ଜରାଜୀର୍ଣ୍ଣ ଅବସ୍ଥାରେ ଅଲେଖ ମଠ

ବ୍ରହ୍ମପୁର ଅଫିସ,୨୫।୧୨: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ପଲ୍ଲୀଗୁମୁଳା ଗ୍ରାମରେ ଥିବା ମହିମା ଅଲେଖ ମଠ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ଦିନ ଥିଲା ଏହି ମଠରେ ବହୁ ସନ୍ନ୍ୟାସୀଙ୍କ ଭିଡ଼ ଜମୁଥିଲା। ଶୂନ୍ୟବ୍ରହ୍ମଙ୍କ ଉପାସନା ଓ ଅଲେଖ ଧର୍ମର ପ୍ରଚାରପ୍ରସାର କରାଯାଉଥିଲା। ଆଖପାଖ ଅଞ୍ଚଳ ଭକ୍ତି ପରିବେଶ ସୃଷ୍ଟି ହେଉଥିଲା। ହେଲେ ଏବେ ମନ୍ଦିରଟି ଭଗ୍ନ ଅବସ୍ଥାକୁ ଆସି ଯାଇଥିବା ଓ ମନ୍ଦିର ପୁନରୁଦ୍ଧାର ହୋଇପାରୁ ନ ଥିବାରୁ ଶ୍ରଦ୍ଧାଳୁମାନେ ଇଚ୍ଛା ଥିଲେ ବି ଆସିପାରୁନାହାନ୍ତି।
ଢେଙ୍କାନାଳ ଜିଲାର ଯୋରନ୍ଦା ଗାଦି ଭଳି ପଲ୍ଲୀଗୁମୁଳା ମଠରେ ଅଲେଖ ଧର୍ମର ସମସ୍ତ ପର୍ବପର୍ବାଣି ପାଳନ କରାଯାଉଥିଲା। ପ୍ରତି ଚତୁର୍ଦ୍ଦଶୀରେ ବାଲ୍ୟଲୀଳା ଓ ଚୈତ୍ର ପୂର୍ଣ୍ଣମୀରେ ଏଠାରେ ବହୁ ମହିମା ଧର୍ମାବଲମ୍ବୀମାନେ ଆସି ଶୂନ୍ୟବ୍ରହ୍ମଙ୍କ ଉପାସନା କରୁଥିଲେ। ବର୍ତ୍ତମାନ ଏସବୁ ହେଉନାହିଁ। ମଠ ପରିସରରେ ଥିବା ଏକ ବିଶ୍ରାମଗୃହ, ରୋଷେଇଶାଳ ଭଗ୍ନ ଅବସ୍ଥାକୁ ଆସିଲାଣି। ସେହପରିି ଶୂନ୍ୟବ୍ରହ୍ମଙ୍କ ଉପାସନା ନିମନ୍ତେ ଥିବା ମନ୍ଦିରର ମଧ୍ୟ ସମାନ ଅବସ୍ଥା । ମନ୍ଦିର ପାଚେରିରେ ହୋଇଥିବା ବହୁ ସୁନ୍ଦର କାରୁକାର୍ଯ୍ୟ ଓ ଲିପିବଦ୍ଧ ହୋଇଥିବା ଧର୍ମବାଣୀଗୁଡ଼ିକର ଆଉ ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ମତଦାନ

ଆର.ଉଦୟଗିରି,୧୬।୨(ଡି.ଏନ୍‌.ଏ): ଗଜପତି ଜିଲା ମୋହନା ବ୍ଲକର ୧୭ନମ୍ବର ୱାର୍ଡର ଧନପଙ୍କ ୱାର୍ଡରେ ୩ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ୧୭ନମ୍ବର ଓ୍ବାର୍ଡଟି ୩ଟି ଗ୍ରାମକୁ ନେଇ...

ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର ଅଫିସ,୧୧ା୫: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ...

ହତ୍ୟାକରି ମହାନଦୀକୁ ଫିଙ୍ଗିଦେଇଥିଲେ

ଖୋର୍ଦ୍ଧା ଅଫିସ, ୨୬ା୮:ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପୁବୁସାହିର ଯୁବକ ବାସୁଦେବ ପ୍ରଧାନଙ୍କ ନିଖୋଜ ଘଟଣା ନୂଆମୋଡ଼ ନେଇଛି। ବାସୁଦେବଙ୍କୁ ଅଭିଯୁକ୍ତ କବାଡ଼ିଆ ମାଲିକ ରବୀନ୍ଦ୍ର...

ଆଜିଠୁ ଆରମ୍ଭ ପିପିଲି ଉପନିର୍ବାଚନ ପ୍ରଚାର

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଆସନ୍ତା ୩୦ରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ସୋମବାରଠାରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେବ। ପ୍ରଚାର ପୂର୍ବରୁ ସବୁ ଦଳ କର୍ମୀ...

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ନୀଳମାଧବ ଜୀଉ

ଖଣ୍ଡପଡ଼ା,୯ା୧୧(ସ୍ବ.ପ୍ର.): କାର୍ତ୍ତିକ ଏକାଦଶୀ ଶୁକ୍ରବାରଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶ୍ରୀ ନୀଳମାଧବ ଜୀଉଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି। ଏହି ଅବସରରେ ଆଜି ସକାଳ...

ଶେଷହେଲା କଂସ ଦରବାର

ମାଧପୁର,୧୮।୧୦: ଆଠମଲ୍ଲିକ ବ୍ଲକ ମାଧପୁରଠାରେ ଚାଲିଥିବା ଚୌରାଶି ମହାଲକ୍ଷ୍ମୀ ପୂଜା ଅବସରରେ ମହାରାଜ କଂସଙ୍କ ଦରବାର କାର୍ଯ୍ୟକ୍ରମ ରବିବାର ଶେଷ ହୋଇଛି। ଏହି ଅବସରରେ ଷଷ୍ଠ...

ଗ୍ଲୁକୋମା ରୋଗ୍‌ରେ ପୀଡ଼ିତ ସଞ୍ଜୟ: ଟଁକା ପଏସା ଅଭାବୁ ଅଟ୍‌କିଛେ ଚିକିଛା

ଲୋଇସିଂହା,୧୯।୨ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଦୁମଦୁମି ଗଁାର ସଞ୍ଜୟ ବାଗ(୩୩)। ସେ ଅନେକ୍‌ ଦିନ ହେଲା ଗ୍ଲୁକୋମା ରୋଗ୍‌ରେ ପୀଡ଼ିତ ଅଛନ୍‌। ରୋଗ୍‌...

ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ

ବାଙ୍କୀ,୧୬ା୬(ସ୍ବ.ପ୍ର.)-ବାଙ୍କୀ ଜାତମୁଣ୍ଡିଆ ସୁବର୍ଣ୍ଣପୁର ସେତୁ ଉପରୁ ମଙ୍ଗଳବାର ମହାନଦୀକୁ ଡେଇଁ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ବୟସ ୨୫ ବର୍ଷ ହୋଇଥିବା ବେଳେ ତିଗିରିଆ...

Advertisement
Archives

Model This Week