Posted inଖେଳ

ହିରୋ ଭଳି ଭାରତ ଫେରିଲେ ରାହାନେ: ବ୍ୟାନର୍‌ରେ ଲୋକେ ଲେଖିଲେ ‘୫,୪,୩,୨,୧,୦’; ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆରେ ଘରୋଇ କ୍ରିକେଟ୍‌ ଟିମ୍‌କୁ ହରାଇ ବର୍ଡର-ଗାଭାସ୍କର ଟ୍ରଫି ହାତେଇବାରେ ସଫଳ ହୋଇଥିଲା ଭାରତ। ଅଧିନାୟକ ବିରାଟ କୋହଲି, ମହମ୍ମଦ ଶାମୀ, ଜସପ୍ରିତ ବୁମ୍‌ରାଙ୍କ ଭଳି ଦିଗ୍ଗଜ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଦଳ ଇତିହାସ ରଚିଥିଲା। କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଶାନ୍ତ ସ୍ବଭାବ ଖେଳାଳିଙ୍କ ନିଷ୍ଠା ବଢ଼ାଇଥିଲା। ରାହାଣେ ମଧ୍ୟ ବେଶ୍‌ ଭଲ ଭାବେ ଅଧିନାୟକ ଦାୟିତ୍ୱ ତୁଲାଇ ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେଇଥିଲେ। ଏହାକୁ ନେଇ ସବୁଆଡେ ତାଙ୍କର ପ୍ରଶଂସା କରାଯାଉଛି। ସିରିଜ ଜିତିବା ପରେ ସେ ଘରକୁ ଫେରିବା ପରେ ପାରମ୍ପରିକ ମରାଠି ବାଦ୍ୟ ସହ ତାଙ୍କର ସ୍ବାଗତ କରାଯାଇଛି। ସେ ରହୁଥିବା ସୋସାଇଟିର ଲୋକମାନେ ଢୋଲମହୁରୀ ସହ ଜିତ୍‌କୁ ନେଇ ଖୁସିବ୍ୟକ୍ତ କରିଛନ୍ତି।

ଏହାଛଡ଼ା ରାହାନେଙ୍କ ଉପଲବ୍ଧି ଲେଖାଯାଇଥିବା ଏକ ବ୍ୟାନର ଲଗାଯାଇଥିଲା। ସେଥିରେ ୫,୪,୩,୨,୧,୦ ରହିଥିଲା। ଏହାର ଅର୍ଥ ରାହାଣେ ଏଯାବତ ୫ ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକ ସାଜିଥିବା ବେଳେ ୪ରେ ବିଜେତା ହୋଇଛନ୍ତି। ସେଥିରୁ ୩ଟି ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି। ସେ ଭାରତକୁ ୨ଟି ସିରିଜରେ ଜିତାଇଛନ୍ତି। ଗୋଟିଏ ମ୍ୟାଚ୍‌ ଡ୍ର ରହିଛି। ମୋଟାମୋଟି ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍‌ ଗୋଟିଏ ବି ମ୍ୟାଚ୍‌ରେ ହାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ-ଶୁବମାନ-କୋହଲି ପାକିସ୍ତାନ ବିପକ୍ଷରେ ବିଫଳ: ବିଶ୍ୱକପ ପାଇଁ ପ୍ରସ୍ତୁତି ଏପର୍ଯ୍ୟନ୍ତ ହୋଇନି ସମ୍ପୂର୍ଣ୍ଣ…

କାଣ୍ଡି,୩।୯ : ଏସିଆ କପ ୨୦୨୩ର ତୃତୀୟ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। କିନ୍ତୁ ବର୍ଷା ଯୋଗୁ ଏହି ମ୍ୟାଚ ବାତିଲ କରାଯାଇଥିଲା।...

ବୋପାନ୍ନା-ଶାପୋଭାଲୋଭଙ୍କ କ୍ୱାର୍ଟରରୁ ବିଦାୟ

ରୋମ୍‌, ୨୦ା୯ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କାନାଡାର ଡେନିସ୍‌ ଶାପୋଭାଲୋଭ ଏଠାରେ ଚାଲିଥିବା ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟ ପୁରୁଷ ଡବଲ୍ସ ଇଭେଣ୍ଟରୁ ବିଦାୟ...

୨୫ ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୟୁକ୍ରେନ୍‌ ଫୁଟବଲ କ୍ଲବ୍‌

ଏଲ୍‌ଭିଭ୍‌,୩।୬(ପି.ଟି.): ୟୁକ୍ରେନ୍‌ର ଫୁଟବଲ କ୍ଲବ ‘କରପାଟି ଏଲ୍‌ଭିଭ୍‌’କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। କ୍ଲବର ଖେଳାଳି ଓ ଷ୍ଟାଫ୍‌ଙ୍କୁ ନେଇ ୨୫ ଜଣ କୋଭିଡ-୧୯ ଟେଷ୍ଟରେ ପଜିଟିଭ ଜଣାପଡିବାରୁ...

ଭାରତଠାରୁ ଓ୍ବାକ ଓଭର ଚାହୁଁଛି ଇଂଲଣ୍ଡ

ମାଞ୍ଚେଷ୍ଟର,୯।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଛି ୫ମ ତଥା ଅନ୍ତିମ ଟେଷ୍ଟ। କିନ୍ତୁ ଭାରତୀୟ...

କ୍ଲୁଜନର ଆଫଗାନିସ୍ତାନ ମୁଖ୍ୟ କୋଚ୍‌

କାବୁଲ, ୨୮।୯ (ପି.ଟି.)- ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନରଙ୍କୁ ଶୁକ୍ରବାର ଆଫଗାନିସ୍ତାନ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଆଫଗାନିସ୍ତାନ...

ବ୍ରିସବେନ୍‌ରେ ପ୍ରଥମଥର ପାଇଁ ଉଡିଲା ତ୍ରିରଙ୍ଗା

ବ୍ରିସ୍‌ବେନ୍‌,୧୯।୧: ବ୍ରିସବେନ୍‌ର ଗାବା ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟର ସ୍ବାଦ ଚାଖିଛି ଭାରତ। ଯୁବ କ୍ରିକେଟରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଭାରତ ଏହି ମ୍ୟାଚ୍‌ରେ...

ସଚିନଙ୍କ ସମକକ୍ଷ ହେବାକୁ କୋହଲି ନିକଟରେ ସୁଯୋଗ

ଲଣ୍ଡନ, ୯।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ଉଜ୍ଜ୍ୱଳମୟ କ୍ୟାରିୟରରେ ଆଉଏକ ମାଇଲଖୁଣ୍ଟ ତଥା ରେକର୍ଡର ନିକଟତର ହୋଇଛନ୍ତି। ଚଳିତ ବିଶ୍ୱକପ୍‌ରେ ରବିବାର ଭାରତ...

ଆଇପିଏଲ୍‌ ସିଜିନ୍‌-୧୪ର ଅବଶିଷ୍ଟ ମ୍ୟାଚ୍‌ ୟୁଏଇରେ ହେବ: ବିସିସିଆଇର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଜାରି ରହିଥିବା ଆଇପିଏଲ୍‌ ସିଜିନ୍‌-୧୪ର ମ୍ୟାଚ୍‌କୁ ବନ୍ଦ କରାଯାଇଥିଲା। ତେବେ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

Advertisement
Archives

Model This Week