କ୍ଷତିପୂରଣ ନ ମିଳିଲେ ଖର୍ଚ୍ଚ କମାଇବେ ରାଜ୍ୟ

ନୂଆଦିଲ୍ଲୀ,୧୩।୯:ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ସହମତି ହୋଇପାରିନାହିଁ। ଏ ସଂକ୍ରାନ୍ତ କ୍ଷତିପୂରଣ ଯଦି ନ ମିଳେ ତେବେ ରାଜ୍ୟଗୁଡିକ ବାଧ୍ୟହୋଇ ଖର୍ଚ୍ଚ କମାଇବେ। ରାଜ୍ୟ ସ୍ତରରେ ମୋଟ୍‌ ୩.୪ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ କମିବ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଏଭଳି ଖର୍ଚ୍ଚ କମିଲେ ଆର୍ଥତ୍କ ବର୍ଷ ୨୦୨୦-୨୧ରେ ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟ ମୋଟ ରାଜ୍ୟ ଜିଡିପିର ୪.୨୫%ରୁ ୫.୫୨% ରହିପାରେ। ନିବେଶ ସେବା ଯୋଗାଣ କରୁଥିବା ଏଜେନ୍ସି ଇକ୍ରା ପକ୍ଷରୁ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି।
ଚଳିତ ଆର୍ଥତ୍କ ବର୍ଷରେ ରାଜ୍ୟଗୁଡିକୁ ମୋଟ ୩ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ଲୋଡ଼ା ପଡୁଛି। ଜିଏସ୍‌ଟି ସେସ୍‌ରୁ ସରକାର ୬୫ ହଜାର କୋଟି ଟଙ୍କା ଆଦାୟ କରିବା ନେଇ ଲକ୍ଷ୍ୟ ରଖିଛନ୍ତି। ଏହି ଅବଧି ମଧ୍ୟରେ ୨.୩୫ ଲକ୍ଷ କୋଟି ଟଙ୍କା ନିଅଣ୍ଟ ହେବା ନେଇ ଆକଳନ କରାଯାଇଛି। ଜିଏସ୍‌ଟି କ୍ଷତିପୂରଣ ସରକାରଙ୍କ ଆକଳନଠାରୁ ଅଧିକ ହୋଇପାରେ ବୋଲି ଇକ୍ରାର ରିପୋର୍ଟରେ କୁହାଯାଇଛି। ଇକ୍ରାର କହିବା ମୁତାବକ ଏହା ୨.୯୨ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ। କ୍ଷତିପୂରଣର ନିଅଣ୍ଟିଆ ସ୍ଥିତିକୁ ସମ୍ଭାଳିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୨ଟି ବିକଳ୍ପ ପ୍ରଦାନ କରିଛନ୍ତି। ପ୍ରଥମ ବିକଳ୍ପରେ କେନ୍ଦ୍ର ଋଣ କରି ରାଜ୍ୟଗୁଡିକୁ ପ୍ରଦାନ କରିବ। ସେହିଭଳି ରାଜ୍ୟଗୁଡିକ ରିଜର୍ଭ ବ୍ୟାଙ୍କଠାରୁ ଋଣ କରିପାରିବେ।
ଇକ୍ରା ପୂର୍ବାନୁମାନ ମୁତାବକ, ଆର୍ଥତ୍କ ବର୍ଷ ୨୦୨୦-୨୧ରେ ରାଜ୍ୟଗୁଡିକୁ ମିଳିବାକୁ ଥିବା କେନ୍ଦ୍ରୀୟ ଟିକସ ୫ ଲକ୍ଷ କୋଟି ଟଙ୍କା ହୋଇପାରେ। ସରକାର ବଜେଟରେ ନିର୍ଦ୍ଧାରିତ କରିଥିବା ୭.୮ ଲକ୍ଷ କୋଟି ତୁଳନାରେ ୨.୮ ଲକ୍ଷ କୋଟି ଟଙ୍କା କମ୍‌। କରୋନା ମହାମାରୀ ଯୋଗୁ ବଜାର ପ୍ରଭାବିତ ହୋଇ ରହିଥିବାରୁ ଟିକସ ସଂଗ୍ରହ ଉପରେ ଏହାର ପ୍ରଭାବ ପଡୁଛି। କ୍ଷତିପୂରଣ ପ୍ରଦାନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦର ପରବର୍ତ୍ତୀ ବୈଠକରେ ଆଲୋଚନା କରାଯିବ। ଏହା ଅକ୍ଟୋବର ୫ରେ ହେବ ବୋଲି ଜଣାପଡିଛି। ସେପ୍ଟେମ୍ବର ୧୯ରେ ଏହି ବୈଠକ ଅନୁଷ୍ଠିତ ହେବାର ଥିଲା। ମାତ୍ର ବୈଠକ ୫ରେ ହେବ ବୋଲି ଶୁକ୍ରବାର ଏହା ଜଣାପଡିଛି। ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗ ପାର୍ଲାମେଣ୍ଟରେ ସ୍ଥାନିତ ହେବା ସମ୍ଭାବନା ରହିଛି। ସଂସଦ ଅଧିବେଶନ ଚଳିତ ମାସ ୧୪ରୁ ଆରମ୍ଭ ହେଉଛି। କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଉ ଗୋଟିଏ ପର୍ଯ୍ୟାୟ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ ଆଲୋଚନା କରାଯିବ ବୋଲି ଶୁଣାଯାଉଛି। କ୍ଷତିପୂରଣ ପ୍ରସଙ୍ଗ ଉପରେ ଅଗଷ୍ଟ ୨୭ରେ ହୋଇଥିବା ବୈଠକରେ ଆଲୋଚନା କରାଯାଇଥିଲା। ରାଜ୍ୟଗୁଡିକୁ କେନ୍ଦ୍ର ସରକାର ୨ଟି ବିକଳ୍ପ ପ୍ରଦାନ କରିଥିଲେ। ଏହା ମଧ୍ୟରେ ରିଜର୍ଭ ବ୍ୟାଙ୍କର ସ୍ବତନ୍ତ୍ର ଓ୍ବିଣ୍ଡୋ ଦ୍ୱାରା ବଜାରରୁ ପୁଞ୍ଜି ଉଠାଣ ମଧ୍ୟ ସାମିଲ ହୋଇଛି। ପ୍ରଥମଟିରେ ୯୭ ହଜାର କୋଟି ଟଙ୍କାର ପୁଞ୍ଜି ରିଜର୍ଭ ବ୍ୟାଙ୍କରୁ ଋଣ ଏବଂ ଦ୍ୱିତୀୟଟିରେ ୨.୩୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବଜାରର ଉଠାଇବା ନେଇ ପ୍ରସ୍ତାବ ରହିଛି। ଏହି ପ୍ରସଙ୍ଗରେ ଅନେକ ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡି ଚିଠି ଲେଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri