Advertisement

ଆକାଶଦୀପ ଵାଣ ଖସିପଡି ଗୋପଵନ୍ଧୁ ଙ୍କ ଷଠିଘରେ ଅଗ୍ନିକାଣ୍ଡ

ସାକ୍ଷୀଗୋପାଳ, ୨୪।୧୦ (ଡି. ଏନ୍. ଏ)ପୁରୀଜିଲ୍ଲା ସତ୍ୟଵାଦୀ ବ୍ଲକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରେ ଦୀପାବଳୀ ସନ୍ଧ୍ୟାରେ ଆକଷ୍ମିକ ଅଗ୍ନିକାଣ୍ଡ ଘଟିଛି। ଦୀପାବଳିରେ ଅବସରରେ ଏହି ଅଘଟଣ କୁ ନେଇ ଗ୍ରାମବାସୀ ମାନେ ଦୁଃଖ ପ୍ରକାଶ କରିଛନ୍ତି । ଘରର ଗୋଟିଏ ବଖରା ଅଗ୍ନିକାଣ୍ଡରେ ଜଳିଯାଇଥିବା ବେଳେ, ଅନ୍ୟ ବଖରା ଗୁଡ଼ିକୁ ମଧ୍ୟ ନିଆଁ ବ୍ୟାପିଥିବା ଜଣାପଡ଼ିଛି । ନିଆଁ ଯୋଗୁଁ ଘରର ଚାଳଛପର କୁହୁଳିବା ଦେଖି ଗ୍ରାମବାସୀ ମାନେ ନିଆଁ ଲିଭାଇଵାରେ ଲାଗିଥିଲେ। ଖଵରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ନିଆଁ ବ୍ୟପିଯିବା ଭୟରେ ପଡୋଶୀ ପଡୋଶୀ ଙ୍କ ଚାଳ ଛପର ନଡା କାଢି ଦିଆଯାଇଥିଲା। ଦୀପାବଳି ସନ୍ଧ୍ୟାରେ କିଛି ଦୂରରେ ଉଡୁଥିବା ଗୋଟିଏ ଆକାଶଦୀପ ବାଣ ଚାଳ ଉପରେ ଖସିପଡି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ସତ୍ୟଵାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ଏକ ଦୁର୍ଘଟଣା ବୋଲି ସେ କହିଛନ୍ତି। ଏବେ ଐତିହ୍ୟ ଗ୍ରାମରେ ଗୋପଵନ୍ଧୁ ଙ୍କ ଷଠିଘର ବିପଦ ମୁକ୍ତ। ତେବେ ଏହାର ସଂରକ୍ଷଣ କାମ କରୁଥିବା ଓବିସିସି ଅଧିକାରୀ ମାନେ ପହଞ୍ଚିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଅଧକ୍ଷ ଶ୍ରୀ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ହେଲେ ୩ ଅଣଓଡ଼ିଆ ପରୀକ୍ଷାର୍ଥୀ

ମଙ୍ଗଳବାର ପରୀକ୍ଷା ସରିବା ପରେ ଉତ୍ତରପ୍ରଦେଶର କେତେଜଣ ଯୁବକ ଆଇଜି ପାର୍କରେ ପଶି ନାନା ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେମାନେ ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା...

ନିରାପଦ ନୁହେଁ ସହର ରାସ୍ତା

ନୟାଗଡ଼ ଅଫିସ,୧।୯: ନୟାଗଡ଼ ଜିଲା ସଦର ମହକୁମାର ରାସ୍ତା ନିରାପଦ ନୁହେଁ । ରାସ୍ତାରେ ଗୋରୁ ଓ କୁକୁର ମାଳ ମାଳ ହୋଇ ବୁଲିବା କାରଣରୁୁ...

ବଢୁଛି ଷଣ୍ଢ ଦୌରାତ୍ମ୍ୟ

ଢେଙ୍କାନାଳ ଅଫିସ, ୧୮।୭ – ଢେଙ୍କାନାଳ ସହରରେ ବୁଲା ଷଣ୍ଢଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପ୍ରମୁଖ ବଜାର, ଜନଗହଳିପୂର୍ଣ୍ଣ ରାସ୍ତା ଗୋରୁଙ୍କ କବ୍‌ଜାରେ ରହୁଛି। ବାରମ୍ବାର...

ଗଞ୍ଜାମରେ ଟ୍ରେନ ରହଣି ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଛତ୍ରପୁର,୯ା୯(ଡି.ଏନ୍‌.ଏ.): ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଅନଲକ୍‌ ୪ ଗାଇଡ୍‌ଲାଇନ ଅବମାନନା କରି ରାଜ୍ୟ ସରକାରଙ୍କ...

ମାଡି ଚାଲିଛି କରୋନା: ରାଜ୍ୟରେ ଆଜି ୧୨,୨୩୮ ସଂକ୍ରମିତ ଚିହ୍ନଟ: ସୁନ୍ଦରଗଡରୁ ସର୍ବାଧିକ

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୧୨,୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬,୯୧୪ ଜଣ...

ମେଲାଣି ନେଲେ ମା’ ଦୁର୍ଗା

ଭଦ୍ରକ ଅଫିସ, ୧୦।୧୦- ଭଦ୍ରକ ସହରର ବିଭିନ୍ନ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗା ବୁଧବାର ମେଲାଣି ନେଇଛନ୍ତି। ପାରମ୍ପରିକ ବାଦ୍ୟ ବାଜଣା ଓ...

ଶାହାଙ୍କ ଶ୍ରୀମନ୍ଦିର ଗସ୍ତବେଳେ ସୁରକ୍ଷା ଢିଲା: ବାଇଶି ପାହାଚରେ ଫଟୋ ଉଠାଇ ଧରାପଡ଼ିଲେ ଯୁବକ

ପୁରୀ ଅଫିସ, ୧।୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଜଣେ ଯୁବକ ବାଇଶି...

ମହିମା ଆଶ୍ରମରେ ସାଧୁସନ୍ଥଙ୍କ ନବାନ୍ନ ଭକ୍ଷଣ

ଝାରସୁଗୁଡ଼ା ଅଫିସ,୧୩ା୮: ଲଖନପୁର ବ୍ଲକ୍‌ ପଞ୍ଚଗାଁ ପଞ୍ଚାୟତ ମହିମାପରୁରମ୍‌ ବିଜାପାଲି ମହିମା ଆଶ୍ରମରେ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଶ୍ରମର ଚିତ୍ରସେନ ଦାସ,...

Advertisement
Archives

Model This Week