ନାଁ ବଦଳାଇବେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ତାଙ୍କ ନାଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆଲିଆ ତାଙ୍କ ନାଁରେ ସ୍ବାମୀ ରଣବୀର କପୁରଙ୍କ ସର୍‌ନେମ ଯୋଡ଼ିବେ। ଆଲିଆ-ରଣବୀର ୨୦୨୨ ଏପ୍ରିଲରେ ବିବାହ କରିଥିଲେ। ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସେଟ୍‌ରେ ଏକାଠି କାମ କରୁଥିବାବେଳେ ସେମାନେ ପରସ୍ପର ନିକଟତର ହୋଇଥିଲେ। ଜୁନ ଶେଷରେ ଆଲିଆ ଗର୍ଭବତୀ ଥିବା ଘୋଷଣା କରିଥିଲେ। ଉଭୟ ନିଜ ସନ୍ତାନକୁ ସ୍ବାଗତ ପାଇଁ ପ୍ରସ୍ତୁତ ହେଉଛନ୍ତି।

ଏକ ସାକ୍ଷାତକାରରେ ଆଲିଆ କହିଛନ୍ତି, ତାଙ୍କ ସ୍କ୍ରିନ ନାମ ସବୁବେଳେ ଆଲିଆ ଭଟ୍ଟ ହେବ। କିନ୍ତୁ ସେ ଖୁବ୍‌ଶୀଘ୍ର କପୁର ପରିବାରରେ ଯୋଗ ଦେଇଥିବାରୁ ସେ ତାଙ୍କ ନାଁକୁ ଆଲିଆ ଭଟ୍ଟ-କପୁରରେ ପରିବର୍ତ୍ତନ କରିବେ। ତାଙ୍କ ପାସପୋର୍ଟରେ ନାମ ଅପଡେଟ କରି ସେ କହିଛନ୍ତି ମୁଁ ଏହା କରି ଖୁସି ଅଟେ।

ରଣବୀର ତାଙ୍କ ପାସପୋର୍ଟରେ ନିଜର ବୈବାହିକ ସ୍ଥିତିକୁ ତୁରନ୍ତ ବଦଳାଇବା ପରେ ଆଲିଆ କହିଛନ୍ତି , ବର୍ତ୍ତମାନ ଆମର ଏକ ସନ୍ତାନ ହେବାକୁ ଯାଉଛି। କପୁର ପରିବାର ଏକାଠି ଯାତ୍ରା କରୁଥିବାବେଳେ ମୁଁ ଆଉ ଭଟ୍ଟ ହେବାକୁ ଚାହେଁ ନାହିଁ; ତୁମେ ଜାଣ ମୁଁ କଣ ଚାହେଁ? ମୁଁ ଏକୁଟିଆ ଅନୁଭବ କରିବାକୁ ଚାହେଁ ନାହିଁ। ଆଲିଆ ଏବଂ ରଣବୀର ସେମାନଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜକୁ ଅପେକ୍ଷା କରିଛନ୍ତି।

 

ଏ ତ ଗଲା ଆଲିଆ-ରଣବୀରଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ପ୍ରଫେଶନାଲ କଥା ଦେଖିବା ତେବେ ରଣବୀରଙ୍କୁ ‘ବ୍ରହ୍ମାସ୍ତ୍ର’ରେ ଶିବ ରୂପେ ଦେଖିବାକୁ ମିଳିବ, ଆଲିଆ ତାଙ୍କ ପ୍ରେମିକା ଈଶା ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆୟନ ମୁଖାର୍ଜୀ। ଏଥିରେ ବିଗ୍‌ ବି ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନୀ ରାୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହା ସେପ୍ଟେମ୍ବର ୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?