କୋଟିଆରେ ଆନ୍ଧ୍ର ନିର୍ବାଚନ ରୋକିବାକୁ ସବୁ ଦଳ ଏକାଠି

ପଟ୍ଟାଙ୍ଗି, ୨୨।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆରେ ଆନ୍ଧ୍ର ତାହାର ପଞ୍ଚାୟତ ନିର୍ୱାଚନ କରିବ। ଆନ୍ଧ୍ର ପକ୍ଷରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲର ବୁଧବାର ପ୍ରଥମ ଦିନରେ ୧୮ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି। କୋଟିଆ ପଞ୍ଚାୟତ ଉପରସେମ୍ୱି ଗାଁର ତାଡିଙ୍ଗି ଚିରଞ୍ଜିବ ଟିଡିପି, ପାନୁକୁବାଲସା ଗ୍ରାମର ମାଝି କାନପୁରୀ ଓ୍ୱାଇଏସ୍‌ଆର୍‌ସିପି ଦଳ ପକ୍ଷରୁ ଦାଖଲ କରିଥିବା ଜଣାପଡ଼ିଛି। ତେବେ ଏହି ନିର୍ୱାଚନକୁ ରୋକିବାକୁ ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ରାଜନୈତିକ ଦଳର ନେତା ଓ ପ୍ରଶାସନିକ ଅଧିକାରୀମାନେ ବୁଧବାର ଏକ ବୈଠକ କରିଛନ୍ତି।
ବୈଠକରେ ପଟ୍ଟାଙ୍ଗି ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ପ୍ରତିନିଧି ଶୁକ୍ରା ଖରା, ଭାଜପା ବ୍ଲକ ସଭାପତି ନରସିଂହ ବାଙ୍କା, କଂଗ୍ରେସ ବ୍ଲକ ସଭାପତି ଅର୍ଜୁନ ବାଙ୍କା, ବିଡିଓ ରାମକୃଷ୍ଣ ନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ, କୋଟିଆ ଦାୟିତ୍ୱରେ ଥିବା ଓଏସ୍‌ଡି ସୌରଭ ଦାସ, ଜିଲାପରିଷଦ ସଦସ୍ୟ ତଥା ରାଜ୍ୟ ବିଜେଡି ଆଦିବାସୀ ସେଲ୍‌ ସମ୍ପାଦକ ଲଇଛନ ଖରା, ଜିଲାପରିଷଦ ସଦସ୍ୟା ଟିକାଇ ଗେମେଲଙ୍କ ସମେତ ବିଭିନ୍ନ ଦଳର ନେତୃବୃନ୍ଦ ଓ ସରକାରୀ

କର୍ମଚାରୀ ଉପସ୍ଥିତ ଥିଲେ। ଓଡ଼ିଶାର ଭୂସମ୍ପତ୍ତି ଏବଂ ଖଣିଜ ସମ୍ପଦ ଉପରେ ଆନ୍ଧ୍ର ଲୋଲୁପ ଦୃଷ୍ଟି ରଖି ସୀମାନ୍ତ ଅଞ୍ଚଳରେ ଏଭଳି ନିର୍ୱାଚନ କରି ସୁପ୍ରିମକୋର୍ଟର ଟାଟସକୋକୁ ଉଲଘଂନ କରୁଛି। ଏହାକୁ ମିଳିମିଶି ପ୍ରତିବାଦ କରିବାକୁ ହେବ ବୋଲି ବିଧାୟକ କାଡାମ କହିଥିଲେ। ସେହିପରି ଦଳମତ ନିର୍ୱିଶେଷରେ ସର୍ୱଦଳୀୟ ନେତୃବୃନ୍ଦ ଏକଜୁଟ ହୋଇ ଆନ୍ଧ୍ରର ଏହି ଚକ୍ରାନ୍ତକୁ ସମ୍ପୂର୍ଣ୍ଣ ଭଣ୍ଡୁର କରିବାକୁ ରାଜ୍ୟ ବିଜେଡି ଆଦିବାସୀ ସେଲ୍‌ ସମ୍ପାଦକ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷରେ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଥିବା ବେଳେ ଉପସ୍ଥିତ ସରକାରୀ ଅଧିକାରୀ ଓ ଦଳୀୟ ନେତାମାନେ ଏଥିରେ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ଆନ୍ଧ୍ର ନିର୍ୱାଚନକୁ ଦୃଷ୍ଟିରେ ରଖି କୋଟିଆ ପଞ୍ଚାୟତ ନୋଡାଲ୍‌ ଅଧିକାରୀ ତଥା ଉପଜିଲାପାଳ ଫବି ରସିଦ ବୁଧବାର କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ଛନ୍ତି। ସେଠାରେ ତହସିଲଦାର ଧାରୁଆ ଏବଂ ଓଏସ୍‌ଡି ଅଫିସର ସୌରଭ ଦାସ ଓ ଅନ୍ୟ ଅଧିକାରୀଙ୍କ ସହ ରହି ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?