Posted inଖେଳ

ସର୍ବଭାରତୀୟ ଲାଲମନି କ୍ରିକେଟ୍‌: ଏମ୍‌ଏମ୍‌ସିସି ଚାମ୍ପିୟନ

ସୋନପୁର,୨୯।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଗାନ୍ଧୀ ପଡିଆରେ ଜିଲା କ୍ରିକେଟ୍‌ ସଂଘ ଆନୁକୂଲ୍ୟରେ ଚାଲିଥିବା ୩୫ତମ ସର୍ବଭାରତୀୟ ଲାଲମନି କ୍ରିକେଟ୍‌ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଏସ୍‌ଓସି ବ୍ଲାଷ୍ଟର ଆସାନସୋଲ, ପଶ୍ଚିମବଙ୍ଗ ଓ ଏମ୍‌ଏମ୍‌ସିସି ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଅନୁଷ୍ଠିତ ଟି ୨୦ ମାଚ୍‌ରେ ବ୍ଲାଷ୍ଟର ଦଳ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୧୧୮ ରନ କରିଥିଲା। ଦଳ ପକ୍ଷରୁ ଶୁଭମ ସିଂ ୫୦ରନ ଓ ମାର୍ସଲ ଚାପଲା ୨୧ରନ କରିଥିଲେ। ସମ୍ବଲପୁରର ପପୁ ରାୟ ୪ ଓ ରଜତ ଶର୍ମା ୨ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ସମ୍ବଲପୁର ଦଳ ୧୧୯ରନର ବିଜୟ ଲକ୍ଷ୍ୟକୁ ୧୫.୨ ଓଭରରେ ୨ ଉଇକେଟ ବିନିମୟରେ ଅନାୟସରେ ଅତିକ୍ରମ କରିନେଇଥିଲା। ଦଳ ପକ୍ଷରୁ ଟପ୍‌ ସ୍କୋରର ଗୌରବ ତୋମାରଙ୍କ ୫୩ ଏବଂ ସଞ୍ଜିବ ସିଂ ୨୭ ଓ ଅଭିନନ୍ଦନ ସିଂ ୨୫ରନ କରିଥିଲେ।
ପଶ୍ଚିମବଙ୍ଗ ଦଳର ସତ୍ୟମ କୁମାର ଓ ସୌରଭ କୁମାର ଗୋଟିଏ ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଟୁର୍ନାମେଣ୍ଟ ନିୟମାନୁସାରେ ସମ୍ବଲପୁର ଦଳକୁ ବୋନସ ୬ ରନ ମିଳିଥିଲା। ପରେ ଅନୁଷ୍ଠିତ ଟି୧୦ମ୍ୟାଚ୍‌ରେ ପଶ୍ଚିମବଙ୍ଗ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୪୯ ରନ କରିଥିଲା। ଦଳ ପକ୍ଷରୁ ଅଜୟ ସାହୁ ୨୧ରନ କରିଥିଲେ। ସମ୍ବଲପୁର ପକ୍ଷରୁ ପ୍ରୟାସ ରାୟ ୩ ଓ ପପୁ ରାୟ ୨ ଉଇକେଟ୍‌ ନେଇଥିଲେ। ଜବାବରେ ସମ୍ବଲପୁର ଦଳ ୬.୪ ଓଭରରେ ୩ ଉଇକେଟ୍‌ ବିନିମୟରେବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ଦଳ ପକ୍ଷରୁ ଗୌରବ ତୋମାର ସର୍ବାଧିକ ୩୧ରନ କରିଥିଲେ। ସମ୍ବଲପୁର ଦଳ ୭ ଉଇକେଟ୍‌ରେ ଉଭୟ ଫର୍ମାଟରେ ମ୍ୟାଚ ଜିତି ଟୁର୍ନାମେଣ୍ଟର ଚାମ୍ପିୟନ ହୋଇଥିଲା। ସୋନପୁର ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଓ ରନର ଅପ୍‌ ଦଳକୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳାଳି ହରବିନ୍ଦର ସିଂ, ଓଡିଶା କ୍ରିକେଟ ସଂଘର ସମ୍ପାଦକ ସଞ୍ଜୟ ବେହେରା, ଓଡିଶା କ୍ରିକେଟ ଏକାଡେମୀର ୧୯ବର୍ଷରୁ କମ୍‌ କ୍ରିକେଟ୍‌ ଦଳର କୋଚ ଶୋଭନ ଦେବ, ସାମାଜିକକର୍ମୀ ଶ୍ରୀବତ୍ସ ମଲ୍ଳିକ, ଝାରସୁଗୁଡା ଜିଲା କ୍ରିକେଟ ସଂଘର ସମ୍ପାଦକ ମେହେତାବ ଖାଁ, ବୌଦ୍ଧ ଜିଲା କ୍ରିକେଟ୍‌ ସଂଘର ସମ୍ପାଦକ ଯୁଗଳ ସାମଲ ଯୋଗଦାନ କରିଥିଲେ। ସୁବର୍ଣ୍ଣପୁର ଜିଲା କ୍ରିକେଟ୍‌ ସଂଘର ସଭାପତି ରାମଶଙ୍କର ସାହୁ ଓ ସମ୍ପାଦକ ପ୍ରଦୀପ ସେଠୀ ମଞ୍ଚାସିନ ଥିଲେ। ସମ୍ବଲପୁର ଦଳର ଗୌରବ ତୋମାରଙ୍କୁ ମ୍ୟାନ୍‌ ଅଫ ଦି ମାଚ୍‌ ଓ ବେଷ୍ଟ ବ୍ୟାଟ୍ସମ୍ୟାନ୍‌, ଅଭିନନ୍ଦନ ସିଂଙ୍କୁ ମ୍ୟାନ୍‌ ଅଫ ଦି ସିରିଜ୍‌ ଓ ବେଷ୍ଟ ବୋଲର ଏବଂ ପଶ୍ଚିମବଙ୍ଗର ସଚିନ ମିଶ୍ରଙ୍କୁ ବେଷ୍ଟ ଉଇକେଟକିପର ପୁରସ୍କାର ପ୍ରଦାନ କରା ଯାଇଥିଲା। ମ୍ୟାଚ୍‌ ପରିଚାଳନା କରିଥିଲେ ଓସିଏ ସ୍ବୀକୃତିପ୍ରାପ୍ତ ଅମ୍ପାୟର ପୃଥ୍ବୀରାଜ ମିଶ୍ର ଓ ସତ୍ୟପ୍ରସାଦ ରଥ।

 


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?