ଦୁର୍ଘଟଣାସ୍ଥଳ ପାଲଟିଛି ଆଳି ଡାକବଙ୍ଗଳା ଛକ

ଆଳି,୨୭ା୧୧(ଡି.ଏନ.ଏ.): ଆଳି ବ୍ଲକକୁ ଯୋଗାଯୋଗ ନିମନ୍ତେ ଗୋଟିଏ ପଟେ ବ୍ରାହ୍ମଣୀ ସେତୁ, ଅପରପକ୍ଷେ ବୈତରଣୀ ସେତୁ ଓ ଗୋବିନ୍ଦପୁର ସେତୁ ନିର୍ମାଣ ହୋଇଛି। ଏହି ସେତୁ ନିର୍ମାଣ ପରେ ଆଳି ଓ ରାଜକନିକା ଦୁଇଟି ବ୍ଲକର ଜନସାଧାରଣ ସିଧାସଳଖ ଜିଲା ବାହାରକୁ ଯାତାୟାତ କରିପାରୁଛନ୍ତି। କଟକ-ଚାନ୍ଦବାଲି ରାସ୍ତାରେ ଦୈନିକ ଶତାଧିକ କାର, ବସ୍‌, ଟ୍ରକ୍‌ ଆଦି ଯାନବାହନ ଚଳାଚଳ କରିବାରୁ ଅବସ୍ଥା ଖରାପ ହୋଇଯାଇଥିଲା। କିଛିବର୍ଷ ପୂର୍ବରୁ ବିଶ୍ୱ ବ୍ୟାଙ୍କ ସହାୟତାରେ ଜଗତପୁରରୁ ଚାନ୍ଦବାଲି ପର୍ଯ୍ୟନ୍ତ ରାସ୍ତାକୁ ନବୀକରଣ ପରେ ଯାନବାହନ ଚଳାଚଳ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ ଆଳି ପତ୍ରପୁର ସେତୁ ନିକଟରୁ ଆଳି ଗଡଗଡି ସେତୁ ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତାରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ମୁଖ୍ୟତଃ ଡାକବଙ୍ଗଳା ଛକଠାରେ ଥିବା ବୁଲାଣି ଏବେ ଦୁର୍ଘଟଣାସ୍ଥଳ ଭାବେ ପରିଗଣିତ ହେଉଛି। ଏହି ବୁଲାଣିଟି ଏପରି ହୋଇଛି ଯେ, ପ୍ରତ୍ୟେକ ଦିନ ବାଇକ୍‌ ଓ କାର ଦୁର୍ଘଟଣା ମଧ୍ୟ ଘଟୁଛି। ଗତ ସପ୍ତାହରେ ଏକ କାର ଉକ୍ତ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। କିଛିଦିନ ପୂର୍ବେ କଟକରୁ ମୃତଦେହ ନେଇ ଆମ୍ବୁଲାନ୍ସ ଚାନ୍ଦବାଲି ଅଭିମୁଖେ ଆସୁଥିବା ବେଳେ ସେହି ସ୍ଥାନରେ ଓଲଟି ପଡିଥିଲା। ଆମ୍ବୁଲାନ୍ସ ଓଲଟି ପଡିବାରୁ ସେଥିରେ ଥିବା ଲୋକେ ମଧ୍ୟ ଆହତ ହୋଇଥିଲେ। ବିଭାଗୀୟ ଅଧିକାରୀ ଏହି ଘଟଣା ପ୍ରତି ଅବଗତ ଥିଲେ ମଧ୍ୟ ଏହାର ପ୍ରତିକାର ନିମନ୍ତେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏ ସମ୍ପର୍କରେ ଆଳି ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀ ଜ୍ୟୋତି ରଞ୍ଜନ ବେହେରାଙ୍କୁ ପଚାରିବାରୁ ଡାକବଙ୍ଗଳା ଛକର ଦୁଇପାର୍ଶ୍ୱରେ ଦୁଇଟି ସୋଲାର ବ୍ଲିଙ୍କ ଲାଗିବ। ଉଭୟପାର୍ଶ୍ୱର ୨ଶହ ଫୁଟ ଦୂରରେ ଦୁଇଟି ବିଜ୍ଞାପନ ବୋର୍ଡ ମଧ୍ୟ ଲଗାଯିବ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଏହି ପ୍ରସ୍ତାବ ପଠାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?