Advertisement
Posted inଖେଳ

କୋକେନ୍‌ ସେବନ କରୁଥିଲେ ଆକ୍ରମ

କରାଚି,୩୧ା୧୦: ପାକିସ୍ତାନୀ କିମ୍ବଦନ୍ତୀ ପେସ୍‌ ବୋଲର ଓ୍ବାସିମ୍‌ ଆକ୍ରମ କୋକେନ୍‌ ସେବନ କରୁଥିବା ସ୍ବୀକାର କରିଛନ୍ତି। ନିଶା ସେବନ ନେଇ ଆକ୍ରମ ନିଜ ଆତ୍ମଜୀବନୀ ‘ସୁଲ୍‌ତାନ-ଏ ମେମୋଏର’ରେ ଏହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। କ୍ରିକେଟରୁ ଅବସର ଗ୍ରହଣ କରିବା ପରେ ସେ ନିୟମିତ ଭାବେ କୋକେନ ସେବନ କରୁଥିଲେ। ପାକିସ୍ତାନୀ ଭାବରେ ସର୍ବାଧିକ ୯୧୬ ଅନ୍ତର୍ଜାତୀୟ ଉଇକେଟ ନେଇଥିବା ଆକ୍ରମ ୨୦୦୩ ଦିନିକିଆ ବିଶ୍ୱକପ୍‌ ପରେ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ।

କ୍ରିକେଟ୍‌ରୁ ଅବସର ନେବା ପରେ ଆକ୍ରମ କୋଚିଂ ଏବଂ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ। ତେବେ କ୍ରିକେଟର ଭାବେ ଯେଉଁ ଆଡ୍ରେନିଲିନ୍‌ ରସ୍‌ ମିଳିଥାଏ ତାହାକୁ ବଜାୟ ରଖିବା ପାଇଁ ସେ କୋକେନ୍‌ ନେବା ଆରମ୍ଭ କରିଥିଲେ। ପ୍ରଥମଥର ପାଇଁ ଇଂଲଣ୍ଡରେ ଏକ ପାର୍ଟିରେ ସେ ଗୋଟିଏ ଲାଇନ୍‌ କୋକେନ୍‌ ଟାଣିଥିବା ଆକ୍ରମ ନିଜ ବହିରେ ସ୍ବୀକାର କରିଛନ୍ତି। ଏହାପରେ ଏହି ଅଭ୍ୟାସ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା। ଏପରି କି ସମୟ ସମୟରେ ୧-୨ ଗ୍ରାମ୍‌ର କୋକେନ୍‌ ସେବନ କରୁଥିବା ନେଇ ଆକ୍ରମ କହିଥିଲେ। ଆକ୍ରମଙ୍କ ପକେଟରୁ କୋକେନ୍‌ ପ୍ୟାକେଟ ଦେଖିଥିଲେ ପ୍ରଥମ ପତ୍ନୀ ହୁମା। ଏହାପରେ ସେ ରିହାବରେ ମଧ୍ୟ ରହିଥିଲେ। ରିହାବରେ ଦିଆଯାଉଥିବା ନିର୍ଯାତନା ସମ୍ପର୍କରେ ମଧ୍ୟ ସେ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ୨୦୦୯ରେ ହୁମାଙ୍କ ସହିତ ଡିଭୋର୍ସ ହେବା ବେଳକୁ ସେ ପୁନର୍ବାର କୋକେନ୍‌ ସେବନ କରିବା ଆରମ୍ଭ କରିଥିଲେ ବୋଲି ଆକ୍ରମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମ୍‌ଆଇ ଜିତିଲା ଟସ୍‌, ପ୍ରଥମେ ବୋଲିଂ…

ମୁମ୍ବାଇ, ୩୦।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୪୪ ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ)ସ ଜିତି ପ୍ରଥମେ ବୋଲିଂ...

ହାମିଲଟନ ଦ୍ରୁତତମ

ବୁଦାପେଷ୍ଟ, ୧୭ା୭ (ଏପି)-ହଙ୍ଗେରିଆନ ଗ୍ରାଁ ପ୍ରିର ପ୍ରଥମ ପ୍ରାକ୍ଟିସ ସେସନରେ ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନ ଦ୍ରୁତତମ ବିବେଚିତ ହୋଇଛନ୍ତି। ହମିଲଟନ ତାଙ୍କ ମର୍ସିଡିଜ୍‌...

କୋହଲିଙ୍କୁ ନେଇ ବଡ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ପାଇଁ ଗତ କିଛି ବର୍ଷ ହେବ ଭଲ ଚାଲି ନାହିଁ। ୨୦୧୯ଠାରୁ ବିରାଟ ଏକ ଶତକ ସ୍କୋର କରିବାରେ...

ବାର୍ସିଲୋନା ସ୍ପେନ ମାଷ୍ଟର୍ସ: ଦ୍ୱିତୀୟ ରାଉଣ୍ଡରେ ସାଇନା

ବାର୍ସିଲୋନା, ୨୦।୨ (ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଏକ ଲକ୍ଷ ୭୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ବାର୍ସିଲୋନା ସ୍ପେନ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ...

୧୫ ବର୍ଷ ଧରି ରାସ୍ତାକଡ଼ରେ ପଡ଼ିରହିଥିଲେ ଏହି ଅନ୍ତରାଷ୍ଟ୍ରୀୟ କ୍ରିକେଟର; ଶେଷସମୟ ଥିଲା ଯନ୍ତ୍ରଣାଦାୟକ

ନୂଆଦିଲ୍ଲୀ,୨୨।୧: ଆଜିର ସମୟରେ ଜଣେ ଖେଳାଳି କ୍ରିକେଟରେ ବହୁତ ଟଙ୍କା ରୋଜଗାର କରିପାରିବେ। ଯଦି ଖେଳାଳି ଅନ୍ତର୍ଜାତୀୟସ୍ତରରେ ସଫଳ ହୁଅନ୍ତି ତେବେ ଟଙ୍କାର ଅଭାବ ରହି...

ଆଇଏସ୍‌ଏଲ୍‌: ହାଇଦ୍ରାବାଦ- ବେଙ୍ଗାଲୁରୁ ମ୍ୟାଚ୍‌ ଡ୍ର

ହାଇଦ୍ରାବାଦ, ୩୦।୧୧(ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ହାଇଦ୍ରାବାଦ ଏଫ୍‌ସି ଓ ବେଙ୍ଗଲୁର ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ...

ଡିଆରଏସ୍‌ ନେବାରେ କୋହଲି ଦକ୍ଷ ନୁହନ୍ତି

ଖ୍ରୀଷ୍ଟଚର୍ଚ୍ଚ,୧।୩- ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ସେ ଗତ ୨୦ ଇନିଂସରେ ତିନି ସଂଖ୍ୟା ବିଶିଷ୍ଟ ସ୍କୋର...

ଆଇସିସି ଉପରେ କୋହଲି ଖପ୍ପା: କଥାରେ କଥାରେ ଦେଲେ ଚେତାବନୀ; କହିଲେ ଏହା ଉପରେ ବିଚାର କରିବା…

ସାଉଥାମ୍ପଟନ,୨୪।୬: ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ ପ୍ରଶିକ୍ଷକ ରବିଶାସ୍ତ୍ରୀଙ୍କ ସ୍ବରରେ ସ୍ବର ମିଳାଇଛନ୍ତି ଅଧିନାୟକ ବିରାଟ କୋହଲି। ଦୁନିଆର ସର୍ବଶ୍ରେଷ୍ଠ ଟେଷ୍ଟ ଦଳକୁ ଗୋଟିଏ ଫାଇନାଲ...

Advertisement
Archives

Model This Week