Posted inଖେଳ

ପାକିସ୍ତାନର କୋଚ୍‌ ହେବାକୁ କାହିଁକି ଚାହୁଁନାହାନ୍ତି? ଏହି କ୍ରିକେଟର କହିଲେ ‘ମୁଁ ମୁର୍ଖ ନୁହେଁ’

ଲାହୋର,୨୯।୫: ସର୍ବଦା ପାକିସ୍ତାନ କ୍ରିକେଟ ଟିମ୍‌ର କୋଚ୍‌ ପଦକୁ ନେଇ ବିବାଦ ଲାଗି ରହିଥାଏ। ସ୍ବଦେଶୀ କୋଚ୍‌ ହୁଅନ୍ତୁ ଅବା ବିଦେଶୀ, ସମସ୍ତଙ୍କୁ ନେଇ ବିବାଦ ଦେଖାଦେଇଥାଏ। ବର୍ତ୍ତମାନ ସମୟରେ ଅନେକ ପୂର୍ବ ଅଭିଜ୍ଞ ଖେଳାଳି ରହିଛନ୍ତି, ଯେଉଁମାନେ କୋଚ୍‌ ଭୂମିକା ବେଶ୍‌ ଭଲ ଭାବେ ନିର୍ବାହ କରିପାରିବେ। ହେଲେ ଖେଳାଳିମାନେ ନିଜେ ଏଥିରୁ ଓହରି ଯାଉଛନ୍ତି। ପାକିସ୍ତାନ କ୍ରିକେଟ ଟିମ୍‌ର ଉନ୍ନତି ଚାହୁଁଥିଲେ ହେଁ କୋଚ୍‌ ହେବାକୁ ସେମାନେ ଚାହୁଁ ନ ଥିବା ରୋକଠୋକ ଶୁଣାଇଦେଇଛନ୍ତି। ଏଭଳି ଜଣେ ଖେଳାଳି ହେଉଛନ୍ତି ଓ୍ବାସିମ୍‌ ଆକ୍ରମ।

ଆଇପିଏଲ୍‌ରେ କୋଚିଂ ଦେଇଥିବା ଓ୍ବାସିମ୍‌ ଭାରତ ସହ ଅନେକ ଥର ଯୋଡ଼ି ହୋଇଛନ୍ତି। ହେଲେ ପାକିସ୍ତାନୀ ଟିମ୍‌ର ସହାୟତା ପାଇଁ ସେ ସକ୍ରିୟ ଭାବେ ଆଗକୁ ଆସିନାହାନ୍ତି। ଏନେଇ ସେ କୁହନ୍ତି, ପ୍ରଥମ କଥା ହେଲା ଯଦି ଆପଣ ପାକିସ୍ତାନ ନଚେତ ଅନ୍ୟ ଅନ୍ତରାଷ୍ଟ୍ରୀୟ ଟିମ୍‌ ସହ ଯୋଡ଼ି ହୁଅନ୍ତି ତେବେ ବର୍ଷକୁ ଅତିକମ୍‌ରେ ୨୦୦-୨୫୦ ଦିନ ଦେବାକୁ ହେବ। ହେଲେ ଦେଶ ଏବଂ ନିଜ ପରିବାରଠାରୁ ଏତେ ଦିନ ଦୂରରେ ରହିପାରିବି ନାହିଁ। ଯେଉଁ ଖେଳାଳିଙ୍କୁ ସହାୟତା ଆବଶ୍ୟକ ଥାଏ ସେମାନେ ଯୋଗାଯୋଗ କରିଥାନ୍ତି ଏବଂ ସେ ତାଙ୍କର ସାହାଯ୍ୟ କରିଥାନ୍ତି। ଦ୍ୱିତୀୟ କଥା ହେଲା, ସେ ମୁର୍ଖ ନୁହନ୍ତି। ପ୍ରତ୍ୟହ ସୋସିଆଲ ମିଡିଆ ନିଶ୍ଚିତ ଭାବେ ଦେଖିଥାନ୍ତି। ସେଠାରେ କିଛି ଖେଳାଳି ନିଜର କୋଚ୍‌ ଏବଂ ସିନିୟରମାନଙ୍କ ଅପମାନ କରନ୍ତି ତାହା ମଧ୍ୟ ସେ ଦେଖୁଛନ୍ତି। କୋଚ୍‌ କ୍ରିକେଟ ଖେଳନ୍ତି ନାହିଁ। ଖେଳାଳିମାନଙ୍କୁ ତାହା କରିବାକୁ ପଡ଼ିଥାଏ। ଯୋଜନା ପ୍ରସ୍ତୁତ କରିବା କୋଚ୍‌ର କାମ। ହେଲେ ଟିମ୍‌ ହାରିଲେ ସବୁତକ ଦୋଷ କୋଚ୍‌କୁ ଦିଆଯିବା ଅନୁଚିତ। ଏଭଳି କଥାକୁ ସହିବା କଷ୍ଟକର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri