ଶାହାରୁଖଙ୍କ ସହ ବିବାଦକୁ ନେଇ ମୁହଁ ଖୋଲିଲେ ଅଜୟ ଦେବଗନ

ମୁମ୍ବାଇ: ଅଜୟ ଦେବଗନ ଏବଂ ଶାହରୁଖ ଖାନ ହେଉଛନ୍ତି ବଲିଉଡ୍‌ର ସୁପରଷ୍ଟାର। ଦୁହେଁ ଗୋଟିଏ ବର୍ଷ ମଧ୍ୟରେ ହିଁ ବଲିଉଡରେ ଏଣ୍ଟ୍ରି କରିଥିଲେ। ୧୯୯୧ରେ ବଲିଉଡ୍‌ ସିଙ୍ଘମ ଫିଲ୍ମ ‘ଫୁଲ୍‌ ଔର କାଣ୍ଟେ’ରେ ଡେବ୍ୟୁ କରିଥିଲେ। ସେହିପରି କିଙ୍ଗ୍‌ ଖାନ ୧୯୯୨ରେ ଫିଲ୍ମ ‘ଦିଓ୍ବାନା’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିବା ଚର୍ଚ୍ଚା ହେଉଥିଲା। ଏବେ ଅଜୟ ଦେବଗନ ଏ ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି।

ଏକ ସାକ୍ଷାତକାରରେ ଅଜୟ କହିଛନ୍ତି, ‘ଆମେ ୯୦ ଦଶକରେ ୬-୭ ଅଭିନେତା ଥିଲୁ। ଆମର ଭଲ ବଣ୍ଡିଂ ରହିଛି। ଆମେ ସବୁବେଳେ ପରସ୍ପରକୁ ସମର୍ଥନ କରିଆସିଛୁ। ଗଣମାଧ୍ୟମ ଆମ ବିଷୟରେ ଯାହା ଲେଖନ୍ତି, ମୋ ଏବଂ ଶାହାରୁଖଙ୍କ ମଧ୍ୟରେ ସେପରି କିଛି ନାହିଁ। ଆମେ ଫୋନ୍‌ରେ କଥା ହେଉ। ଆମର ବନ୍ଧନ ବହୁତ ଶକ୍ତିଶାଳୀ। ଯେତେବେଳେ ବି କାହାର ଅସୁବିଧା ହୁଏ, ଆମେ ପରସ୍ପର ନିକଟରେ ଠିଆ ହେଉ।

ଗଣମାଧ୍ୟମ ବ୍ୟତୀତ ପ୍ରଶଂସକମାନେ ମଧ୍ୟ ମନଗଢ଼ା ଖବର ପ୍ରସ୍ତୁତ କରନ୍ତି’ ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ,; ଆମେ ଏକ। ଆପଣ ପରବର୍ତ୍ତୀ ସମୟରେ ଏହାକୁ ଧ୍ୟାନରେ ରଖିବେ।

ଶାହାରୁଖ ଅଭିନେତ୍ରୀ କାଜଲଙ୍କ ସହ ଅନେକ ସୁପରହିଟ୍‌ ଫିଲ୍ମ କରିଛନ୍ତି। କିନ୍ତୁ ଅଜୟ ଦେବଗନ ଏବଂ ଶାହାରୁଖ ଆଜି ପର୍ଯ୍ୟନ୍ତ କୌଣସି ଫିଲ୍ମ ଏକାଠି କରିନାହାନ୍ତି। ଏବେ ଉଭୟଙ୍କୁ ଏକ ବିଜ୍ଞାପନରେ ଏକାଠି ଦେଖିବାକୁ ମିଳିଥିଲା। ସେମାନଙ୍କର ପ୍ରଶଂସକମାନେ ଉଭୟଙ୍କୁ ଏକାଠି ଦେଖି ବହୁତ ଖୁସି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଶାନ ଖଟ୍ଟରଙ୍କ ସହ ନଜର ଆସିବେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ହାତରେ ଏବେ ଅଫର୍‌ ଉପରେ ଅଫର୍‌। ‘ପତି ପତ୍ନୀ ଔର ଓ୍ବ’ ପରେ ଏବେ ଅନନ୍ୟା ‘ଖାଲି ପିଲି’ରେ...

ଆଲିଆଙ୍କ ଲେହେଙ୍ଗାକୁ ଗୋଡରେ ଆଡେଇଲେ ରଣବୀର, ରାଗିଗଲେ ପ୍ରଶଂସକ

ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ବଲିଉଡର ହିଟ୍‌ ଭାବେ ବିବେଚନା କରାଯାଏ। ଉଭୟଙ୍କ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ରିଲିଜ ହୋଇନାହିଁ କିନ୍ତୁ ଦୁଇ...

ଭାଇଜାନ୍‌ ସଲମାନ୍‌ଙ୍କୁ କାମୁଡ଼ିଲା ସାପ, ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ହସ୍ପିଟାଲରେ…

ମୁମ୍ବାଇ, ୨୬।୧୨: ଭାଇଜାନ୍‌ ସଲମାନ୍‌ ଖାଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପନଓ୍ବେଲ ସ୍ଥିତ ଫାର୍ମ ହାଉସ୍‌ରେ ତାଙ୍କୁ ସାପ କାମୁଡ଼ିବାରୁ ଭୋର୍‌ ୩ଟାରେ...

‘ମେମୋରିଆଲାଇଜ୍ଡ’ ହେଲା ଅଭିନେତା ଇରଫାନ୍‌ଙ୍କ ଆକାଉଣ୍ଟ

ବମ୍ବେ: ନୂତନ ବର୍ଷ ନୂଆ ଉଦ୍ଦିପନା ନେଇ ଆସେ। ଅନେକ ନୂଆ ବର୍ଷକୁ ନେଇ ନାନାଦି ଯୋଜନା କରିଥାନ୍ତି। ହେଲେ ଚଳିତ ୨୦୨୦ ଅନେକ କିଛିକୁ...

ପାଟନା ପାଇଁ ହ୍ରିତିକ୍‌ଙ୍କ ସମବେଦନା

ନୂଆଦିଲ୍ଲୀ: କ୍ରମାଗତ ବର୍ଷା ଓ ବନ୍ୟା ଯୋଗୁ ବିହାରର ୧୬ ଜିଲାରେ ବନ୍ୟା ସ୍ଥିତି ଉପୁଜିିଛି। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାଜଧାନୀ ପାଟନା।...

ସଲମାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ଜାମିନରେ ଆସିଥିଲେ ବାହାରକୁ

ମୁମ୍ବାଇ,୨୭ ।୩: ବଲିଉଡ ଅଭିନେତା ସଲମାନ ଖାଁଙ୍କୁ ଦ୍ୱିତୀୟ ଥର ଦିଆଯାଇଥିବା ଧମକ ମାମଲରେ ଗିରଫ ହୋଇଥିବା ଅଭିଯୁକ୍ତ ଧାକଡ ରାମ ବିଶ୍ନୋଇଙ୍କ ଉପରେ ରାଜସ୍ଥାନରେ...

ସଲମାନଙ୍କୁ ବି ପଛରେ ପକାଇଲା ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ବଲିଉଡର ଆଉ ଏକ ବିବାଦୀୟ ମୁଭି ‘ଦ କେରଲା ଷ୍ଟୋରି’ ଏବେ ଖୁବ ଚର୍ଚ୍ଚାରେ। ଫିଲ୍ମରେ ଅଦା ଶର୍ମା ଲିଡ ରୋଲ ପ୍ଲେ କରୁଛନ୍ତି।...

ନୁଆ ଲୁକ୍‌ରେ ଗୋଲ୍ଡେନ୍‌ ବୟ

ମୁମ୍ବାଇ: ନୂଆ ଲୁକ୍‌ରେ ନଜର ଆସିଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା। ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ପରେ ସବୁବେଳେ ତାଙ୍କୁ ନେଇ ଚର୍ଚ୍ଚା। ଖେଳ...

Advertisement
Archives

Model This Week