ଶ୍ରମ ଶକ୍ତିରେ ଅଧିକ ବୟସ୍କ

ନୂଆଦିଲ୍ଲୀ:  ବର୍ତ୍ତମାନ ସମୟରେ ବେକାରି ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏହି ସମୟରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ବେକାର ହୋଇ ରହିଥିବା ସବୁ ବର୍ଗର ଲୋକମାନଙ୍କ ମଧ୍ୟରେ ଯୁବପିଢିଙ୍କ ସଂଖ୍ୟା ଢେର ଅଧିକ ରହିଛି। କରୋନା ମହାମାରୀ ପରେ ଅର୍ଥନୀତିରେ ହେଉଥିବା ସୁଧାର ପାଇଁ ଏହା ଶୁଭ ସଙ୍କେତ ନୁହେଁ ବୋଲି ଘରୋଇ ସଂସ୍ଥା ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନମି (ସିଏମ୍‌ଆଇଇ) ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ଶ୍ରମ ଶକ୍ତିରେ ଅଧିକ ବୟସ୍କ ରହିବା ନେଇ ସିଏମ୍‌ଆଇଇ ମଧ୍ୟ ଅଧିକ ଚିନ୍ତା ପ୍ରକଟ କରିଛି। ମହାମାରୀ ସମୟରେ ଯେଉଁ ବେକାରି ସମସ୍ୟା ସୃଷ୍ଟି ହୋଇଛି ତାହା ମୁଖ୍ୟତଃ ସହରାଞ୍ଚଳରେ ରହିଥିବା ଜଣାପଡିଛି। ଫଳରେ ବେକାର ହୋଇପଡ଼ିଥିବା ଲୋକମାନଙ୍କ ମଧ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ପାସ୍‌ କରିଥିବା ଯୁବକ,ଯୁବତୀ ଏବଂ ବେତନଭୋଗୀ ଲୋକଙ୍କ ସଂଖ୍ୟା ଅଧିକ ରହିଛି। ସର୍ଭେ ରିର୍ପୋଟ ଅନୁସାରେ ବେକାରି ସଂଖ୍ୟାରେ ୪୦ ବର୍ଷରୁ କମ୍‌ ବୟସର ଲୋକମାନଙ୍କ ହାର ୬୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୨୦୧୯-୨୦ ରେ ତାହା ୫୬% ରହିଥିଲା। ବର୍ତ୍ତମାନ ସମୟରେ ଶ୍ରମ ଶକ୍ତିରେ ଯୁବପିଢିଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡିଛି। ଫଳରେ ଏକ ବୟସ୍କ ଶ୍ରମ ଶକ୍ତିକୁ ନେଇ ଦେଶର ଅର୍ଥନୀତିରେ ସୁଧାର ଆଣିବା ସହଜ ହେବ ନାହିଁ ବୋଲି ସିଏମ୍‌ଆଇଇ ମତ ରଖିଛି। ଯେଉଁମାନଙ୍କ ବୟସ ୨୦ ବର୍ଷ ପାଖାପାଖି ସେମାନଙ୍କ ମଧ୍ୟରୁ ୮୦% ବେକାର ହୋଇଥିବା ବେଳେ ୩୦ ବର୍ଷରୁ କମ ବୟସ ୪୮% ଲୋକ ବେକାର ହୋଇ ରହିିଛନ୍ତି। ୨୦୧୯-୨୦ରେ ବେକାରି ଲୋକଙ୍କ ମଧ୍ୟରୁ ୩୨% ସହରାଞ୍ଚଳରେ ରହିଥିବା ବେଳେ ୨୦୨୦-୨୧ ବର୍ଷର ଡିସେମ୍ବର ସୁଦ୍ଧା ସେଥିରେ ସେହି ଅନୁପାତ ୩୪%ରେ ପହଞ୍ଚିଛି। ସାଧାରଣରେ ଏକ ବିଶ୍ବାସ ରହିଛି ଯେ ସହରାଞ୍ଚଳରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଥାଏ। ଯଦି ସେଠାରେ ଏତେ ଅଧିକ ସଂଖ୍ୟକ ବେକାରି ରହିବ ତେବେ ଏହା ଅର୍ଥନୀତି ପାଇଁ ଭଲ ନୁହେଁ ବୋଲି ସିଏମ୍‌ଆଇଇ ପକ୍ଷରୁ ସର୍ଭେ ରିର୍ପୋଟରେ କୁହାଯାଇଛି। ଦେଶର ମୋଟ ଶ୍ରମ ଶକ୍ତିରେ ମହିଳାଙ୍କ ସଂଖ୍ୟା ମଧ୍ୟ ମାତ୍ର ୧୧% ରହିଥିବା ବେଳେ ମହିଳାଙ୍କ ମଧ୍ୟରେ ବେକାରି ହାର ୫୨% ରହିଛି। ସେହିଭଳି ବିମୁଦ୍ରୀକରଣ ସମୟରେ ଅନେକ ମହିଳା ବେକାରି ହୋଇ ପଡ଼ିଥିଲେ। ଏହାର ପରବର୍ତ୍ତୀ ସମୟରେ କରୋନା ମହାମାରୀ ଅଧିକ ମହିଳାଙ୍କ ହାତରୁ ଜୀବିକା ଛଡ଼ାଇ ନେଇଛି। ଫଳରେ ୨୦୧୯-୨୦ ତୁଳନାରେ ୨୦୨୦ ଡିସେମ୍ବର ସୁଦ୍ଧା ଦେଶର ମୋଟ ନିଯୁକ୍ତିରେ ୧୪.୭ ନିୟୁତ ହ୍ରାସ ଘଟିଛି ବୋଲି ସର୍ଭେରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିସିକ୍ୟୁସିରେ ଓଏମ୍‌ସିର ୧୭ଟି ଟିମ୍‌କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର,୨୯।୯: କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ୮ମ ଚାପ୍ଟର କନ୍‌ଭେନ୍ସନ ଅନ୍‌ କ୍ୱାଲିଟି କନ୍ସେପ୍ଟସ (ସିସିକ୍ୟୁସି)-୨୦୨୬ରେ ଓଡ଼ିଶା ଖଣି…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?