Posted inଜାତୀୟ

ସାରା ଭାରତ ମୋ ଘର: ରାହୁଲ…

ନୂଆଦିଲ୍ଲୀ,୮।୮ : ସୁପ୍ରିମକୋର୍ଟ ମୋଦି ଉପନାମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବା ପରେ ସେ ପୁଣି ଦିଲ୍ଲୀର ତୋଗଲକ ଲେନ ୧୨ ରେ ନିଜର ପୁରୁଣା ସରକାରୀ ବାସଭବନକୁ ଫେରି ପାଇଛନ୍ତି। ମାର୍ଚ୍ଚ ୨୪ ରେ ୱାୟାନାଡ ଏମପି ଭାବରେ ଅଯୋଗ୍ୟ ହେବା ପରେ ସେ ଏପ୍ରିଲରେ ଖାଲିଥିବା ବଙ୍ଗଳାକୁ ଲୋକସଭା ଗୃହ କମିଟି ପୁଣି ଆବଣ୍ଟନ କରିଛନ୍ତି।
ପୁରୁଣା ବାସଭବନକୁ ଫେରିବା ନେଇ ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ରାହୁଲ ଗାନ୍ଧୀ କହିଛନ୍ତି ମୋର ଘର ହେଉଛି ସାରା ଭାରତ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯଦି ଜଣେ ଏମପିଙ୍କୁ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡିତ କରାଯାଏ, ତେବେ ସେ ସ୍ବୟଂଚାଳିତ ଭାବରେ ଅଯୋଗ୍ୟ ହୋଇଯିବେ। ତେଣୁ, ଅଯୋଗ୍ୟ ଏମପି ସରକାରୀ ବାସଭବନ ଭଳି ସରକାରୀ ସୁବିଧା ପାଇବାକୁ ହକଦାର ହେବେ ନାହିଁ। ଏହାକୁ ଖାଲି କରିବାକୁ ତାଙ୍କୁ ଏକ ମାସ ସମୟ ଦିଆ ଯାଇଥାଏ।

ରାହୁଲ ଗାନ୍ଧୀ ୨୦୦୫ ମସିହାରୁ କ୍ରମାଗତ ଭାବରେ ଏହି ବଙ୍ଗଳାରେ ରହୁଥିବାବେଳେ ତାଙ୍କ ମା ସୋନିଆ ଗାନ୍ଧୀ ୧୦ ଜନପଥରେ ଏକ ପୃଥକ ସରକାରୀ ବଙ୍ଗଳାରେ ରହୁଛନ୍ତି। ରାହୁଲ ତାଙ୍କ ବାସଭବନ ଖାଲି କରିବା ପରେ ତାଙ୍କ ମା’ଙ୍କ ଘରେ ମଧ୍ୟ କିଛି ଦିନ ରହିଥିଲେ। ଏପ୍ରିଲରେ ଘରୁ ଯିବାବେଳେ ରାହୁଲ ଗାନ୍ଧୀ କହିଥିଲେ , ଆଜିକାଲି ସତ୍ୟ କହିବା ପାଇଁ ମୂଲ୍ୟ ଦେବାକୁ ପଡୁଛି। ଯାହା ଆସିବ ଆସୁ ମୁଁ ତାହା ଜାରି ରଖିବି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ମରଣକୁ ଡାକୁଛି ଆ’…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲୀ ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିବା ଦେଖିବାକୁ…

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଲେ ୪ ଛାତ୍ର

ନୟାଗଡ଼,୯ା୮(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ସାଇ ସାହାରା ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଇଥିବା…

ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଛି ବନ୍ୟାଜଳ, ପୁଣି ଖୋଲିଲା ଗେଟ୍‌

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ରବିବାର ପୁଣିଥରେ ବିପୁଳ ପରିମାଣର ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Mettle Meet 2026: ଆଜି ଗ୍ରାଣ୍ଡ୍‌ ଫିନାଲେ, ମୁହାଁମୁହିଁ ହେବେ ୮ ଲେଖାଏ ଟିମ୍‌

ଭୁବନେଶ୍ୱର,୯।୮(ବନ୍ଦନା ସେଠୀ/ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି…

୩୮ ଏମ୍‌ଓୟୁ ସ୍ବାକ୍ଷରିତ: ଓଡ଼ିଶାକୁ ୬୬,୩୯୨ କୋଟି ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର,୯।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ ଶନିବାର ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି।…

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri