍ଣଚନ୍ଦ୍ର ପ୍ରଧାନ ଏବଂ ଅନ୍ୟମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପ୍ରଥମଥର ପାଇଁ ଏତେ ବଡ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ଯୋଗୁ ଜାତିର ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ଧାନଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri