୩ ରାଜ୍ୟ ପାଇଁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬୩ ହଜାର ତଳେ ରହିଛି। କେରଳ, କର୍ନାଟକ, ମହାରାଷ୍ଟ୍ର ଆଦି ୩ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି। ଏସବୁ ରାଜ୍ୟରେ ଦୈନିକ ସଂକ୍ରମଣ ୧ ହଜାର ଉପରେ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି। ଦେଶରେ ସଂକ୍ରମଣ ହାର ୨.୯୮ ପ୍ରତିଶତରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଏହା ୭,୨୧୧ ରହିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୫ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା କମି ୫୬ ହଜାର ୭୪୫ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୯ ହଜାର ୬୫୧ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୭ ହଜାର ୯୬୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୪ ଲକ୍ଷ ୪୯ ହଜାର ୭୨୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୮ ଲକ୍ଷ ୬୫ ହଜାର ୧୬ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଗିଲେ ମାୟାବତୀ: ସମାଜବାଦୀ ପାର୍ଟିକୁ ହରାଇବାକୁ ଭାଜପାକୁ ଦେବେ ଭୋଟ

ଲକ୍ଷ୍ନୌ,୨୯ ।୧୦: ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଗୁରୁବାର ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଆମ ଦଳ ଲୋକ ସଭା...

ରାଜ୍ୟରେ ଚିହ୍ନଟ ହେଲେ ୩୩୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

ଫେବୃୟାରୀ ଯାଏ ଗ୍ରେ ଲିଷ୍ଟରେ ରହିବ ପାକ୍‌

ଇସ୍‌ଲାମାବାଦ, ୧୭ା୧୦(ପି.ଟି.): ଆତଙ୍କବାଦକୁ ନେଇ ପାକିସ୍ତାନ ଏକଘରକିଆ ହୋଇପଡ଼ିଥିବାବେଳେ ଏହାକୁ ପୁଣି ଏକ ଝଟକା ଲାଗିଛି। ପାକିସ୍ତାନକୁ ଆସନ୍ତା ୨୦୨୦ ଫେବୃୟାରୀ ମାସ ପର୍ଯ୍ୟନ୍ତ ଗ୍ରେ...

ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ସାମିଲ କରୁଛନ୍ତି ଓଓ୍ବାସି-କେସିଆର୍‌: ସ୍ମୃତି ଇରାନୀ

ହାଇଦ୍ରାବାଦ୍‌,୨୫।୧୧: ଭାଜପା ସଦସ୍ୟ ସ୍ମୃତି ଇରାନୀ ତେଲଙ୍ଗାନାର ଗ୍ରେଟର ହାଇଦ୍ରାବାଦ୍‌ରେ ଡିସେମ୍ବର ୧ରେ ହେବାକୁଥିବା ନଗରନିଗମ ନିର୍ବାଚନ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ସେ ଅସଦୁଦ୍ଦିନ୍‌...

ଗୁଜରାଟ ପରେ ଭାଗବତ ଗୀତା ସପକ୍ଷରେ କର୍ନାଟକ

ଲକ୍ଷ୍ନୌ,୧୯।୩: ଗୁଜରାଟର ଭାଜପା ସରକାର ସ୍କୁଲ ପାଠ୍ୟକ୍ରମରେ ଭାଗବତ ଗୀତାକୁ ସାମିଲ କରିବା ପରେ ସମାନ ଯୋଜନା କରୁଛି କର୍ନାଟକ ସରକାର। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ...

କର୍ନାଟକ ସରକାର ଟଳମଳ

ନୂଆଦିଲ୍ଲୀ/ବେଙ୍ଗାଲୁରୁ, ୨୯ା୫(ପି.ଟି.): କର୍ନାଟକରେ ଶାସକ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ଏବଂ କଂଗ୍ରେସ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ...

ତେଜ ପ୍ରତାପଙ୍କ ଟୁଇଟ୍‌କୁ ନେଇ ବଢୁଛି ଚର୍ଚ୍ଚା

ପାଟନା,୧୧।୪:ଆରଜେଡି ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ନିଜର ନିଆରା କାର୍ଯ୍ୟ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ...

ଅକ୍ଟୋବରରେ ଦରଦାମ୍‌ ବୃଦ୍ଧିରୁ ମିଳିପାରେ ମୁକ୍ତି, ଆରବିଆଇ ଗଭର୍ନରଙ୍କ ସୂଚନା…

ନୂଆଦିଲ୍ଲୀ, ୯।୭ : ଅକ୍ଟୋବର ୨୦୨୨ରୁ ସାଧାରଣ ଲୋକ ଦରଦାମ୍‌ ବୃଦ୍ଧିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି। ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ...

Advertisement
Archives

Model This Week