Posted inଖେଳ

ଅଲ ଇଣ୍ଡିଆ ଜୋନାଲ କରାଟେ: ଓଡ଼ିଶାକୁ ୨୩ ପଦକ

ଭୁବନେଶ୍ୱର,୪ା୧୨(ସ୍ପୋଟର୍‌ସ ବ୍ୟୁରୋ): ଦିଲ୍ଲୀର ତାଲକୋଟରା ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍‌ ଇଣ୍ଡିଆ ଜୋନାଲ କରାଟେ ପ୍ରତିଯୋଗିତାରେ ଓଡିଶା ୨୩ଟି ପଦକ ହାସଲ କରିଛି। ଓଡ଼ିଶାର କରାଟେକାମାନେ ୧୦ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୮ କାଂସ୍ୟ ପଦକ ହାସଲ କରିଛନ୍ତି। ଅନୁପମା ସ୍ବାଇଁ ମହିଳା ସିନିୟର ୫୫ କିଲୋ କୁମିତେରେ, ସାଲୋନୀ ଲେଙ୍କା ମହିଳା ସିନିୟର ୬୮ କିଲୋ, ରିତେଶ ରାୟ ସିନିୟର ଓ ୨୧ ବର୍ଷରୁ କମ୍‌ ପୁରୁଷ ୮୪ କିଲୋ ବର୍ଗରେ, ସୁମନ ଶେଖର ଦାସ ସିନିୟର ପୁରୁଷ ୭୫ କିଲୋ, ବ୍ରତତି ବିଶ୍ୱପ୍ରଭା ପତି ୨୧ ବର୍ଷରୁ କମ ମହିଳା ୫୦ କିଲୋ, ମଧୁପ୍ରିୟା ବାଇ କ୍ୟାଡେଟ ମହିଳା କାଟା, ରିତେଶ ମହାନ୍ତି କ୍ୟାଡେଟ ପୁରୁଷ ୫୭ କିଲୋ, ସିନିୟର ମହିଳା ଟିମ୍‌ କାଟା (ଭାଲେନା ଭାଲେଣ୍ଟିନା, ଶୂରୋମିତା ସିହ୍ନା, ଅଫିଫା ପରୱେଜ) ଓ ପୁରୁଷ ଜୁନିୟର ଟିମ କାଟା (ଜ୍ୟୋତି ରଞ୍ଜନ ରାଉତ, ବେଦାନ୍ତ ଦାସ, ଶୁଭମ ସାମଲ) ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।

ସେହିପରି ସିନ୍ଧୁତନୟା ଖୁଣ୍ଟିଆ ମହିଳା ସିନିୟର ୫୦ କିଲୋ କୁମିତେ, ଦେବସ୍ମିତା ଦଳବେହେରା ୨୧ ବର୍ଷରୁ କମ ମହିଳା ୬୮ କିଲୋ, ବେଦାନ୍ତ ଦାସ କ୍ୟାଡେଟ ପୁରୁଷ କାଟା, ଶୂରୋମିତା ସିହ୍ନା କ୍ୟାଡେଟ ମହିଳା କାଟା ଓ ଶୁଭକାନ୍ତ ବିଶାଳ ଜୁନିୟର ପୁରୁଷ ୭୦ କିଲୋ ବିଭାଗରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।

ଭାଲେନା ଭାଲେଣ୍ଟିନା ସିନିୟର ମହିଳା କାଟାରେ, ଡି. ଭଗବାନ ରେଡି ସିନିୟର ପୁରୁଷ ୫୫ କିଲୋ, ବ୍ରତତି ବିଶ୍ୱପ୍ରଭା ପତି ସିନିୟର ମହିଳା ୫୦ କିଲୋ, ଅନୁରାଧା ପାତ୍ର ମହିଳା ୬୮ କିଲୋ, ଦୀପ୍ତି ନାମଦେଓ କ୍ୟାଡେଟ ମହିଳା ୪୦ କିଲୋ କୁମିତେ, ଜ୍ୟୋତି ରଞ୍ଜନ ରାଉତ ପୁରୁଷ ଜୁନିୟର କାଟା, ଅଫିଫା ପରୱେଜ ୨୧ ବର୍ଷରୁ କମ ମହିଳା ଓ ବରିଷ୍ଠ ପୁରୁଷ ଟିମ୍‌ କାଟା (ମହେଶ ଡୋରା, କ୍ରିଷ୍ଣା ଶିକାରୀ, ତୁଷାର ବିଶାଳ, ରଜନୀ ବିଶି) ପ୍ରମୁଖ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ପଦକ ବିଜେତା ପ୍ରତିଯୋଗୀମାନଙ୍କୁ ଓଡ଼ିଶା ରାଜ୍ୟ କରାଟେ ସଂଘର ସମ୍ପାଦକ ଗୌରୀ ମହାନ୍ତି, କୋଚ ଡ. ହରି ପ୍ରସାଦ ପଟ୍ଟନାୟକ ଓ ଅନ୍ୟାନ୍ୟ ସଦସ୍ୟ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଏହି ୫ ଜଣ ସାଜିଲେ ଦଳର ସବୁଠୁ ବଡ଼ ‘ଭଲେନ’! ବୈଭବ-ଆୟରଙ୍କ ସହ…

ନୂଆଦିଲ୍ଲୀ, ୮।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ତାର ଟି-୨୦ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ହାତରୁ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri