ନାଁ ବଦଳାଇବେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ତାଙ୍କ ନାଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆଲିଆ ତାଙ୍କ ନାଁରେ ସ୍ବାମୀ ରଣବୀର କପୁରଙ୍କ ସର୍‌ନେମ ଯୋଡ଼ିବେ। ଆଲିଆ-ରଣବୀର ୨୦୨୨ ଏପ୍ରିଲରେ ବିବାହ କରିଥିଲେ। ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସେଟ୍‌ରେ ଏକାଠି କାମ କରୁଥିବାବେଳେ ସେମାନେ ପରସ୍ପର ନିକଟତର ହୋଇଥିଲେ। ଜୁନ ଶେଷରେ ଆଲିଆ ଗର୍ଭବତୀ ଥିବା ଘୋଷଣା କରିଥିଲେ। ଉଭୟ ନିଜ ସନ୍ତାନକୁ ସ୍ବାଗତ ପାଇଁ ପ୍ରସ୍ତୁତ ହେଉଛନ୍ତି।

ଏକ ସାକ୍ଷାତକାରରେ ଆଲିଆ କହିଛନ୍ତି, ତାଙ୍କ ସ୍କ୍ରିନ ନାମ ସବୁବେଳେ ଆଲିଆ ଭଟ୍ଟ ହେବ। କିନ୍ତୁ ସେ ଖୁବ୍‌ଶୀଘ୍ର କପୁର ପରିବାରରେ ଯୋଗ ଦେଇଥିବାରୁ ସେ ତାଙ୍କ ନାଁକୁ ଆଲିଆ ଭଟ୍ଟ-କପୁରରେ ପରିବର୍ତ୍ତନ କରିବେ। ତାଙ୍କ ପାସପୋର୍ଟରେ ନାମ ଅପଡେଟ କରି ସେ କହିଛନ୍ତି ମୁଁ ଏହା କରି ଖୁସି ଅଟେ।

ରଣବୀର ତାଙ୍କ ପାସପୋର୍ଟରେ ନିଜର ବୈବାହିକ ସ୍ଥିତିକୁ ତୁରନ୍ତ ବଦଳାଇବା ପରେ ଆଲିଆ କହିଛନ୍ତି , ବର୍ତ୍ତମାନ ଆମର ଏକ ସନ୍ତାନ ହେବାକୁ ଯାଉଛି। କପୁର ପରିବାର ଏକାଠି ଯାତ୍ରା କରୁଥିବାବେଳେ ମୁଁ ଆଉ ଭଟ୍ଟ ହେବାକୁ ଚାହେଁ ନାହିଁ; ତୁମେ ଜାଣ ମୁଁ କଣ ଚାହେଁ? ମୁଁ ଏକୁଟିଆ ଅନୁଭବ କରିବାକୁ ଚାହେଁ ନାହିଁ। ଆଲିଆ ଏବଂ ରଣବୀର ସେମାନଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜକୁ ଅପେକ୍ଷା କରିଛନ୍ତି।

 

ଏ ତ ଗଲା ଆଲିଆ-ରଣବୀରଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ପ୍ରଫେଶନାଲ କଥା ଦେଖିବା ତେବେ ରଣବୀରଙ୍କୁ ‘ବ୍ରହ୍ମାସ୍ତ୍ର’ରେ ଶିବ ରୂପେ ଦେଖିବାକୁ ମିଳିବ, ଆଲିଆ ତାଙ୍କ ପ୍ରେମିକା ଈଶା ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆୟନ ମୁଖାର୍ଜୀ। ଏଥିରେ ବିଗ୍‌ ବି ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନୀ ରାୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହା ସେପ୍ଟେମ୍ବର ୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମଦନିଶାରେ ଟଳମଳ ହୋଇ ରାସ୍ତାରେ ବୁଲିଲେ ସନ୍ନି ଦେଓଲ! ସାହାରା ଦେଲେ ଅଟୋ ଡ୍ରାଇଭର…

ବମ୍ବେ: ମଦନିଶାରେ ଟଳମଳ ହୋଇ ରାସ୍ତାରେ ବୁଲୁଥିବା ନଜର ଆସିଲେ ଗଦର ଷ୍ଟାର ସନ୍ନି ଦେଓଲ। ଅବସ୍ଥା ଏଭଳି ଥିଲା ଯେ ଏକ ଅଟୋ ରିକ୍ସାବାଲା...

ବଲିଉଡ୍‌ର ଏଭଳି ଜଣେ ସୁପରଷ୍ଟାର, ଯାହାଙ୍କୁ ପ୍ରଥମ ଫିଲ୍ମ ପରେ ବିବାହ ପ୍ରସ୍ତାବ ପଠାଇଥିଲେ ୩୦ହଜାର ଯୁବତୀ…

ବମ୍ବେ: ବଲିଉଡର ହ୍ୟାଣ୍ଡସମ ନାୟକଙ୍କ ମଧ୍ୟରୁ ହ୍ରିତିକ ରୋଶନ ଅନ୍ୟତମ। ତାଙ୍କୁ ‘ବଲିଉଡ୍‌ର ଟମ କ୍ରୁଜ’ ମଧ୍ୟ କୁହାଯାଏ। ସୁନ୍ଦର ଚେହେରା ଯୋଗୁ ବଲିଉଡରେ ନିଜର...

ବାତ୍ୟାରେ ଦୀର୍ଘ ୨୪ ଘଣ୍ଟା ଯାଏ ଫସି ରହିଲେ ଆମିର ଖାଁ; ପାଣି କି ବିଜୁଳି ମିଳିଲା ନାହିଁ…

ଚେନ୍ନାଇ: ବାତ୍ୟା ‘ମିଗ୍‌ଜୋମ୍‌’ରେ ଫସି ରହିଥିଲେ ବଲିଉଡ୍‌ ଅଭିନେତା ଆମିର ଖାଁ। ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ନୁହେଁ ଦୀର୍ଘ ୨୪ ଘଣ୍ଟା ଯାଏ ଫସି...

‘ରଣବୀର କପୁର ନୁହନ୍ତି ରଣବୀର ସିଂ ଥିଲେ ପ୍ରଥମ ପସନ୍ଦ’

ବମ୍ବେ: ବଲିଉଡ ଅଭିନେତା ରଣବୀର କପୁର ୨୦୧୮ରେ ଆସିଥିବା ବ୍ଲକବଷ୍ଟର ସିନେମା ‘ସଞ୍ଜୁ’ରେ ଚମତ୍କାର ଅଭିନୟ କରିଥିଲେ। ଫିଲ୍ମ ସମୀକ୍ଷକଙ୍କଠାରୁ ଆରମ୍ଭ କରି ଦର୍ଶକେ ଏହାକୁ...

ବୋହୂରାଣୀଙ୍କୁ ଅନ୍‌ଫଲୋ କଲେ ବିଗ୍‌ବି, ପୁଅଙ୍କ ସହ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ବଢ଼ିଲା…

ବମ୍ବେ: ବିଗ୍‌ବି ଅମିତାଭ ବଚ୍ଚନଙ୍କ ଘରେ ସବୁକିଛି ଠିକ୍‌ ଚାଲିନାହିଁ। କିଛି ଦିନ ଧରି ପୂଅ ତଥା ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ...

ଆଖିବୁଜିଲେ ‘ସିଆଇଡି’ ଫେମ୍‌ ଅଭିନେତା

ସୋନି ଟିଭିର ଲୋକପ୍ରିୟ କ୍ରାଇମ ଶୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡେରିକ୍ସଙ୍କ ପ୍ରସିଦ୍ଧ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କ ପରଲୋକ ଘଟିଛି। ଏକାଧିକ ଅଙ୍ଗ...

ସ୍ବାମୀଙ୍କୁ ଏହି ୩ ନାଁରେ ଡାକନ୍ତି କ୍ୟାଟ୍ରିନା

ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ସବୁଠୁ ହଟ୍‌ କପଲ୍‌ ଭାବେ ଜଣାଶୁଣା। ଉଭୟ ପରସ୍ପରର ପ୍ରଶଂସା କରିବାକୁ ଆଦୌ ପଛାନ୍ତି ନାହିଁ।...

ପୁଣି ଇତିହାସ ରଚିଲେ ଦୀପିକା

ମୁମ୍ବାଇ: ଭାରତୀୟ ଅଭିନେତ୍ରୀ ତାଲିକାରେ ଦୀପିକା ପାଦୁକୋନ ଏବେ ଶୀର୍ଷରେ ଅଛନ୍ତି। ସେ ବଲିଉଡର ଅନେକ ହିଟ ଫିଲ୍ମରେ କାମ କରିଛନ୍ତି। ଏହା ବ୍ୟତୀତ ଅଭିନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri