ଆଳିଜଙ୍ଗା-ନାଗପୁରା-ନିଳିକଣା ରାସ୍ତା ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା ଅଫିସ, ୧୯ା୯:ଦେଶ ବିକାଶରେ ସଡ଼କ ଯୋଗାଯୋଗ ପଥର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରି ଅନୁଦାନ ପ୍ରଦାନ କରୁଛନ୍ତି। ତେବେ ଏହି ଅର୍ଥ ତୃଣମୂଳସ୍ତର ପ୍ରକଳ୍ପରେ ନ ଲାଗି ଠିକାଦାର ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ପକେଟକୁ ଯାଉଛି। ଏପରି ଅଭିଯୋଗ ଆଳିଜଙ୍ଗା-ନାଗପୁରା-ନିଳିକଣା ରାସ୍ତା ନିର୍ମାଣ ବିପର୍ଯ୍ୟସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଜିଲା ପ୍ରଶାସନ ନିକଟରେ ଏକ ଅଭିଯୋଗ ପତ୍ର ଶନିବାର ପ୍ରଦାନ କରିଛନ୍ତି। ଅଭିଯୋଗ ମୁତାବକ, ୭କିମି ୫ ମିଟର ରାସ୍ତା ପାଇଁ ୪କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୩ ବର୍ଷ ନ ପୂରୁଣୁ ଫାଟି ଅଁା କରିଛି। ଏହି ରାସ୍ତାର ଭିଜିଲାନ୍ସ ତଦନ୍ତ ଦାବି କରିବା ସହ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି।
ଏ ସମ୍ପର୍କରେ ହରିହର ବେହେରା, ମନୋଜ କୁମାର ଦାସ, ଭାଗୀରଥି ଜେନାଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଅଭିଯୋଗକାରୀ କହିଛନ୍ତି, ପ୍ରକଳ୍ପର ଅର୍ଥ ହଡପ ଯୋଗୁ ଜୀବନଯାତ୍ରା ବ୍ୟାହତ ହେଉଛି। ୨୦୧୭ରେ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକା ସଂସ୍ଥା ସହ ଚୁକ୍ତି ହୋଇଥିଲା। ରାସ୍ତାର ଲମ୍ବ ୭ କି.ମି. ୫୦୦ ମିଟର ହୋଇଥିବା ବେଳେ ବ୍ୟୟ ଅଟକଳ ୪ କୋଟି ୭୨ ଲକ୍ଷ ଟଙ୍କା ଥିଲା। ଚୁକ୍ତି ମୁତାବକ ଠିକା ସଂସ୍ଥା ସୂଚନା ଫଳକ ଦ୍ୱାରା ପ୍ରକଳ୍ପର ସମ୍ୟକ ସୂଚନା ପ୍ରଦାନ ପାଇଁ ବ୍ୟବସ୍ଥା ଅଛି। ତେବେ ଏହି ସୂଚନା ଫଳକ ଏଠାରେ ଅଦ୍ୟାବଧି ଲାଗିନାହିଁ। ସେହିପରି ୨୦୧୮ରେ ପ୍ରକଳ୍ପ ଶେଷ ଅବଧି ଥିବା ବେଳେ ଏହାର ବହୁ ବିଳମ୍ବରେ ରାସ୍ତା ନିର୍ମାଣ ହେଲା। ସେହିପରି ପ୍ରକଳ୍ପ ପାଇଁ ମୋଟ ୪୦ ହଜାର ଟ୍ରିପ୍‌ ମାଟି ବ୍ୟବସ୍ଥା ହୋଇଛି। ଏହି ମାଟିରେ ନାଗପୁରା ପାଟ ମଧ୍ୟ ଦେଇ ଯାଇଥିବା ଗୋବରୀ ଘେରିବନ୍ଧକୁ ୩ ଫୁଟ ଉଚ୍ଚ ଓ ୨୦ ଫୁଟ ଚଉଡା କରିବାକୁ ଚୁକ୍ତି ପତ୍ରରେ ଉଲ୍ଲେଖ ଅଛି। ତେବେ ଅଦ୍ୟାବଧି ମାତ୍ର ୧ ହଜାର ଟ୍ରିପ୍‌ ମାଟି ପଡିଥିବା ବେଳେ ରାସ୍ତା ଚଉଡା ୧୨ରୁ ୧୫ ଫୁଟ ମଧ୍ୟରେ ସୀମିତ ରହିଛି। ରାସ୍ତାରେ ମାଟି ପକାଇ ଭାଇବ୍ରେଟର ସାହାଯ୍ୟରେ ଚପାଯିବା କଥା। ପରେ ୬ ଇଞ୍ଚ ବହଳର କଂକ୍ରିଟ ଡଷ୍ଟ ପଡି ରାସ୍ତାକୁ ସୁଗମ ପାଇଁ ଚୁକ୍ତିପତ୍ରରେ ବ୍ୟବସ୍ଥା ଅଛି। ତେବେ ଏଥିରେ ବହୁ ଅନିୟମିତତା ଥିବାରୁ ବିଭାଗୀୟ ଅଧିକାରୀ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ବାରୁଅ, କୋରୋ, ଓସ୍ତପୁର, କଂସାର ପଞ୍ଚାୟତବାସୀଙ୍କ ସହ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିକା ବ୍ଲକବାସୀଙ୍କ ପାଇଁ ଜିଲା ମୁଖ୍ୟ କାର୍ଯ୍ୟାଳୟ, ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାତାୟାତ ପାଇଁ ଏହା ଉପଯୁକ୍ତ ପଥ। ତେବେ ନିର୍ମାଣଗତ ତ୍ରୁଟି ଯୋଗୁ ପିଚୁ ଓ ଢଲେଇ ରାସ୍ତାଟି ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ଫାଟି ଅଁା କରିଛି। ଏପରି କି ଗତ ଏପ୍ରିଲ ମାସରେ ନିର୍ମାଣ କରାଯାଇଥିବା ଗାର୍ଡ ୱାଲ ଭୁଶୁଡି ପଡିଛି। ମା’ ବରୁଣେଇ ପୀଠ ନିକଟ ସମେତ ଅନେକ ସ୍ଥାନରେ ଗାତ ସୃଷ୍ଟି ହୋଇଛି। ଚଳିତ ବର୍ଷାରେ ପାଣି ଜମି ରହିବାରୁ ଅନେକ ଦୁର୍ଘଟଣା ଘଟିଛି। ୫ ବର୍ଷ ପାଇଁ ମେଣ୍ଟେନାନ୍ସ ପାଇଁ ଚୁକ୍ତିପତ୍ରରେ ଉଲ୍ଲେଖ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ଏହାର ନବୀକରଣ ପାଇଁ ପୁଣି ଥରେ ଅର୍ଥ ବ୍ୟୟ ପାଇଁ ମସୁଧା ଚାଲିଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବିପତ୍ର ଦିଆଯାଇଛି। କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେଲେ ଜନ ଆନ୍ଦୋଳନ ହେବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଅଭିଯୋଗପତ୍ରକୁ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri