ଆଳି ତହସିଲଦାରଙ୍କ କ୍ୱାର୍ଟର୍ସ ପାଲଟିଛି ଭୂତକୋଠି

ଆଳି,୭ା୯(ଡି.ଏନ.ଏ): ରାଜ୍ୟ ସରକାର ପ୍ରଶାସନକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରୁଥିବା ବେଳେ ପ୍ରଶାସକମାନେ କିଭଳି ରହିବେ ସେ କଥା ଭୁଲି ଯାଉଛନ୍ତି। ସରକାର ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ବ୍ୟୟ ସାଙ୍ଗକୁ ଯୋଜନା କରୁଛନ୍ତି। କିନ୍ତୁ ଜଣେ ତହସିଲଦାରଙ୍କ କ୍ୱାର୍ଟର୍ସ ଦୀର୍ଘ ଏକ ଦଶନ୍ଧି ହେବ ଅବ୍ୟବହୃତ ହୋଇ ପଡ଼ିରହିଛି। ସେ କଥା କାହାରି ଦୃଷ୍ଟିରେ ନ ପଡ଼ିବା ଆଶ୍ଚର୍ଯ୍ୟ ବିଷୟ ହୋଇଛି। ଆଳିର ତହସିଲଦାରଙ୍କ ରହିବା ପାଇଁ ଠିକ୍‌ ତାଙ୍କ କାର୍ଯ୍ୟାଳୟର ସମ୍ମୁଖରେ ରହିଛି କ୍ୱାର୍ଟର୍ସ। କିନ୍ତୁ ଦୀର୍ଘ ଏକ ଦଶନ୍ଧି ଧରି ଏହି କ୍ୱାର୍ଟରର ମରାମତି କରାଯାଉ ନ ଥିବାରୁ ଏହା ଏକ ଭୂତକୋଠି ପରି ପଡ଼ିରହିଛି। କ୍ୱାର୍ଟର୍ସ ସାମ୍ନାରେ କୁଢ଼କୁଢ଼ ଅଳିଆ ଗଦା ହୋଇଛି। ଅପରପକ୍ଷେ ତହସିଲଦାରଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକ ସାଧାରଣ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ଘରଟିରେ କେବଳ ବର୍ତ୍ତମାନର ତହସିଲଦାର ନୁହନ୍ତି ତାଙ୍କ ପୂର୍ବରୁ ମଧ୍ୟ ଅନ୍ୟ ଦୁଇଜଣ ତହସିଲଦାର ରହି ନିଜର କାର୍ଯ୍ୟକାଳ ଏଠାରେ ସମାପ୍ତ କରି ଅନ୍ୟତ୍ର ଯାଇଛନ୍ତି। ଅନେକ ସମୟରେ ଜିଲାର ଉଚ୍ଚପଦସ୍ଥ ଅଧିକାରୀମାନେ ଏଠାକୁ ଆସୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ନ ପଡ଼ିବା ଆଶ୍ଚର୍ଯ୍ୟଜନକ ଘଟଣା ପରି ଜଣାପଡୁଛି। ଏ ସମ୍ପର୍କରେ ତହସିଲଦାର ତପନ ସେନାପତିଙ୍କୁ ପଚାରିବାରୁ କ୍ୱାର୍ଟର୍ସ ରହିବା ଉପଯୋଗୀ ନୁହେଁ। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଛି। ଖୁବ୍‌ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାଯାଇଛି। ତେବେ ଦେଖିବାକୁ ବାକି ରହିଲା କେବେ ତହସିଲଦାରଙ୍କ କ୍ୱାର୍ଟର୍ସର ପୁନରୁଦ୍ଧାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri