Posted inଖେଳ

ଆଇପିଏଲ୍‌ରେ ପ୍ରଥମ ଆମେରିକୀୟ ଅଲି ଖାନ୍‌

ଆବୁଧାବି, ୧୩ା୯ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପ୍ରଥମ ଥର ଜଣେ ଆମେରିକୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେ ହେଉଛନ୍ତି ଫାଷ୍ଟ ବୋଲର ଅଲି ଖାନ୍‌। ସେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଦଳ ତରଫରୁ ଖେଳିବେ। ୨୯ ବର୍ଷୀୟ ଏହି ଫାଷ୍ଟ ବୋଲରଙ୍କୁ ଇଂଲିଶ ସିମ୍‌ ବୋଲର ହ୍ୟାରି ଗର୍ନେଙ୍କ ସ୍ଥାନରେ ନିଆଯିବ। ତେବେ ଆଇପିଏଲ୍‌ ଅନୁମୋଦନକୁ ଅପେକ୍ଷା କରାଯାଇଛି। କାନ୍ଧରେ ଅସ୍ତ୍ରୋପଚାର ଯୋଗୁ ଗର୍ନେ ଉଭୟ ଆଇପିଏଲ୍‌ ଓ ଗତ ମାସରେ ଇଂଲଣ୍ଡର ଭାଇଟାଲିଟି ବ୍ଲାଷ୍ଟରୁ ଓହରିଯାଇଥିଲେ। ନିକଟରେ ଶେଷ ହୋଇଥିବା କ୍ୟାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଅଲି ଖାନ୍‌ ତ୍ରିନବାଗୋ ନାଇଟ୍‌ ରାଇଡର୍ସ ତରଫରୁ ଖେଳିଥିଲେ। ଏହି ଦଳ ଟୁର୍ନାମେଣ୍ଟରେ ଅପରାଜିତ ରହିବା ସହ ଟାଇଟଲ ବିଜୟୀ ହୋଇଥିଲା। ଖାନ୍‌ ୭.୪୩ ଆଭରେଜରେ ସମାନ ସଂଖ୍ୟକ ମ୍ୟାଚରୁ ୮ଟି ଉଇକେଟ ଅକ୍ତିଆର କରିଥିଲେ। ଗତ ସିଜନରେ ସେ କେକେଆର୍‌ ଟାର୍ଗେଟରେ ରହିଥିଲେ। ମାତ୍ର ଚୁକ୍ତି ସ୍ବାକ୍ଷରିତ ହୋଇପାରି ନ ଥିଲା। ୨୦୧୮ ଗ୍ଲୋବାଲ ଟି୨୦ କାନାଡାରେ ଖାନ୍‌ଙ୍କ ପ୍ରତିଭାକୁ ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଡ୍ବେନ୍‌ ବ୍ରାଭୋ ଚିହ୍ନଟ କରିଥିଲେ। ତାଙ୍କୁ ଆଣି ସେ ସିପିଏଲ୍‌ରେ ଖେଳାଇଥିଲେ। ଅଲି ଖାନ୍‌ ସିପିଏଲ୍‌ ଅଲ୍‌ଷ୍ଟାର ଟିମ୍‌ରେ ସ୍ଥାନ ପାଇଥିଲେ। ଏହି ଆମେରିକୀୟ ବୋଲର ଗୁୟାନା ଆମାଜନ ଓ୍ବାରିୟର୍ସ ତରଫରୁ ଖେଳିଥିଲେ। ୧୨ଟି ମ୍ୟାଚରୁ ସେ ୧୬ଉଇକେଟ ଅକ୍ତିଆର କରିଥିଲେ। ସେହି ସିଜନରେ ଜଣେ ଫାଷ୍ଟ ବୋଲର ହିସାବରେ ସେ ଦ୍ୱିତୀୟ ସର୍ବାଧିକ ଉଇକେଟ ଅକ୍ତିଆର କରିଥିଲେ। ବ୍ରାଭୋ ଇତିମଧ୍ୟରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଖାନ୍‌, ବ୍ରେଣ୍ଡନ ମ୍ୟାକ୍‌କୁଲମ ସମେତ ଅନ୍ୟ କେତେଜଣ ଏକ ବିମାନ ଭିତରେ ବସିଥିବାର ଦୃଶ୍ୟ ରହିଥିଲା। ଭିଡିଓଟିର କ୍ୟାପଶନ ଲେଖାଥିଲା ‘ନେକ୍ସଟ ଷ୍ଟପ୍‌ ଦୁବାଇ’। ଖାନ୍‌ ଘଣ୍ଟା ପ୍ରତି ୧୪୦ କିମିରୁ ଅଧିକ ବେଗରେ ବୋଲିଂ କରିପାରନ୍ତି। ସେ ଭଲ ୟର୍କର ପକାଇପାରନ୍ତି। ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କେକେଆର୍‌ ସେପ୍ଟେମ୍ବର ୨୩ରେ ଏହାର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଙ୍କିତା ଫାଇନାଲ ରାଉଣ୍ଡରେ

ମେଲବୋର୍ନ, ୧୩ା୧ (ପି.ଟି.)-ଭାରତର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ମହିଳା ଖେଳାଳି ଅଙ୍କିତା ରାଇନା ଅଷ୍ଟ୍ରେଲିଆନ ଓପନ୍‌ କ୍ୱାଲିଫାୟର୍ସ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଏକ ୩ ସେଟ୍‌ବିଶିଷ୍ଟ...

ଆଇସିସି ବିଶ୍ୱକପ୍‌: ଭାରତ- ପାକିସ୍ତାନ ହାଇଭୋଲ୍‌ଟେଜ ମୁକାବିଲା

ମାଞ୍ଚେଷ୍ଟର,୧୬।୬(ପି.ଟି.)- ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)...

କୋହଲିଙ୍କୁ ସହ ଘଟିଲା ଏମିତି, ବୋଲର୍‌ଙ୍କୁ ମାଗିବାକୁ ପଡିଲା କ୍ଷମା: ଦେଖନ୍ତୁ ଭିଡିଓ

ପୁଣେ,୫।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାରିଥର ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୩ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ...

ଏହି କ୍ରିକେଟର୍‌ଙ୍କ କାର୍‌ ଓଲଟିଲା

ଜୟପୁର,୩୧।୧୨:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କ କାର୍‌ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲାଲସୋଟ କୋଟା...

ଏସିଆର ପ୍ରଥମ ସେଲିବ୍ରିଟି ଭାବେ ଏହି କୀର୍ତ୍ତିମାନ ହାସଲ କଲେ କୋହଲି

ନୂଆଦିଲ୍ଲୀ, ୨୬।୮: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର୍‌ ଭାବେ ବିବେଚନା କରାଯାଏ। ବିଶ୍ୱରେ କୋହଲିଙ୍କ ଲୋକପ୍ରିୟତାର କୌଣସି...

କୋହଲିଙ୍କ ପାଇଁ କାଳ

ଲିଡ୍ସ,୨୫।୮ : ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପୁଣି ଥରେ ପାଇଁ କାଳ ପାଲଟିଛନ୍ତି...

ପେସ୍‌-ରେହା ଭରଣପୋଷଣ ମାମଲା: ଫ୍ୟାମିଲି କୋର୍ଟକୁ ବର୍ଷେ ସମୟ ଦେଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ,୨୩ା୭(ପି.ଟି.): ଭେଟେରାନ ଟେନିସ୍‌ ତାରକା ଲିଆଣ୍ଡର ପେସ୍‌ ଓ ତାଙ୍କ ପୂର୍ବତନ ଲିଭ୍‌-ଇନ୍‌ ପାର୍ଟନର ରେହା ପିଲାଇଙ୍କ ଭରଣପୋଷଣ ମାମଲା ଆଗାମୀ ୧ ବର୍ଷ ମଧ୍ୟରେ...

ସାମ୍ନାକୁ ଆସିଲା କୋହଲିଙ୍କ ରାଗ

କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତିନିମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜ୍‌ ଏବେ ଖେଲାଯାଉଛି। ପ୍ରଥମ ୨ଟି ମ୍ୟାଚ୍‌ ଜିତି ସିରିଜ୍‌ ହାତେଇଛନ୍ତି ଘରୋଇ...

Advertisement
Archives

Model This Week