ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍‌: ଆଇସିଇଆର୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍‌ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍‌ମାନେ ୟୁଏଫ୍‌ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ ଇଣ୍ଟରନ୍ୟାଶନାଲ କୋଏଲିଶନ ଫର୍‌ ଏକ୍ସଷ୍ଟ୍ରାଟେରିଷ୍ଟୋରିଆଲ୍‌ ରିସର୍ଚ୍ଚ (ଆଇସିଇଆର) ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଏବେ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି।

ଆଇସିଇଆର ପକ୍ଷରୁ ଦାବି କରାଯାଇଛି ଯେ, ଏଲିଅନ୍‌ ଅର୍ଥାତ୍‌ ଅନ୍ୟ ଗ୍ରହର ପ୍ରାଣୀ ମହାକାଶ ନୁହେଁ ସମୁଦ୍ରରୁ ହିଁ ପୃଥିବୀ ଭ୍ରମଣରେ ୟୁଏଫଓ ମାଧ୍ୟମରେ ଆସୁଛନ୍ତି। ଆଇସିଇଆର ପକ୍ଷରୁ ପ୍ରକାଶିତ ହୋଇଥିବା ଏହି ରିପୋର୍ଟରେ ଆମେରିକା ନୌସେନା ଗତ ୨୦ ବର୍ଷ ଧରି ଦେଖିଥିବା ୧୨୦ରୁ ଅଧିକ ଥର ଆକାଶରେ ୟୁଏଫ୍‌ଓ ଉଡୁଥିବା ଘଟଣା ଉପରେ ବିଶ୍ଲେଷଣ କରାଯାଇଥିବା ଉପାଧ୍ୟକ୍ଷ ତଥା ପୂର୍ବତନ ପୋଲିସ ଅଧିକାରୀ ଗୈରି ହେସେଲ୍ଟାଇନ୍‌ କହିିଛନ୍ତି। ସେ ରୟାଲ ଏୟାର ଫୋର୍ସ ପୋଲିସରେ ଦୀର୍ଘ ୬ ବର୍ଷ କାମ କରିବା ସମୟରେ ବହୁ ଅଭିଜ୍ଞତା ହାସଲ କରିଛନ୍ତି।

ଓ୍ବେବସାଇଟ୍‌ ଦ ସନ୍‌ ଅନୁସାରେ ଆମେରିକା ନୌସେନା ଉପରେ ଘୁରିବୁଲୁଥିବା ୟୁଏଫ୍‌ଓ ଏଲଅନ୍‌ ପ୍ରକୃତରେ ମହାକାଶ ଅବା ସମୁଦ୍ରରୁ ଆସୁଛନ୍ତି ତାହା ପ୍ରମାଣିତ କରିବାକୁ ସକ୍ଷମ। ଅଥଳ ମହାସାଗର ଅବା ଖାଇ ଏଲିଅନ୍‌ମାନଙ୍କ ୟୁଏଫ୍‌ଓ ବେସ୍‌ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ସେ ମତପୋଷଣ କରିଛନ୍ତିି।

ବର୍ତ୍ତମାନ ସୁଦ୍ଧା ମହାକାଶ ତୁଳନାରେ ସଭ୍ୟ ମଣିଷ ମହାସାଗର ସମ୍ପର୍କରେ ଖୁବ୍‌ କମ୍‌ ଜାଣିଛି। ମହାସାଗର ବିଷୟରେ ମଣିଷ ପ୍ରାୟ ୫ ପ୍ରତିଶତ ଜ୍ଞାନ ହାସଲ କରିବାକୁ ସକ୍ଷମ ହୋଇଛି। ତେଣୁ ସମୁଦ୍ର ହିଁ ଏଲିଅନ୍‌ଙ୍କ ୟୁଏଫ୍‌ଓ ବେସ୍‌ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

ଦିନିକିଆରେ ସଚିନଙ୍କୁ ପଛରେ ପକାଇ ଐତିହାସିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୭: ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ବର୍ମିଂହାମରେ ତାଙ୍କ ଏକଦିବସୀୟ କ୍ୟାରିୟରର 300ତମ ଇନିଂସରେ ବ୍ୟାଟିଂ କରିଥିଲେ।…

Puri Rath Yatra, ଅଣନିଶ୍ବାସୀ ହୋଇ ଚାଲିଗଲା ୨ ଭକ୍ତଙ୍କ ଜୀବନ!

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ଅଣନିଶ୍ବାସୀ ହୋଇ ୨ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ମୃତାହତଙ୍କୁ…

Video: ହନୁମାନଙ୍କ ଆଶୀର୍ବାଦ ପାଇବା ପରେ ଇନିଂସ ଆରମ୍ଭ କରିଥିଲେ ବୈଭବ ସୂର୍ଯ୍ୟବଂଶୀ, ହେଲିକପ୍ଟର ସଟ ମାରି ନିଜର ଶକ୍ତି ଦେଖାଇଲେ…

ନୂଆଦିଲ୍ଲୀ,୧୬।୭: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ସଫଳତା ସହିତ, ୧୫ବର୍ଷୀୟ…

ଗଞ୍ଜାମରେ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ପହଞ୍ଚି ଦର୍ଶନ ଦେଲେ ତିନି ଠାକୁର, କୁନି ଭକ୍ତ କଲେ….

ଗଞ୍ଜାମ,୧୬।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି…

ISROର ୧୦୦ ସାଇଣ୍ଟିଷ୍ଟ ଚାକିରି ଛାଡିବା ପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୭: ଭାରତ ସରକାର ISRO ବୈଜ୍ଞାନିକମାନଙ୍କ ପାଇଁ ଇସ୍ତଫା ଏବଂ ଅକାଳ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ ISROରେ ଗ୍ରୁପ A…

Puri Rath Yatra: ବଡ଼ଦାଣ୍ଡରେ ଗଡ଼ିଲା ରଥ, ଶରଧାବାଲି ଅଭିମୁଖେ ବଡ଼ ଠାକୁରଙ୍କ ତାଳଧ୍ବଜ

ପୁରୀ,୬।୭: ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ରଥଟଣା। ବଡ଼ଦାଣ୍ଡରେ ଗଡ଼ିଲା ପ୍ରଭୁ ବଡ଼ ଠାକୁରଙ୍କ ତାଳଧ୍ବଜ ରଥ। ଲକ୍ଷାଧିକ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର।…

ପୁରୁଷୋତ୍ତମପୁରରେ ରଥଯାତ୍ରା: ବର୍ଷାରେ ଭିଜିଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର,୧୬ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ହେଲେ ଦୀର୍ଘ ୪ ଦିନ ଧରି ଦାଉ ସାଧି ଲାଗିରହିଥିବା ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri