ଆଳି ତହସିଲଦାରଙ୍କ କ୍ୱାର୍ଟର୍ସ ପାଲଟିଛି ଭୂତକୋଠି

ଆଳି,୭ା୯(ଡି.ଏନ.ଏ): ରାଜ୍ୟ ସରକାର ପ୍ରଶାସନକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରୁଥିବା ବେଳେ ପ୍ରଶାସକମାନେ କିଭଳି ରହିବେ ସେ କଥା ଭୁଲି ଯାଉଛନ୍ତି। ସରକାର ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ବ୍ୟୟ ସାଙ୍ଗକୁ ଯୋଜନା କରୁଛନ୍ତି। କିନ୍ତୁ ଜଣେ ତହସିଲଦାରଙ୍କ କ୍ୱାର୍ଟର୍ସ ଦୀର୍ଘ ଏକ ଦଶନ୍ଧି ହେବ ଅବ୍ୟବହୃତ ହୋଇ ପଡ଼ିରହିଛି। ସେ କଥା କାହାରି ଦୃଷ୍ଟିରେ ନ ପଡ଼ିବା ଆଶ୍ଚର୍ଯ୍ୟ ବିଷୟ ହୋଇଛି। ଆଳିର ତହସିଲଦାରଙ୍କ ରହିବା ପାଇଁ ଠିକ୍‌ ତାଙ୍କ କାର୍ଯ୍ୟାଳୟର ସମ୍ମୁଖରେ ରହିଛି କ୍ୱାର୍ଟର୍ସ। କିନ୍ତୁ ଦୀର୍ଘ ଏକ ଦଶନ୍ଧି ଧରି ଏହି କ୍ୱାର୍ଟରର ମରାମତି କରାଯାଉ ନ ଥିବାରୁ ଏହା ଏକ ଭୂତକୋଠି ପରି ପଡ଼ିରହିଛି। କ୍ୱାର୍ଟର୍ସ ସାମ୍ନାରେ କୁଢ଼କୁଢ଼ ଅଳିଆ ଗଦା ହୋଇଛି। ଅପରପକ୍ଷେ ତହସିଲଦାରଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକ ସାଧାରଣ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ଘରଟିରେ କେବଳ ବର୍ତ୍ତମାନର ତହସିଲଦାର ନୁହନ୍ତି ତାଙ୍କ ପୂର୍ବରୁ ମଧ୍ୟ ଅନ୍ୟ ଦୁଇଜଣ ତହସିଲଦାର ରହି ନିଜର କାର୍ଯ୍ୟକାଳ ଏଠାରେ ସମାପ୍ତ କରି ଅନ୍ୟତ୍ର ଯାଇଛନ୍ତି। ଅନେକ ସମୟରେ ଜିଲାର ଉଚ୍ଚପଦସ୍ଥ ଅଧିକାରୀମାନେ ଏଠାକୁ ଆସୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ନ ପଡ଼ିବା ଆଶ୍ଚର୍ଯ୍ୟଜନକ ଘଟଣା ପରି ଜଣାପଡୁଛି। ଏ ସମ୍ପର୍କରେ ତହସିଲଦାର ତପନ ସେନାପତିଙ୍କୁ ପଚାରିବାରୁ କ୍ୱାର୍ଟର୍ସ ରହିବା ଉପଯୋଗୀ ନୁହେଁ। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଛି। ଖୁବ୍‌ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାଯାଇଛି। ତେବେ ଦେଖିବାକୁ ବାକି ରହିଲା କେବେ ତହସିଲଦାରଙ୍କ କ୍ୱାର୍ଟର୍ସର ପୁନରୁଦ୍ଧାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri