ରୋମାଣ୍ଟିକ୍‌ ଲୁକ୍‌ରେ ଆଲିଆ-ରଣବୀର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ରଣବୀର-ଆଲିଆଙ୍କ ବିବାହ ସମୟରେ ‘କେସରିୟା’ ଫିଲ୍ମର ଏକ ଗୀତର ଟିଜର ରିଲିଜ ହୋଇଥିଲା। ଯାହା ଦର୍ଶକଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇଥିଲା। ବର୍ତ୍ତମାନ ଏହି ଗୀତର ତେଲୁଗୁ ଭର୍ସନର ଟିଜର ‘କମ୍‌କୁମ୍‌ଲା’ ରିଲିଜ ହୋଇଛି।

ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାନ ଇଣ୍ଡିଆରେ ରିଲିଜ ହେବ। ଆଲିଆ ଇନ୍‌ଷ୍ଟାଗ୍ରାମରେ ‘ବ୍ରହ୍ମାସ୍ତ୍ର’ ଗୀତର ତେଲୁଗୁ ଭର୍ସନର ଟିଜର ଶେୟାର କରିଛନ୍ତି। ‘କେସରିୟା’ ‘କୁମ୍‌କୁମ୍‌ଲା’ର ତେଲୁଗୁ ଭର୍ସନ। ଏହି ଗୀତଟିକୁ ସିଦ୍ଧ ଶ୍ରୀରାମ ଗାଇଛନ୍ତି ଏବଂ ପ୍ରୀତମଙ୍କ ଦ୍ୱାରା ରଚନା କରାଯାଇଛି।

ଆଲିଆ ରୋମାନ୍ସରେ ପରିପୂର୍ଣ୍ଣ ଏହି ଟିଜରକୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘କେସରିୟା’ କୁମ୍‌କୁମ୍‌ଲା’ ହୋଇଗଲା। ତେଲୁଗୁରେ ଟିଜର ଉପଭୋଗ କରନ୍ତୁ ଯାହାକୁ ଆପଣ ପସନ୍ଦ କରନ୍ତି। 9 ସେପ୍ଟେମ୍ବରରେ ହଲ୍‌ରେ ‘ବ୍ରହ୍ମାସ୍ତ୍ର ଭାଗ -୧’ ଆସୁଛି।

ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ତିନୋଟି ପାର୍ଟ ରହିବ। ପ୍ରଥମ ପାର୍ଟ ସେପ୍ଟେମ୍ବର ୯ରେ ମୁକ୍ତିଲାଭ କରିବ, ଅବଶିଷ୍ଟ ଏହା ପରେ ଆସିବ। ଏହି ଫିଲ୍ମର ଶୁଣିଂ ରଣବୀର ଏବଂ ଆଲିଆଙ୍କ ବିବାହ ପୂର୍ବରୁ ଶେଷ ହୋଇଥିଲା। ବିବାହ ସମୟରେ ଆୟନ ଏହି ଫିଲ୍ମରୁ ‘କେସରିୟା’ ଗୀତ ରିଲିଜ କରି ଉଭୟଙ୍କୁ ବିବାହ ଉପହାର ଦେଇଥିଲେ। ରଣବୀର-ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଡିମ୍ପଲ କାପାଡିଆ, ମୌନୀ ରାୟ ଏବଂ ନାଗାର୍ଜୁନଙ୍କ ପରି ଭେଟେରାନ ଅଭିନେତାମାନେ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।

ରଣବୀର-ଆଲିଆ ବିବାହ ପରେ ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ। ଉଭୟଙ୍କ ବିବାହ ୧୪ ଏପ୍ରିଲରେ ସମ୍ପନ୍ନ ହୋଇଥିଲା। ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ପ୍ରଥମ ଥର ପାଇଁ ସ୍କ୍ରିନ୍‌ରେ ରୋମାନ୍ସ କରୁଥିବା ଉଭୟ ଷ୍ଟାରଙ୍କୁ ଦେଖିବାକୁ ମିଳିବ। କରଣ ଜୋହର ଏହି ଫିଲ୍ମର ନିର୍ମାତା ହୋଇଥିବାବେଳେ ଏହି ଫିଲ୍ମଟି ଆୟାନ ମୁଖାର୍ଜୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ। ଉଭୟ ଆଲିଆ ଏବଂ କରଣ ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ଫଟୋଗୁଡ଼ିକୁ ଶେୟାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଅପରାଜିତାଙ୍କ ବିପକ୍ଷରେ ଜିତିବା ନେଇ ଏମିତି କହିଲେ ମନ୍ମଥ ରାଉତରାୟ

ପୁରୀ,୨୮।୩: ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଲୋକ ସଭା ଆସନରୁ ବିଜେଡି ଟିକେଟ ଦେଇଛି। ଏହାକୁ ନେଇ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ...

ହୋଲି ପୂର୍ବରୁ ‘ମମ ଟୁ ବି’ ୟାମି ଗୌତମ ପାଳିଲେ ରଙ୍ଗର ପର୍ବ

ମୁମ୍ବାଇ: ଚଳିତ ବର୍ଷ ରଙ୍ଗର ପର୍ବ ହୋଲି ୨୫ ମାର୍ଚ୍ଚକୁ ଅଧିକାଂଶ ସ୍ଥାନରେ ପାଳନ କରାଯାଉଛି। ଏହାକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ...

କେବଳ ବଲିଉଡ୍‌ ନୁହେଁ, ସାଉଥ୍‌ ଫିଲ୍ମରେ ବି ହୋଲିର ଝଲକ

ମୁମ୍ବାଇ: ହୋଲି ହେଉଛି ଏକ ରଙ୍ଗର ପର୍ବ। ଯାହା ସମଗ୍ର ଭାରତରେ ପାଳନ କରାଯାଏ ଏବଂ କେତେକ ସ୍ଥାନରେ ଏହାର ମାହୋଲ ଏକ ମାସ ପୂର୍ବରୁ...

Video: ଶେଷ କିଷାନଙ୍କ ଜୀବନୀ ଉପରେ ତିଆରି ହେବ ଫିଲ୍ମ

ଭୁବନେଶ୍ୱର,୨୩।୩: ଯୁବ ବୈଜ୍ଞାନିକ ଡ. ଶେଷ କିଷାନଙ୍କ ଯିବନି ଉପରେ ନିର୍ମାଣ ହେବ ଫିଲ୍ମ। ଶେଷ’ ଉତ୍କଟ ଦାରିଦ୍ରତାର ଶେଷ ସୀମାରୁ ସଂଘର୍ଷ କରି କିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri