Posted inଖେଳ

ଆଜି ଭାରତ-ଆୟାରଲାଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଡବଲିନ୍‌,୨୬।୬: ଦୁଇ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟି -୨୦ ମ୍ୟାଚରେ ରବିବାର ଦିନ ଭାରତ ଏବଂ ଆୟାରଲାଣ୍ଡର କ୍ରିକେଟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ଡବଲିନ୍‌ରେ ଖେଳାଯିବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍‌ରାଙ୍କ ଭଳି ଷ୍ଟାର ଖେଳାଳି ଉପସ୍ଥିତ ନାହାଁନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଟିମ ଇଣ୍ଡିଆର ନେତୃତ୍ୱ ନେବେ। ଆଇପିଏଲର ୧୫ତମ ସିଜନରେ ତାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସର ଟାଇଟଲ ଜିତିବା ପରେ ବିସିସିଆଇ ତାଙ୍କୁ ଆୟାରଲାଣ୍ଡ ଗସ୍ତ ପାଇଁ ଟିମ ଇଣ୍ଡିଆର ଅଧିନାୟକ ଭାବରେ ନିଯୁକ୍ତ କରିଛି।
ଭେଟେରାନ ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଦଳର ଉପ-ଅଧିନାୟକ ହେବେ। ଏହି ସିରିଜରେ ରାହୁଲ ତ୍ରିପାଠୀ, ଅର୍ଶଦୀପ ସିଂ ଏବଂ ଉମରାନ ମଲିକଙ୍କ ଉପରେ ସମସ୍ତ ନଜର ରହିବ। ଏହି ୩ ଖେଳାଳି ଡେବ୍ୟୁ କରିବାର ସମ୍ଭାବନା ରହିଛି।
ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ସିରିଜର ପ୍ରଥମ ଟି -୨୦ ମ୍ୟାଚ ଭାରତୀୟ ସମୟ ରାତି ୯ରୁ ଆରମ୍ଭ ହେବ। ସୋନି ସିକ୍ସ ଏବଂ ସୋନି ଏଚ୍‌ଡିରେ ଏହି ମ୍ୟାଚ୍‌ର ଲାଇଭ ଟେଲିକାଷ୍ଟ ଦେଖିହେବ। ସୋନି ଲାଇଭରେ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ମେସିଙ୍କ ରେକର୍ଡ, ନକ୍‌ଆଉଟ୍‌ରେ ପହଞ୍ଚିଲା ଆର୍ଜେଣ୍ଟିନା

ଆର୍ଲିଟନ,୨୩ା୬: ଲିଓନେଲ ମେସିଙ୍କ ରେକର୍ଡ ଡବଲ ଗୋଲ ବଳରେ ଖେଳାଯାଇଥିବା ଗ୍ରୁପ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ ଗୋଲରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଡିଫେଣ୍ଡିଂ…

ହତ୍ୟା ରହସ୍ୟ ଉନ୍ମୋଚିତ: ଏହି କାରଣରୁ ମହିଳାଙ୍କୁ ଜୀବନରୁ ମାରିଦେଇଥିଲେ ରମାକାନ୍ତ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଶମ ପ୍ରଶାଖା ଛକ କେନାଲ ଘାଟ ନିକଟର ରବିବାର ଉଦ୍ଧାର ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇଛି। ମୃତ…

ଚନ୍ଦ୍ରିକା ମୃତ୍ୟୁ ମାମଲା: ୨ ଦିନିଆ ରିମାଣ୍ଡରେ ଗଲେ ବୟଫ୍ରେଣ୍ଡ ଭୀମସେନ

ବାରଙ୍ଗ,୨୩।୬: ବାରଙ୍ଗ ଥାନା ପୋଲିସ ମଙ୍ଗଳବାର ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଗିରଫ OAS ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଛି। ପୋଲିସ ଭୀମସେନଙ୍କୁ ୩…

ଆକ୍ସନ ମୋଡ୍‌ରେ ପୋଲିସ: ବିପୁଳ ଦେଶୀମଦ ଜବତ

ଦାରିଙ୍ଗବାଡି, ୨୩।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ ଓ ତାକୁ…

ଘର କାମ କରୁଥିଲେ ଶୋଭାରାଣୀ, ଲାଗିଲା କରେଣ୍ଟ୍‌: ଆଉ ତା’ପରେ..

ଖଇରା,୨୩।୬(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ମହାତିପୁର ପଞ୍ଚାୟତ ଅଧୀନ ଚକ ଗ୍ରାମର ବୈକୁଣ୍ଠ ସାମଲ (୩୫)ଙ୍କ ପତ୍ନୀ ଶୋଭାରାଣୀ ମଙ୍ଗଳବାର ବିଦ୍ୟୁତ ସଂସ୍ପର୍ଶରେ…

ବେକ କାଟି ବାପାଙ୍କୁ ହତ୍ୟା କଲା ପୁଅ

ଟେନସା, ୨୩।୬ (ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାର ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ବସ୍ତିରେ  ମଙ୍ଗଳବାର ସକାଳେ ଘରୋଇ କଳହକୁ କେନ୍ଦ୍ରକରି ଏକ ହୃଦୟବିଦାରକ ଘଟଣା…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା: ଧାନବିକ୍ରି ଟୋକନ ଦାବିରେ ଗର୍ଜିଲେ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ)- ଖରିଫ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ହେଲେ ବରଗଡ଼ ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ରବିରେ ଅମଳ ଧାନ ବିକ୍ରି କରି ପାରି ନାହାଁନ୍ତି ।…

ପୁଣି ଘୁଞ୍ଚିଲା OTET ପରୀକ୍ଷା: ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୨୩।୬: ପୁଣି ଘୁଞ୍ଚିଲା OTET ପରୀକ୍ଷା। ଜୁନ୍‌ ୨୮ରେ ହେବାକୁ ଥିବା OTET ପରୀକ୍ଷା ତାରିଖ ଘୁଞ୍ଚାଯାଇଛି। ଜୁନ ୨୮ ବଦଳରେ ଜୁଲାଇ ୫ରେ ହେବ ପରୀକ୍ଷା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri