ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଏଆଇଟିୟୁସି ଓ ଏଆଇୟୁଟିୟୁସି

ବଲାଙ୍ଗୀର,୨୦।୫(ସୁନିଲ ମହାନ୍ତି): ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ ସ୍ବାଧୀନ ଫେଡେରେଶନ ଆହ୍ବାନରେ ଦେଶ ବ୍ୟାପି ବିକ୍ଷୋଭ କରାଯାଉଛି। ଏହି ଅବସରରେ ମଙ୍ଗଳବାର ଏଆଇଟିୟୁସି ଓ ଏଆଇୟୁଟିୟୁସି ବଲାଙ୍ଗୀର ଜିଲା ପକ୍ଷରୁ କୋଶଳ କଳା ମଣ୍ଡଳ ପଡିଆରୁ ଏକ ରାଲି ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା l ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ୍‌ ପ୍ରତ୍ୟାହାର, ସ୍କିମ୍‌ ୱାର୍କର ଯଥା ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟିକା, ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ମାସିକ ଭତ୍ତା ସର୍ବନିମ୍ନ ୨୬ହଜାର ଟଙ୍କା ପ୍ରଦାନ, କୃଷିଜାତ ଦ୍ରବ୍ୟର ଆଇନ ମାନ୍ୟତା ଦରବୃଦ୍ଧି ନିୟନ୍ତ୍ରଣ, ଏନ୍ପିଏସ ୟୁପିଏସ ବାତିଲ କରି ପୁରୁଣା ପେନସନ ସ୍କ୍ରିମ ପ୍ରଚଳନ, ସମାନ କାମକୁ ସମାନ ଦରମା, ୨୦୨୨ ବିଦ୍ୟୁତ ସଂଶୋଧନ ପ୍ରତ୍ୟାହାର, ପ୍ରିପେଡ ସ୍ମାର୍ଟ ମିଟର ବାତିଲ, ରାଷ୍ଟ୍ରାୟତ ଓ ସରକାରୀ ସଂସ୍ଥାର ଘରୋଇ କରଣ ବନ୍ଦ କରିବା ଓ ଜାତୀୟ ଶିକ୍ଷାନିତି ୨୦୨୦ ବାତିଲ ଆଦି ୧୭ ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏଆଇଟିୟୁସି ଜିଲା ସଭାପତି ତୀର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ଆଜିର ବିକ୍ଷୋଭ ସଭାରେ ଏଆଇୟୁଟିୟୁସି ରାଜ୍ୟ କମିଟି ସଭ୍ୟ ଅଶୋକ ମିଶ୍ର, ଏଆଇଡିଏସ୍‌ଓ ରାଜ୍ୟ ଉପ ସଭାପତି ସୁନିଲ ଭୋଇ, ନିଖିଳ ଓଡିଶା ଆଶା କର୍ମୀ ସଂଘ ସଭାପତି ଦମୟନ୍ତି ମହାନନ୍ଦ, ସଞ୍ଜୁ ବାଗ, ପ୍ରଭାସୀନି ରାୟ, ବଲାଙ୍ଗିର ବ୍ଲକ ସଂଘ ସମ୍ପାଦିକା ବାସନ୍ତି ସେଠ, ମିନାକ୍ଷି ଜେନା, ମମତା ଜେନା, ପାଚିକା ସହାୟିକା ମାଧବୀ କଲତା, ବଲ୍ଲବି ସିଂ, ନିର୍ମାଣ ଶ୍ରମିକ ରୁ ପୁରୁଷୋତ୍ତମ କର୍ମୀ, ଜଗବନ୍ଧୁ ବେହେରା, ଗ୍ରା.ପ. ଶ୍ରମିକ ସଂଘ ବିଦୁର କୁମ୍ଭାର, ପ୍ରଫୁଲ୍ଲ କୁମ୍ଭାର, ଏଆଇଡିଏଓ ଜିଲା ସଭାପତି ମଧୁସୁଦନ ବାଗ, ସମ୍ପାଦିକା ଗୌରୀ ରାଉତ, ଏଆଇଡିୱାଇଓ ଜିଲା ସମ୍ପାଦକ ତାମସ ବେହେରା ସହ ଶତାଧୀକ କର୍ମୀ ସାମିଲ ହେବା ସହ ବକ୍ତବ୍ୟ ରଖିଥିଲେ । ଏଆଇଟିୟୁସି ଜିଲା ସହ-ସମ୍ପାଦକ ସାଏବୁ ନନ୍ଦ ଧନ୍ୟବାଦ ଦେଇଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?