ଖୁବ୍‌ କମ ବୟସରେ କୋଟି କୋଟି ସମ୍ପତିର ମାଲିକାଣୀ ଆଲିଆ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଲଗାତର ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଚାଲିଛନ୍ତି। ତାଙ୍କ ଅଭିନୀତ ଗାଙ୍ଗୁବାଇ କାଠିଆୱାଡି ସୁପରହିଟ୍‌ ହେବାପରେ ଏବେ ‘ଆର୍‌ଆର୍‌ଆର୍‌’ ଫିଲ୍ମ ମଧ୍ୟ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏହି ୨ଟି ଫିଲ୍ମ ଦେଖିବା ପରେ ସମସ୍ତେ ଆଲିଆଙ୍କ ଅଭିନୟକୁ ପ୍ରଶଂସା କରୁଛନ୍ତି। ଏପରିକି ପ୍ରଶଂସକମାନେ ତାଙ୍କୁ ଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି କହିଛନ୍ତି। ଆଲିଆ ବହୁତ କମ ବୟସରେ ନିଜକୁ ପ୍ରମାଣିତ କରିଛନ୍ତି। ନିକଟରେ ଆଲିଆ ଶାହାରୁଖ ଖାନଙ୍କ ସହ ଫିଲ୍ମ ପ୍ରଡକ୍ସନରେ ପାଦ ଥାପିବାକୁ ଯାଉଛନ୍ତି।
ଆଲିଆ ନିଜର ପରିଶ୍ରମ ଆଧାରରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ଆଲିଆ ଭଟ୍ଟଙ୍କ ସମ୍ପତ୍ତି ମୂଲ୍ୟ ୧୬୫ କୋଟି ଟଙ୍କା। ବାନ୍ଦ୍ରାଠାରେ ମଧ୍ୟ ଆଲିଆଙ୍କର ଏକ ଘର ଅଛି ଯାହାର ମୂଲ୍ୟ ପ୍ରାୟ ୩୨ କୋଟି ଟଙ୍କା ବୋଲି କୁହାଯାଏ। ଏହା ବ୍ୟତୀତ ତାଙ୍କର ନିଜର ଭ୍ୟାନିଟି ଭ୍ୟାନ ଅଛି। ଲଣ୍ଡନରେ ଆଲିଆଙ୍କର ଏକ ଘର ମଧ୍ୟ ଅଛି। କିଛି ମାସ ପୂର୍ବରୁ, ଆଲିଆ ଭଟ୍ଟ ଜୁହୁରେ ଏକ ଘର କିଣିଥିଲେ।
ସେ ରଣବୀର କପୁରଙ୍କ ବିଲଡିଂରେ ଏକ ଘର ମଧ୍ୟ ନେଇଛନ୍ତି। ବଲିଉଡର ସର୍ବାଧିକ ରୋଜଗାର କରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ। ଆଲିଆଙ୍କର ଅନେକ ବଡ ଫିଲ୍ମ ସହିତ ବଡ ବ୍ରାଣ୍ଡର ବିଜ୍ଞାପନ କରନ୍ତି। ଆଲିଆ ତାଙ୍କ ପ୍ରେମିକ ରଣବୀର କପୁରଙ୍କ ପରି ଗାଡି କିଣିବାକୁ ମଧ୍ୟ ବହୁତ ଭଲ ପାଆନ୍ତି। ଆଲିଆଙ୍କର ଏକ ରେଞ୍ଜ ରୋଭର ଭୋଗ ଅଛି ଯାହାର ମୂଲ୍ୟ ୧.୭୪ କୋଟି ଟଙ୍କା। କବଳ ଏତିକି ନୁହେଁ, ତାଙ୍କର ଅଡି ଏ୬ ଅଛି, ଯାହାର ମୂଲ୍ୟ ୬୧ ଲକ୍ଷ ଟଙ୍କା। ଏକ ବିଏମ୍‌ଡବ୍ଲ୍ୟୁ ୭ ସିରିଜ ମଧ୍ୟ ଅଛି, ଯାହାର ମୂଲ୍ୟ ପ୍ରାୟ ୧.୩୭ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?