ଏକ୍ସ ବୟଫ୍ରେଣ୍ଡଙ୍କ ଏହି କାର୍ଯ୍ୟରେ ଦୁଃଖିତ ହୋଇଥିଲେ ଆଲିଆ, କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଅନ୍‌ସ୍କ୍ରିନ୍‌ ସହିତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର କୌଣସି ସମ୍ପର୍କ ହେଉ କିମ୍ବା ବ୍ରେକ୍‌ଅପ୍‌ ସବୁକଥା ଖୋଲାଖୋଲି ଭାବରେ ପ୍ରକାଶ କରିଥାନ୍ତି। ଆଲିଆ କିଛି ସମୟ ପୂର୍ବରୁ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କ ବିଷୟରେ କିଛି କଥା କହିଛନ୍ତି। ‘କଫି ଓ୍ବିଥ୍‌ କରଣ’ରେ ପହଞ୍ଚିଥିବା ଆଲିଆ କହିଛନ୍ତି ଯେ, ଭାଲେଣ୍ଟାଇନ୍ସ ଡେ’ରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ତାଙ୍କ ପାଇଁ ବିଶେଷ କିଛି କରିନାହାନ୍ତି। ଯାହାକି ତାଙ୍କୁ ବହୁତ କଷ୍ଟ ଦେଇଥିଲା।

ଆଲିଆ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା ‘କଫି ଓ୍ବିଥ୍‌ କରଣ’ ଶୋ’ରେ ପହଞ୍ଚିଥିଲେ। ଉଭୟ ଅଭିନେତ୍ରୀ ଅବିବାହିତ ଥିବା କହୁଥିବା ସମୟରେ ଆଲିଆ କହିଛନ୍ତି, ସେ ‘ନୂଆ ବର୍ଷ’ ଏବଂ ‘ଭାଲେଣ୍ଟାଇନ୍ସ ଡେ’କୁ ଭଲ ଭାବେ ଜାଣିଛନ୍ତି। ସେ କହିଥିଲେ, ଭାଲେଣ୍ଟାଇନ୍ସ ଡେ’ ବିଷୟରେ ତାଙ୍କର ଏତେଟା ଅଭିଜ୍ଞତା ନାହିଁ। କାରଣ ମୋ ଏକ୍ସ ବୟଫ୍ରେଣ୍ଡ ଭାଲେଣ୍ଟାଇନ୍ସ ଡେ’ରେ ମୋତେ ବାହାରକୁ ଆଣିଥିଲେ ସତ ମୋ ସହ ପୂରା ସମୟ କଥା ହୋଇ ନ ଥିଲେ। ପରେ ମୁଁ ଅନୁଭବ କରିଥିଲି ଯେ, ଏହି ଦିନଟି ମୋ ପାଇଁ କିଛି ବିଶେଷ ନୁହେଁ।

କହିରଖୁଛୁ, ଆଲିଆ ଏବଂ ରଣବୀର କପୁର ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରି ଆସୁଛନ୍ତି। ଉଭୟଙ୍କ ବିବାହକୁ ନେଇ ବଲିଉଡରେ ଚର୍ଚ୍ଚା ଚାଲିଛି। କୁହାଯାଉଛି କରୋନା ଯୋଗୁ ବିବାହ ତାରିଖ ସ୍ଥିର ହୋଇନାହିଁ। ଏଥି ସହିତ ଆଲିଆ-ରଣବୀର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଆୟାନ ମୁଖାର୍ଜୀଙ୍କ ଏହି ଫିଲ୍ମରେ ଆଲିଆ ରଣବୀରଙ୍କ ବ୍ୟତୀତ ବିଗ୍‌-ବି ଅମିତାଭ ବଚ୍ଚନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

୨-୧ରେ ସିରିଜ୍‌ ଜିତିଲା ଇଂଲଣ୍ଡ

ଲଡର୍‌ସ,୧୯ା୭: ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ୨୭ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଏହି ବିଜୟ…

ଶାନ୍ତି ଚୁକ୍ତିରୁ ଓହରିଲା ଇରାନ, ଏବେ ତୀବ୍ର ହେବ ଲଢ଼େଇ

ଦୁବାଇ,୧୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଦୁଇଦେଶ ମଧ୍ୟରେ ଗୋଟିଏ ମାସ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା…

ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ

ଲଡର୍‌ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍‌…

ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼…

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଅପଶବ୍ଦ କହିବା ଅଶ୍ଳୀଳତା ନୁହେଁ

ନୂଆଦିଲ୍ଲୀ,୧୯ା୭: କାହାକୁ ଗାଳିଗୁଲଜ କରିବା ଓ ଅପଶବ୍ଦ ପ୍ରୟୋଗ ଅସଭ୍ୟ ଏବଂ ଆପତ୍ତିଜନକ ହୋଇଥିଲେ ମଧ୍ୟ ଏହା ଅଶ୍ଳୀଳତା ନୁହେଁ । ଏଭଳି ଆଜି ରାୟ ଦେଇଛନ୍ତି…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri