Posted inଜାତୀୟ

‘ଶେଷ ନିଃଶ୍ୱାସ ଯାଏ ଲଢ଼ିବି…’ମାୟାବତୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ମୁହଁ ଖୋଲିଲେ ଆକାଶ ଆନନ୍ଦ

ଲକ୍ଷ୍ନୌ,୯।୫: ଲୋକ ସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି। ଏପରିକି ତାଙ୍କୁ ଉତ୍ତରାଧିକାରୀ କରିବା ନିଷ୍ପତ୍ତି ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଛି। ଏସବୁ ମଧ୍ୟରେ ଗୁରୁବାର ଆକାଶ ଏହି ନିଷ୍ପତ୍ତିକୁ ସ୍ବୀକାର କରିନେଇଛନ୍ତି। ଏପରିକି ସେ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ବହୁଜନ ସମାଜ ପାଇଁ ଲଢ଼ିବେ ବୋଲି କହିଛନ୍ତି।

ଆକାଶ ଆନନ୍ଦ ଟୁଇଟ୍‌ କରି ଲେଖିଛନ୍ତି, ସମ୍ମାନୀତ ଭଉଣୀ ମାୟାବତୀ ଜି, ଆପଣ ବହୁଜନ ସମାଜ ପାଇଁ ଏକ ଆଦର୍ଶ। କୋଟି କୋଟି ଦେଶବାସୀ ଆପଣଙ୍କୁ ପୂଜନ୍ତି। ଆପଣଙ୍କ ସଂଘର୍ଷ ପାଇଁ ଆଜି ଆମ ସମାଜକୁ ଏଭଳି ଏକ ରାଜନୈତିକ ଶକ୍ତି ମିଳିଛି, ଯେଉଁ କାରଣରୁ ବହୁଜନ ସମ୍ପ୍ରଦାୟ ସମ୍ମାନ ସହ ବଞ୍ଚିବା ଶିଖିଛି। ଆପଣ ଆମର ସର୍ବମାନ୍ୟ ନେତା। ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ। ଭୀମ ମିଶନ ଏବଂ ମୋ’ ସମାଜ ପାଇଁ ଶେଷ ନିଶ୍ୱାସ ଯାଏ ମୁଁ ଲଢ଼ିବା ଜାରି ରଖିବି।

ଏହାପୂର୍ବରୁ ମାୟାବତୀ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଦଳର ଅନ୍ୟ ନେତାଙ୍କୁ ଆଗକୁ ବଢ଼ାଇବା ଦର୍ଶାଇ ଆକାଶ ଆନନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଥିଲେ। ଏପରିକି ଆକାଶଙ୍କୁ ସେ ତାଙ୍କ ଉତ୍ତରାଧିକାରୀ ଏବଂ ରାଷ୍ଟ୍ରୀୟ ସଂଯୋଜକ ଭାବେ ଘୋଷଣା କରିଥିଲେ ହେଁ ଦଳ ତଥା ଆନ୍ଦୋଳନର ସ୍ବାର୍ଥରେ ପୂର୍ଣ୍ଣ ପରିବକ୍ୱତା ହାସଲ କରିବା ଯାଏ ତାଙ୍କୁ ଏହି ଦୁଇ ଦାୟିତ୍ୱରୁ ମୁକ୍ତ କରାଯାଉଛି ବୋଲି ସେ କହିଥିଲେ। ମାୟାବତୀଙ୍କ କାର୍ଯ୍ୟାନୁଷ୍ଠାନ ପରେ ରାଜନୈତିକ ମହଲରେ ହଟଚମଟ ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri