ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍‌: ଆଇସିଇଆର୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍‌ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍‌ମାନେ ୟୁଏଫ୍‌ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ ଇଣ୍ଟରନ୍ୟାଶନାଲ କୋଏଲିଶନ ଫର୍‌ ଏକ୍ସଷ୍ଟ୍ରାଟେରିଷ୍ଟୋରିଆଲ୍‌ ରିସର୍ଚ୍ଚ (ଆଇସିଇଆର) ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଏବେ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି।

ଆଇସିଇଆର ପକ୍ଷରୁ ଦାବି କରାଯାଇଛି ଯେ, ଏଲିଅନ୍‌ ଅର୍ଥାତ୍‌ ଅନ୍ୟ ଗ୍ରହର ପ୍ରାଣୀ ମହାକାଶ ନୁହେଁ ସମୁଦ୍ରରୁ ହିଁ ପୃଥିବୀ ଭ୍ରମଣରେ ୟୁଏଫଓ ମାଧ୍ୟମରେ ଆସୁଛନ୍ତି। ଆଇସିଇଆର ପକ୍ଷରୁ ପ୍ରକାଶିତ ହୋଇଥିବା ଏହି ରିପୋର୍ଟରେ ଆମେରିକା ନୌସେନା ଗତ ୨୦ ବର୍ଷ ଧରି ଦେଖିଥିବା ୧୨୦ରୁ ଅଧିକ ଥର ଆକାଶରେ ୟୁଏଫ୍‌ଓ ଉଡୁଥିବା ଘଟଣା ଉପରେ ବିଶ୍ଲେଷଣ କରାଯାଇଥିବା ଉପାଧ୍ୟକ୍ଷ ତଥା ପୂର୍ବତନ ପୋଲିସ ଅଧିକାରୀ ଗୈରି ହେସେଲ୍ଟାଇନ୍‌ କହିିଛନ୍ତି। ସେ ରୟାଲ ଏୟାର ଫୋର୍ସ ପୋଲିସରେ ଦୀର୍ଘ ୬ ବର୍ଷ କାମ କରିବା ସମୟରେ ବହୁ ଅଭିଜ୍ଞତା ହାସଲ କରିଛନ୍ତି।

ଓ୍ବେବସାଇଟ୍‌ ଦ ସନ୍‌ ଅନୁସାରେ ଆମେରିକା ନୌସେନା ଉପରେ ଘୁରିବୁଲୁଥିବା ୟୁଏଫ୍‌ଓ ଏଲଅନ୍‌ ପ୍ରକୃତରେ ମହାକାଶ ଅବା ସମୁଦ୍ରରୁ ଆସୁଛନ୍ତି ତାହା ପ୍ରମାଣିତ କରିବାକୁ ସକ୍ଷମ। ଅଥଳ ମହାସାଗର ଅବା ଖାଇ ଏଲିଅନ୍‌ମାନଙ୍କ ୟୁଏଫ୍‌ଓ ବେସ୍‌ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ସେ ମତପୋଷଣ କରିଛନ୍ତିି।

ବର୍ତ୍ତମାନ ସୁଦ୍ଧା ମହାକାଶ ତୁଳନାରେ ସଭ୍ୟ ମଣିଷ ମହାସାଗର ସମ୍ପର୍କରେ ଖୁବ୍‌ କମ୍‌ ଜାଣିଛି। ମହାସାଗର ବିଷୟରେ ମଣିଷ ପ୍ରାୟ ୫ ପ୍ରତିଶତ ଜ୍ଞାନ ହାସଲ କରିବାକୁ ସକ୍ଷମ ହୋଇଛି। ତେଣୁ ସମୁଦ୍ର ହିଁ ଏଲିଅନ୍‌ଙ୍କ ୟୁଏଫ୍‌ଓ ବେସ୍‌ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri