ଏକ୍ସ ବୟଫ୍ରେଣ୍ଡଙ୍କ ଏହି କାର୍ଯ୍ୟରେ ଦୁଃଖିତ ହୋଇଥିଲେ ଆଲିଆ, କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଅନ୍‌ସ୍କ୍ରିନ୍‌ ସହିତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର କୌଣସି ସମ୍ପର୍କ ହେଉ କିମ୍ବା ବ୍ରେକ୍‌ଅପ୍‌ ସବୁକଥା ଖୋଲାଖୋଲି ଭାବରେ ପ୍ରକାଶ କରିଥାନ୍ତି। ଆଲିଆ କିଛି ସମୟ ପୂର୍ବରୁ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କ ବିଷୟରେ କିଛି କଥା କହିଛନ୍ତି। ‘କଫି ଓ୍ବିଥ୍‌ କରଣ’ରେ ପହଞ୍ଚିଥିବା ଆଲିଆ କହିଛନ୍ତି ଯେ, ଭାଲେଣ୍ଟାଇନ୍ସ ଡେ’ରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ତାଙ୍କ ପାଇଁ ବିଶେଷ କିଛି କରିନାହାନ୍ତି। ଯାହାକି ତାଙ୍କୁ ବହୁତ କଷ୍ଟ ଦେଇଥିଲା।

ଆଲିଆ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା ‘କଫି ଓ୍ବିଥ୍‌ କରଣ’ ଶୋ’ରେ ପହଞ୍ଚିଥିଲେ। ଉଭୟ ଅଭିନେତ୍ରୀ ଅବିବାହିତ ଥିବା କହୁଥିବା ସମୟରେ ଆଲିଆ କହିଛନ୍ତି, ସେ ‘ନୂଆ ବର୍ଷ’ ଏବଂ ‘ଭାଲେଣ୍ଟାଇନ୍ସ ଡେ’କୁ ଭଲ ଭାବେ ଜାଣିଛନ୍ତି। ସେ କହିଥିଲେ, ଭାଲେଣ୍ଟାଇନ୍ସ ଡେ’ ବିଷୟରେ ତାଙ୍କର ଏତେଟା ଅଭିଜ୍ଞତା ନାହିଁ। କାରଣ ମୋ ଏକ୍ସ ବୟଫ୍ରେଣ୍ଡ ଭାଲେଣ୍ଟାଇନ୍ସ ଡେ’ରେ ମୋତେ ବାହାରକୁ ଆଣିଥିଲେ ସତ ମୋ ସହ ପୂରା ସମୟ କଥା ହୋଇ ନ ଥିଲେ। ପରେ ମୁଁ ଅନୁଭବ କରିଥିଲି ଯେ, ଏହି ଦିନଟି ମୋ ପାଇଁ କିଛି ବିଶେଷ ନୁହେଁ।

କହିରଖୁଛୁ, ଆଲିଆ ଏବଂ ରଣବୀର କପୁର ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରି ଆସୁଛନ୍ତି। ଉଭୟଙ୍କ ବିବାହକୁ ନେଇ ବଲିଉଡରେ ଚର୍ଚ୍ଚା ଚାଲିଛି। କୁହାଯାଉଛି କରୋନା ଯୋଗୁ ବିବାହ ତାରିଖ ସ୍ଥିର ହୋଇନାହିଁ। ଏଥି ସହିତ ଆଲିଆ-ରଣବୀର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଆୟାନ ମୁଖାର୍ଜୀଙ୍କ ଏହି ଫିଲ୍ମରେ ଆଲିଆ ରଣବୀରଙ୍କ ବ୍ୟତୀତ ବିଗ୍‌-ବି ଅମିତାଭ ବଚ୍ଚନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri