Posted inଜାତୀୟ

ଦିନେ ଟିକା ନେବାକୁ ମନା କରୁଥିଲେ ଅଖିଳେଶ: ଏବେ କହିଲେ, ମୁଁ ବି ନେବି ଟିକା

ଲକ୍ଷ୍ନୌ,୮।୬: ଶେଷରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଙ୍ଗଳବାର କରୋନା ଟିକା ନେବେ ବୋଲି ଘୋଷଣା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ ଜନସାଧାରଣଙ୍କ କ୍ରୋଧକୁ ଦୃଷ୍ଟିରେ ରଖି ସରକାର କରୋନା ଟିକାକୁ ରାଜନୀତିକରଣ କରିବା ପରିବର୍ତ୍ତେ ମାଗଣା ଟିକାକରଣ କରିବେ ବୋଲି ଘୋଷଣା କରିଛନ୍ତି। ଆମେ ଭାଜପାର ଟିକା ବିରୋଧରେ ଥିଲୁ, କିନ୍ତୁ ‘ଭାରତ ସରକାର’ର ଟିକାକୁ ସ୍ବାଗତ କରି ଆମେ ବି ଟିକା ନେବୁ ଏବଂ ଟିକା ଅଭାବରୁ ଏହାକୁ ନେଇ ନ ଥିବା ଲୋକଙ୍କୁ ନିବେଦନ ମଧ୍ୟ କରିବୁ ବୋଲି ସେ କହିଛନ୍ତି। ପୂର୍ବରୁ ତାଙ୍କ ପିତା ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଲକ୍ଷ୍ନୌରେ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିଲେ।
ସୂଚନାଯୋଗ୍ୟ,ଅଖିଳେଶ ଯାଦବ କରୋନା ଟିକାକୁ ବିରୋଧ କରିଥିଲେ ଏବଂ କହିଥିଲେ ଯେ ସେ ଏହି ଟିକା ନେବେ ନାହିଁ। ତାଙ୍କ ବିବୃତ୍ତିକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ଚର୍ଚ୍ଚା ପ୍ରକାଶ ପାଇଥିଲା। ଅଖିଳେଶ କହିଥିଲେ ଯେ, ମୁଁ କରୋନା ଟିକା ନେବି ନାହିଁ। ଏହି ଟିକା ତ ଭାଜପା ଲୋକଙ୍କର। ମୁଁ ଏହାକୁ କିପରି ବିଶ୍ୱାସ କରିପାରିବି? ’ରାଜ୍ୟ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଅଖିଳେଶଙ୍କ ଏହି ମନ୍ତବ୍ୟ ଡାକ୍ତର ତଥା ବୈଜ୍ଞାନିକଙ୍କ ଅପମାନ ବୋଲି କହିଥିଲେ। ପାଇଁ ସେ ଏନେଇ କ୍ଷମା ମାଗନ୍ତୁ ବୋଲି ମୌର୍ଯ୍ୟ କହିଥିଲେ। ତେବେ କିଛି ସମୟ ପରେ ଅଖିଳେଶ ଯାଦବ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରି କହିଥିଲେ ଯେ ସମ୍ପୂର୍ଣ୍ଣ ପରୀକ୍ଷା ପରେ ସେ କରୋନା ଟିକା ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ଜଳାଇ ଆତ୍ମଦାହ କରୁଥିଲେ ମହିଳା, ଲୋକେ ମାତିଥିଲେ ଭିଡିଓ ଶୁଟିଂରେ

ରାଞ୍ଚି, ୧୯।୭: ଝାଡଖଣ୍ଡର ହଜାରିବାଗ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଭାଇଙ୍କ ମୃତ୍ୟୁ ପରେ ଗାଁ ମଝିରେ ନିଆଁ ଜଳାଇ ଆତ୍ମଦାହ କରିବାକୁ...

ମାସ୍କ ପିନ୍ଧିବା ପାଇଁ ପୋଲିସ କଲା ଏମିତି ଅନୁରୋଧ, ଜାଣିଲେ କରିବେ ପ୍ରଶଂସା

ପୁଣେ,୩ା୯: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ସଂକ୍ରମଣ ବଢୁଥିବାରୁ ସର୍ବସାଧାରଣ ସ୍ଥାନକୁ ନ ଯିବା ପାଇଁ ବାରଣ କରାଯାଉଛି। ଯଦି ଜରୁରୀ...

୧୨ ରେଳଯାତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ,୨୨।୩(ପି.ଟି.): ଦୁଇଟି ଟ୍ରେନରୁ ୧୨ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଗତ ୧୩ ତାରିଖରେ ଏପି ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ୮...

ସଭାମଞ୍ଚରୁ ଖସିପଡିଲେ କଂଗ୍ରେସ ନେତା

ପାଟନା,୩୦।୧୦: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି। ଜଲେ ବିଧାନସଭା ଆସନରୁ...

 ଭିଡ଼ ହିଂସା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୪୯ ଖ୍ୟାତି ସମ୍ପନ୍ନ ବ୍ୟକ୍ତି

ନୂଆଦିଲ୍ଲୀ,୨୪।୭: ଦେଶରେ ଭିଡ଼ ହିଂସା ଥମିବାର ନାଁ ଧରୁନି। ଏହା ଦ୍ୱାରା ଜାତୀୟ ସଂହତି ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଏନେଇ ୪୯ ଜଣ ଖ୍ୟାତି...

ମହାକାଶକୁ ଯିବ ଶ୍ରୀମଦ୍‌ ଭଗବଦ୍‌ ଗୀତା, ମୋଦିଙ୍କ ଫଟୋ

ନୂଆଦିଲ୍ଲୀ,୧୫।୨: ଫେବୃୟାରୀ ୨୮ରେ ଶ୍ରୀହରିକୋଟାର ମହାକାଶ କେନ୍ଦ୍ରରୁ ଏକ ଉପଗ୍ରହ ମହାକାଶକୁ ପ୍ରେରଣ କରାଯିବ। ଏହାର ନାମ ସତୀଶ ଧାଓ୍ବନ ସାଟେଲାଇଟ୍‌ ( ଏସ୍‌ଡି ସାଟ୍‌)...

ଗୋଟିଏ ଗୋଡରେ ସ୍ବପ୍ନ ପୂରଣ ପାଇଁ ଲାଗିପଡିଛନ୍ତି କୁନି ଝିଅ ସୀମା

କଥାରେ ଅଛି, ଯଦି ମନରେ ଦୃଢ ଇଚ୍ଛାଶକ୍ତି ଅଛି ତେବେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ବ୍ୟକ୍ତି ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହୁଏ।...

ଡିସିଟି ଯୋଜନା ନେଇ କେନ୍ଦ୍ର ସରକାର ଏବଂ ସିଇସିଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨।୭: ସୁପ୍ରିମ୍‌କୋର୍ଟ ସିଧା ସଳଖ ନଗଦ ସ୍ଥାନାନ୍ତର ବା ଡାଇରେକ୍ଟ କ୍ୟାସ୍‌ ଟ୍ରାନ୍ସଫର(ଡିସିଟି) ଯୋଜନା ନେଇ କରାଯାଇଥିବା ଏକ ଆବେଦନର ବିଚାର କରି ମଙ୍ଗଳବାର କେନ୍ଦ୍ର...

Advertisement
Archives

Model This Week