Posted inଫୁରସତ

ବିଉଟି ଉଇଥ୍‌ ବ୍ରେନ୍‌’ର ଉଦାହରଣ ପାଲଟିଛନ୍ତି ଐଶ୍ୱର୍ଯ୍ୟା: ୟୁପିଏସ୍‌ସି ଉର୍ତ୍ତୀର୍ଣ୍ଣ ହେବା ପରେ ରହିଛି ଏଭଳି ସ୍ବପ୍ନ

ମିସ୍‌ ଇଣ୍ଡିଆ ପ୍ରତିଯୋଗୀରୁ ଆଇଏଏସ୍‌ ଅଫିସର ହେବାର ଯାତ୍ରା ସହଜ ନ ଥିଲା। ହେଲେ ଅସମ୍ଭବ ତ ବିଲକୁଲ୍‌ ନ ଥିଲା। ‘ବିଉଟି ଉଇଥ୍‌ ବ୍ରେନ୍‌’ର ଏଭଳି ଏକ ଉଦାହରଣ ପାଲଟିଛନ୍ତି ଐଶ୍ୱର୍ଯ୍ୟା ଶୋରେନ୍‌। ଦୃଢ଼ ମନୋବଳ ସାଙ୍ଗକୁ କଠିନ ପରିଶ୍ରମ ଦ୍ୱାରା ସେ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ଲାଭ କରିଛନ୍ତି। ଫଳରେ ସେ ଜଣେ ମଡେଲରୁ ରୋଲମଡେଲ୍‌ ପାଲଟିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା ନିଜ ବିଷୟରେ ଅନେକ କଥା କହିଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା।

ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ପ୍ରଶାସନିକ ସେବାରେ ଯୋଗଦେବାକୁ ନିଶ୍ଚିତ କରିଥିଲେ। କଲେଜ ସମୟରେ ସେ ପାଠପଢ଼ା ଛଡ଼ା ଅନ୍ୟ ଆକ୍ଟିଭିଟି ମଧ୍ୟ କରୁଥିଲେ। ସେତେବେଳେ ସେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ମା’ଙ୍କ ସ୍ବପ୍ନ ଥିଲା ତାଙ୍କୁ ସେହି ମଞ୍ଚରେ ଦେଖିବା ଲାଗି। ଶେଷକୁ ତାହା ହିଁ ହୋଇଥିଲା। ସେ ଫାଇନାଲିଷ୍ଟ ହୋଇଥିଲେ। ଏହାପରେ ତାଙ୍କୁ ବିଜ୍ଞାପନର ଅଫର ମିଳିଥିଲା। ମନିଷ ମାଲହୋତ୍ରା, ଋତୁ ବେରିଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ଡିଜାଇନର ତାଙ୍କ ର଼୍ୟାମ୍ପ ଶୋ’ରେ ଭାଗ ନେବାକୁ ଅନୁରୋଧ କରିଥିଲେ। ଏସବୁ ମଧ୍ୟରେ ସେ ପଢ଼ା ଛାଡ଼ି ନ ଥିଲେ। ମଡେଲିଂ ପ୍ରୋଜେକ୍ଟ ସାରିବା ପରେ ସେ ପ୍ରଶାସନିକ ସେବା ପାଇଁ ପଢ଼ାପଢ଼ି ଆରମ୍ଭ କରିଥିଲେ। ଶେଷରେ ସେ ସଫଳ ହୋଇଛନ୍ତି। ମଡେଲିଂ କରିବା ତାଙ୍କର ସଉକ ଥିଲା ସତ ହେଲେ ସ୍ବପ୍ନ ଥିଲା ଜଣେ ଆଇଏଏସ୍‌ ହେବା। ତାହା ଏବେ ପୂରଣ ହୋଇଛି। ଏବେ ସେ କାମ କରିବାକୁ ନେଇ ଉତ୍ସାହିତ ଅଛନ୍ତି। ମହିଳାଙ୍କ ଶିକ୍ଷା, ସ୍ବପ୍ନକୁ ପୂରଣ କରିବା ଦିଗରେ ସେ କାମ କରିବେ। ଏବେ କିନ୍ତୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବାକୁ ନେଇ ସେ ବେଶ୍‌ ଖୁସି ଥିବା ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri