ଗର୍ଭବତୀ ଥିବା ଦେଖାଇବାକୁ ଯାଇ ଏତେ ମହଙ୍ଗା ଡ୍ରେସ ପିନ୍ଧିଲେ ଆଲିଆ

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟ ମା’ ହେବାକୁ ଯାଉଛନ୍ତି । ଏବେ ସେ ତାଙ୍କ ପ୍ରେଗ୍ନେନସି ଟାଇମକୁ ଖୁବ୍ ଏନଜୟ କରୁଛନ୍ତି । ୨୭ ଜୁନ ୨୦୨୨ରେ ସେ ମାଆ ହେବାକୁ ଯାଉଥିବା ଖବର ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଆଉ ଏବେ ଏହି ଖୁସିକୁ ସେ ଖୁବ ଉପଭୋଗ କରୁଛନ୍ତି । ଏହାସହ ନିଜ କ୍ୟାରିୟର ଉପରେ ବି ସେତିକି ନଜର ରଖିଛନ୍ତି । ନିକଟରେ ସେ ତାଙ୍କ ଅପକମିଂ ଫିଲ୍ମ ଡାର୍ଲିଂସର ପ୍ରମୋଶନରେ ଯାଇଥିଲେ ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି । ଏଥିରେ ଆଲିଆ ଯେଉଁ ଡ୍ରେସ ପିନ୍ଧିଛନ୍ତି ସେଥିରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ବାରି ହୋଇ ପଡୁଛି । ୧୯ ଜୁଲାଇ ୨୦୨୨ରେ ଆଲିଆ ଡାର୍ଲିଂସର ପ୍ରମୋଶନରେ ଯାଇଥିଲେ । ସବୁଥର ପରି ଏଥର ବି ଆଲିଆ ଏକ ଫ୍ଲୋରାଲ ପ୍ରିଣ୍ଟ ଡ୍ରେସ ପିନ୍ଧିଥିଲେ । ଲାଇଟ ମେକଅପ ସହ କେଶ ଖୋଲା ରଖି ସେ ତାଙ୍କ ଲୁକ୍ସକୁ କମ୍ପ୍ଲିଟ କରିଥିଲେ । ଫଟୋରେ ସେ ତାଙ୍କ କୋଷ୍ଟାର ବିଜୟଙ୍କ ସହ ସ୍ମାଇଲିଂ ଫେସରେ ପୋଜ ଦେଉଥିବା ଦେଖାଯାଇଛି । ଆଉ ସେ ଯେଉଁ ଡ୍ରେସ ପିନ୍ଧିଛନ୍ତି ତାହା ତାଙ୍କ ପସନ୍ଦର ବ୍ରାଣ୍ଡ ଜିମ୍ମରମ୍ୟାନର । ଏହି ସୁନ୍ଦର ପ୍ଲିଟେଡ ମିନି ଡ୍ରେସର ଦାମ କିନ୍ତୁ ଏବେ ସମସ୍ତଙ୍କୁ ଚକିତ କରି ଦେଇଛି । ଶୁଣିବାକୁ ମିଳିଛି ଏହି ଡ୍ରେସର ଦାମ କୁଆଡେ ୮୨,୦୦୦ଟଙ୍କା । ଏହି ଦାମ ସମସ୍ତଙ୍କୁ ଚମକାଇ ଦେଇଛି । ତେବେ ପ୍ରେଗ୍ନେନସି ଖୁସିକୁ ଏନଜୟ କରୁଥିବା ଆଲିଆଙ୍କ ପାଇଁ ଏହା କିଛି ବଡ କଥା ନୁହେଁ ବୋଲି ବି ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri