ଐଶ୍ୱର୍ଯ୍ୟାଙ୍କୁ ନିଜ ମା’ ବୋଲି କହିଥିଲେ ୨୯ ବର୍ଷର ଯୁବକ, ସତ ସାମ୍ନାକୁ ଆସିବା ପରେ…

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଜୀବନରେ ଏପରି ଅନେକ ଘଟଣା ଘଟିଥିଲା ଯେତେବେଳେ ସେ ଚର୍ଚ୍ଚାର ବିଷୟ ପାଲଟିଥିଲେ। ଏକଦା ଜଣେ ଯୁବକ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ମା’ ବୋଲି କହିଥିଲେ। ଏହା ପରେ ଐଶ୍ୱର୍ଯ୍ୟା ଚର୍ଚ୍ଚାରେ ରହିଥିଲେ।

ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ମା’ ବୋଲି କହିଥିବା ୨୯ ବର୍ଷର ଯୁବକ ନାମ ସଂଗୀତ ଥିଲା। ସେ କହିଥିଲେ ଯେ, ୧୯୮୮ ମସିହାରେ ଐଶ୍ୱର୍ଯ୍ୟା ତାଙ୍କୁ ଆଇଭିଏଫ ମାଧ୍ୟମରେ ଜନ୍ମ ଦେଇଥିଲେ। ଐଶ୍ୱର୍ଯ୍ୟାଙ୍କ ମାତାପିତା ବୃନ୍ଦା ରାୟ ଏବଂ କୃଷ୍ଣରାଜ ରାୟ ତାଙ୍କୁ ଜନ୍ମ ପରେ ଦୁଇ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଥିଲେ। ପରେ ତାଙ୍କ ପିତା ଆଡିଭେଲୁ ରେଡ୍ଡୀ ତାଙ୍କୁ ବିଶାଖାପାଟନମକୁ ଆଣିଥିଲେ ଏବଂ ବର୍ତ୍ତମାନ ସେ ସେହି ପରିବାର ସହିତ ରହୁଥିବା କହିଥିଲେ।

ଏ ନେଇ ତାଙ୍କୁ ପ୍ରମାଣ ମଗାଯାଇଥିଲା। ସେତେବେଳେ ସେ କହିଥିଲେ ଯେ, ତାଙ୍କ ପରିବାର ତାଙ୍କ ଜନ୍ମ ସହ ଜଡିତ ପ୍ରମାଣକୁ ଧୀରେ ଧୀରେ ଲିଭାଇ ଦେଇଛନ୍ତି। ସେ ଚାହୁଁଛନ୍ତି ଯେ ତାଙ୍କ ମା’ ଐଶ୍ୱର୍ଯ୍ୟା ବର୍ତ୍ତମାନ ତାଙ୍କ ସହ ମାଙ୍ଗାଲୁରୁରେ ରୁହନ୍ତୁ। ମୁଁ ଅନ୍ତତଃ ମୋ ମା’ଙ୍କ ଫୋନ ନମ୍ବର ଚାହୁଁଛି ବୋଲି ଯୁବକ କହିଥିଲେ।

ଅବଶ୍ୟ, ପରେ ଉକ୍ତ ବ୍ୟକ୍ତିଙ୍କ ସତ୍ୟତା ମଧ୍ୟ ସାମ୍ନାକୁ ଆସିଲା । ତାଙ୍କ ନାମ ସଂଗୀତ ନୁହେଁ ବରଂ ଆଦିରେଦୀ ସନ୍ଦୀପ ଥିଲା। ପୋଲିସ କହିଛି ଯେ, ଯଦି ଐଶ୍ୱର୍ଯ୍ୟା ରାୟ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରନ୍ତି, ତେବେ ତାଙ୍କ ଉପରେ ପାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri