ସ୍ତ୍ରୀଙ୍କ ପ୍ରେମିକଙ୍କୁ ହତ୍ୟା ପାଇଁ ୨୦ ହଜାର ସୁପାରି

କଟକ ଅଫିସ,୧୦ା୩: କଟକ ବିଡ଼ାନାସୀ ଥାନା ଅଧୀନ ଭୁଆସୁଣୀ ନିକଟ ମହାନଦୀ ପଠାରେ ଘଟିଥିବା ଆଜାଦ ଯାଦବ ହତ୍ୟା ଘଟଣାର ରହସ୍ୟ ବୁଧବାର ଉନ୍ମୋଚନ ହୋଇଛି। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଚାଉଳିଆଗଞ୍ଜରେ ରହୁଥିବା ବିହାର ଭାଗଲପୁରର ମୁନା ଓରଫ ମୁନିଲାଲ ଶର୍ମା ଓ କୈଳାସ ଚୌଧୁରୀ। ପରକୀୟା ପ୍ରୀତି ଯୋଗୁ ମୁନା ଟଙ୍କା ଦେବା ଆଳରେ ଆଜାଦଙ୍କୁ ମହାନଦୀ ପଠାକୁ ଡାକି ହତ୍ୟା କରିଥିବା କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂ କହିଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପଙ୍କଜ ଶର୍ମା ଫେରାର ଅଛନ୍ତି। ପୋଲିସ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଡିସିପିଙ୍କ ସୂଚନା ଅନୁଯାୟୀ, ଆଜାଦ ଓ ମୁନାଙ୍କ ଘର ବିହାରରେ ହୋଇଥିବାବେଳେ ପରସ୍ପର ମଧ୍ୟରେ ସମ୍ପର୍କ ରହିଥିଲା। କିଛିବର୍ଷ ହେବ ସେମାନେ ବିହାରରୁ ଭୁବନେଶ୍ୱର ଆସି ମାର୍ବଲ ଓ ସିଲିଂ ମିସ୍ତ୍ରି ଭାବେ କାମ କରୁଥିଲେ। ପଙ୍କଜ ହେଉଛନ୍ତି ମୁନାଙ୍କ ସମ୍ପର୍କୀୟ ପୁତୁରା। ସେମାନଙ୍କ ମଧ୍ୟରୁ ମୁନା, ପଙ୍କଜଙ୍କ ପରିବାର କଟକରେ ରହୁଥିଲାବେଳେ ଆଜାଦ ଭୁବନେଶ୍ୱର ଶହୀଦ ନଗରରେ ପରିବାର ସହ ଭଡ଼ାଘରେ ରହୁଥିଲେ। ପରେ ଆଜାଦ ଓ ପଙ୍କଜ ଗୋଟିଏ ସ୍ଥାନରେ କାମ କରିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା। ସେଥିପାଇଁ ପଙ୍କଜ ରହୁଥିବା ଘରକୁ ଆଜାଦ ଯାଉଥିଲେ। ଇତିମଧ୍ୟରେ ପଙ୍କଜଙ୍କ ସ୍ତ୍ରୀ ଓ ଆଜାଦଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହା ଜଣାପଡିବା ପରେ ପଙ୍କଜ ତାଙ୍କ ସ୍ତ୍ରୀଙ୍କୁ ଅନେକ ସମୟରେ ମାଡ ମାରୁଥିଲେ। ଗତବର୍ଷ ପଙ୍କଜଙ୍କ ଅଜାଣତରେ ତାଙ୍କ ସ୍ତ୍ରୀଙ୍କୁ ସାଥୀରେ ଧରି ନିଜ ଗାଁ ବିହାର ନେଇଯାଇଥିଲେ ଆଜାଦ। ଏହାକୁ ନେଇ ସେଠାରେ(ବିହାର)ରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଗ୍ରାମବାସୀ ଉଭୟଙ୍କୁ ବୁଝାଶୁଝା କରି କିଛିଦିନ ପରେ ପଠାଇ ଦେଇଥିଲେ। ଏହାପରେ ପଙ୍କଜ ତାଙ୍କ ସ୍ତ୍ରୀଙ୍କୁ ଗ୍ରହଣ କରିଥିଲେ। ହେଲେ ଏହି ଘଟଣା ପରଠାରୁ ପଙ୍କଜ ପ୍ରତିଶୋଧ ପରାୟଣ ହୋଇ ଆଜାଦଙ୍କୁ ଜୀବନରୁ ମାରି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ଭିତରେ ଆଜାଦ ମୁନା ସହିତ କାମ କରୁଥିବା ପଙ୍କଜ ଜାଣିବାକୁ ପାଇଥିଲେ। ତେଣୁ ସେ ତାଙ୍କୁ ହାତ କରି ଆଜାଦଙ୍କୁ ମାରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ପଙ୍କଜ ସୁପାରି ବାବଦରେ ୨୦ ହଜାର ଟଙ୍କା ମୁନାଙ୍କୁ ଦେଇଥିଲେ। ମୁନା ଗତମାସ ୨୫ରେ ବକେୟା ଟଙ୍କା ଦେବା ଆଳରେ ଆଜାଦଙ୍କୁ କଟକ ଡାକିଥିଲେ। ସେ କଟକରେ ପହଞ୍ଚିବା ପରେ ଉଭୟ ଭୁଆସୁଣି ନଦୀ ପଠାକୁ ଯାଇଥିଲେ। ସେଠାରେ ମଦ ପିଇବା ପରେ ମୁନା ହାତରେ ଧରିଥିବା ବୋତଲରେ ଆଜାଦ୍‌ଙ୍କ ମୁଣ୍ଡକୁ ପିଟିି ଦେଇଥିଲେ। ଫଳରେ ସେ ବେହୋସ ହୋଇଯିବାରୁ ଗୋଟିଏ ପଥର ଆଣି ତାଙ୍କ ମୁହଁକୁ ଛେଚିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଆଜାଦ୍‌ଙ୍କ ମୋବାଇଲ ଓ ବାଇକକୁ ମୁନା ଅନ୍ୟତ୍ର ପକାଇ ଦେଇଥିଲେ। ଏହାପରେ ମୁନା ଫୋନ କରି ତାଙ୍କ ସାଥୀ କୈଳାସଙ୍କୁ ଡାକିଥିଲେ। କୈଳାସ ବାଇକ୍‌ ଧରି ପହଞ୍ଚିବା ପରେ ଉଭୟ ସେଠାରୁ ଫେରାର ହୋଇଯାଇଥିଲେ। ବୁଧବାର ସକାଳେ ମୁନା ଓ କୈଳାସ ବାଦାମବାଡ଼ିରୁ ବସ ଯୋଗେ କେଉଁଆଡେ ଯିବା ପାଇଁ ଆସିଥିଲେ। ଖବରପାଇ ଥାନାଧିକାରୀ ପ୍ରଦୀପ୍ତ କିଶୋର ନାୟକ ସେଠାରେ ଚଢାଉ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲେ। ମୁନା ଆଜାଦଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ଆଜାଦଙ୍କ ଗଳିତ ମୃତଦେହ ମହାନଦୀ ପଠାରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଘଟଣାସ୍ଥଳରେ ଡିସିପି ସିଂଙ୍କ ନେତୃତ୍ୱରେ ଡଗସ୍କ୍ବାଡ୍‌ ଓ ସାଇଣ୍ଟିଫିକ ଟିମ୍‌ ଛାନ୍‌ଭିନ୍‌ କରିଥିଲା। ଆଜାଦଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ବିଡାନାସୀ ପୋଲିସ ଏକ ହତ୍ୟା ମାମଲା (ନଂ. ୩୮/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri