ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ, ୧୮।୧: ମହାମାରୀ କରୋନା ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଥିବାବେଳେ ସମସ୍ତଙ୍କ ଅପେକ୍ଷା ଥିଲା ଟିକାକୁ। ସଂକ୍ରମଣର ପ୍ରାୟ ବର୍ଷେ ପରେ ଆମେରିକା, ବ୍ରିଟେନ, ରୁଷିଆ, ଚାଇନା ସମେତ ବିଶ୍ୱର ବିଭିନ୍ନ ଦେଶକୁ ଭାକ୍ସିନ୍‌ ଆସିଛି। କୋଭିଡ୍‌ ମହାମାରୀ ବିରୋଧରେ ଏହାକୁ ସଞ୍ଜୀବନୀ ବିବେଚନା କରାଯାଉଥିବାବେଳେ ଘାତକ ସାଜିଛି କେତେକ ଟିକା। ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଦିଆଯାଇଥିବା କୋଭିଡ୍‌ ଭାକ୍ସିନ୍‌ ଏବେ ଜୀବନ ନେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭାରତରେ ମଧ୍ୟ ବିବାଦ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ପ୍ରସ୍ତୁତ କୋଭିଶିଲ୍ଡ ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌କୁ ମଞ୍ଜୁରୀ ଦେଇଛନ୍ତି। କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇ ନ ଥିବାରୁ ଲୋକଙ୍କ ଶରୀରରେ ଏହାର ପ୍ରୟୋଗକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। କେବଳ ବିରୋଧୀ ନୁହନ୍ତି, ବିଶେଷଜ୍ଞମାନେ ମଧ୍ୟ ବିଦେଶରେ ଭାକ୍ସିନ୍‌ ଗ୍ରହୀତାଙ୍କ ବଢ଼ିଚାଲିଥିବା ମୃତ୍ୟୁସଂଖ୍ୟାକୁ ନେଇ ଭାରତ ଅଧିକ ସତର୍କ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି।
କରୋନା ମହାମାରୀ ସାରା ବିଶ୍ୱରେ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିବାବେଳେ ୯ କୋଟି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ମହାମାରୀକୁ ରୋକିବା ଲାଗି ଲକ୍‌ଡାଉନ୍‌ ଓ ଅନ୍ୟାନ୍ୟ କଟକଣା ଯୋଗୁ ଅଧିକାଂଶ ସଂକ୍ରମିତ ଦେଶ ଗମ୍ଭୀର ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏଭଳି ବିପତ୍ତିରୁ ରକ୍ଷା ପାଇବା ପାଇଁ ଟିକା ଏକମାତ୍ର ସାହା ବୋଲି ବିବେଚନା କରାଯାଇଥିଲା। ତେଣୁ ଟିକା ପ୍ରସ୍ତୁତି ଲାଗି ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ସାଧାରଣତଃ ଟିକା ପ୍ରସ୍ତୁତି ଲାଗି ବର୍ଷ ବର୍ଷ ଲାଗୁଥିବାବେଳେ ଜରୁରୀ ଆବଶ୍ୟକତା ପୂରଣ କରିବାକୁ ଯାଇ କେତେକ କମ୍ପାନୀ ତରବରିଆ ଭାବେ ମାସ କେଇଟାରେ କୋଭିଡ୍‌ ଟିକା ପ୍ରସ୍ତୁତ କରିଦେଲେ। ପରୀକ୍ଷା ବେଳେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଜାଣିବା ପାଇଁ ଯଥେଷ୍ଟ ସମୟ ଦିଆଗଲାନାହିଁ। ଟିକାକରଣ ପରେ ଏବେ କେତେକ ଦେଶରେ ଏହାର ବିପଜ୍ଜନକ ପାର୍ଶ୍ୱ ପ୍ରତିକ୍ରିୟା ସାମ୍‌ନାକୁ ଆସିଛି। ଟିକା ନେଇ ଆମେରିକା, ନରଓ୍ବେ ଓ ଅନ୍ୟ କେତେକ ଦେଶରେ ଅନେକ ଲୋକଙ୍କ ମୃତ୍ୟୁ ହେଲାଣି ଓ କେତେଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ କୋଭିଡ୍‌ ଟିକା ପାଇଁ ଲୋକଙ୍କ ମଧ୍ୟରେ ଯେଉଁଭଳି ଆଗ୍ରହ ଦେଖାଦେବା କଥା ତାହା ନାହିଁ। ଏପରିକି ଅଧିକାଂଶ ଲୋକ ଟିକା ନେବାକୁ ଭୟ କରୁଛନ୍ତି। ଭାରତ ସରକାର ଦୁଇଟି ସ୍ବଦେଶୀ ଟିକାକୁ ମଞ୍ଜୁରୀ ପ୍ରଦାନ କରିବା ପରେ ଶନିବାରଠାରୁ ଟିକାଦାନ ଅଭିଯାନ ଆରମ୍ଭ ହୋଇଛି। ତେବେ ବିଦେଶରେ ଟିକାର ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଭାରତ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଉଛି।
ଆମେରିକା ସଂଘୀୟ ବ୍ୟବସ୍ଥାକୁ ଦିଆଯାଇଥିବା ଏକ ରିପୋର୍ଟ ଅନୁଯାୟୀ ସେଠାରେ ଫାଇଜର ଓ ମଡର୍ନା ଟିକା ନେଇ ବର୍ତ୍ତମାନ ସୁଦ୍ଧା ୫୫ ଜଣ ପ୍ରାଣ ହରାଇଲେଣି। ଫେଡେରାଲ ଡାଟାବେସ୍‌ ଭାକ୍ସିନ୍‌ ଆଡ୍‌ଭର୍ସ ଇଭେଣ୍ଟ ରିପୋର୍ଟିଂ ସିଷ୍ଟମ (ଭିଏଇଆର୍‌ଏସ୍‌)ରେ ଉକ୍ତ ରିପୋର୍ଟ ଫାଇଲ୍‌ କରାଯାଇଛି। କେତେକ ମାମଲାରେ ଟିକା ନେବାର କିଛିଦିନ ମଧ୍ୟରେ ରୋଗୀଙ୍କ ମୃତ୍ୟୁ ଘଟୁଛି। କଲୋରାଡୋରେ ଜଣେ ୬୬ ବର୍ଷୀୟ ବ୍ୟକ୍ତି ମଡର୍ନା ଟିକା ନେଇ କୋମା ଅବସ୍ଥାକୁ ଚାଲିଯାଇଛନ୍ତି।
ସାଉଥ ଡାକୋଟାରେ ଜଣେ ୯୩ ବର୍ଷୀୟ ଗତ ୪ ତାରିଖରେ ଫାଇଜର ଟିକା ନେବା ପରେ ତାଙ୍କ ଶ୍ୱାସକ୍ରିୟା ବନ୍ଦ ହୋଇଯାଇଥିଲା।
ନରଓ୍ବେରେ ଫାଇଜର ଟିକା ନେଇ ଶନିବାର ସୁଦ୍ଧା ୨୯ ଜଣଙ୍କ ଜୀବନ ଗଲାଣି ଓ ୭୫ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଡିସେମ୍ବର ୨୭ରୁ ସେଠାରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୫,୦୦୦ରୁ ଅଧିକ ଲୋକ ଟିକା ନେଇଛନ୍ତି। ୮୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଟିକା ବିପଦ ସୃଷ୍ଟି କରିଥିବା କୁହାଯାଉଥିଲା। ତେବେ ଶନିବାର ପ୍ରାଣ ହରାଇଥିବା ୬ ଜଣଙ୍କ ବୟସ ୭୫ରୁ ୮୦ ମଧ୍ୟରେ ବୋଲି ଜଣାପଡ଼ିଛି। ଫଳରେ କେଉଁ ବୟସ ବର୍ଗର ଲୋକଙ୍କୁ ଟିକା ଦିଆଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେହିପରି ଇସ୍ରାଏଲ୍‌ରେ ଟିକା ନେଇଥିବା ୧୩ ଜଣ ମୁଖ ପକ୍ଷାଘାତର ଶିକାର ହୋଇଛନ୍ତି। ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଅନେକ ଲୋକଙ୍କଠାରେ ଦେଖାଦେଇଥିବା ସେଠାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପାରାଲିସିସ୍‌ ଭଲ ହେବା ପରେ ଟିକାର ଦ୍ୱିତୀୟ ଡୋଜ୍‌ ଦେବାକୁ ସରକାର ପରାମର୍ଶ ଦେଉଥିବାବେଳେ ବିଶେଷଜ୍ଞମାନେ ଭୟ କରୁଛନ୍ତି। ଇସ୍ରାଏଲ୍‌ରେ ଡିସେମ୍ବର ୨୦ରୁ ଟିକାକରଣ ଆରମ୍ଭ ହୋଇଥିଲା। ସେଠାରେ ୬୦ ବର୍ଷ ଓ ତଦୂର୍ଦ୍ଧ୍ୱ ୭୨ ପ୍ରତିଶତ ଲୋକ ଟିକା ନେଇସାରିଛନ୍ତି।
ବ୍ରିଟେନରେ ଫାଇଜର ଟିକାର ପରୀକ୍ଷା ବେଳେ ୪ ଜଣ ସ୍ବେଚ୍ଛାସେବୀଙ୍କ ମୁହଁରେ ପକ୍ଷାଘାତ ହୋଇଥିଲା। ଏହା ବ୍ୟତୀତ ଅନ୍ୟ କେତେକ ଦେଶରେ ମଧ୍ୟ ଟିକାର ପ୍ରତିକୂଳ ପ୍ରଭାବ ଅନୁଭୂତ ହୋଇଛି। ଏଭଳି ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିବା ସହ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

କୋଭାକ୍ସିନକୁ ଭୟ

କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଶନିବାରଠାରୁ ଟିକାକରଣ ଆରମ୍ଭ ହୋଇଥିବାବେଳେ କେତେଜଣ ବ୍ୟକ୍ତି ଭାକ୍ସିନ ନେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ପ୍ରଥମ ଦିନରେ ୩ ଲକ୍ଷ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କୁ ଟିକା ଦେବା ପାଇଁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁପାରିଲା ନାହିଁ। ଦେଶରେ ଟିକା ନେଇଥିବା ୪୪୭ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ପକ୍ଷରୁ ପ୍ରସ୍ତୁତ କୋଭିଶିଲ୍ଟ ଟିକା ନେବା ଲାଗି ଅଧିକାଂଶ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଭାରତ ବାୟୋଟେକ୍‌ର କୋଭାକ୍ସିନ ତୃତୀୟ ପର୍ଯ୍ୟାୟ ପରୀକ୍ଷା ହୋଇ ନ ଥିବାରୁ ଏହାକୁ ଗ୍ରହଣ କରିବାକୁ କେତେକ ସ୍ଥଳେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ଦେଖାଯାଇଛି। ଫଳରେ ଜୁଲାଇ ସୁଦ୍ଧା ୩୦ କୋଟି ଲୋକଙ୍କୁ ଟିକା ପ୍ରଦାନ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ଆଶଙ୍କା ସୃଷ୍ଟି ହୋଇଛି।
ନୂଆଦିଲ୍ଲୀସ୍ଥିତ ରାମମନୋହର ଲୋହିଆ ହସ୍ପିଟାଲର ଡାକ୍ତରମାନେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଟିକା ‘କୋଭାକ୍ସିନ’ ପରିବର୍ତ୍ତେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ‘କୋଭିଶିଲ୍ଡ’ ପଠାଇବାକୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

୪୪୭ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା

ଭାରତରେ ବର୍ତ୍ତମାନ ସୁଦ୍ଧା ୨,୨୪,୩୦୧ ହିତାଧିକାରୀ କୋଭିଡ୍‌ ଟିକା ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୪୭ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପାର୍ଶ୍ୱ ପ୍ରତିକ୍ରିୟା ଥିତ୍ବା ୪୪୭ଙ୍କ ମଧ୍ୟରୁ ମାତ୍ର ୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ମନୋହାର ଅଗ୍‌ନାନୀ କହିଛନ୍ତି। ରବିବାର ଛୁଟି ସତ୍ତ୍ୱେ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, କର୍ନାଟକ, କେରଳ, ମଣିପୁର ଓ ତାମିଲନାଡୁରେ ଟିକା ଦିଆଯାଇଥିଲା। ୫୫୩ଟି କେନ୍ଦ୍ରରେ ୧୭,୦୭୨ ଜଣ ଏହି ଟିକା ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?