ସମସ୍ତଙ୍କ ସାମ୍ନାରେ ଐଶ୍ୱର୍ଯ୍ୟାଙ୍କୁ ଏମିତି କହିଥିଲେ ଶାଶୁ ଜୟା ବଚ୍ଚନ, କାନ୍ଦି ପକାଇଥିଲେ ଅଭିନେତ୍ରୀ

ମୁମ୍ବାଇ: ନୀଳନୟନା ତଥା ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ତାଙ୍କ ଫିଲ୍ମ କ୍ୟାରିୟରରେ ଦର୍ଶକଙ୍କୁ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଐଶ୍ୱର୍ଯ୍ୟା ଏମିତି ଜଣେ ଅଭିନେତ୍ରୀ ଯିଏ କି ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ବୃତ୍ତିଗତ ଜୀବନରେ ସନ୍ତୁଳନ ରକ୍ଷା କରି ଚାଲିଥାନ୍ତି। ବିବାହ ପରେ ଐଶ୍ୱର୍ଯ୍ୟା ଯେପରି ତାଙ୍କ ପରିବାରକୁ ପରିଚାଳନା କରୁଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ। ସୋସିଆଲ ମିଡିଆରେ ଐଶ୍‌୍‌ ଅନ୍ୟ ଅଭିନେତ୍ରୀମାନଙ୍କ ପରି ଏତେ ଆକ୍ଟିଭ୍‌ ନୁହନ୍ତି। କିନ୍ତୁ ଯେତେବେଳେ ପରିବାରରେ ଏକ ବିଶେଷ ଉତ୍ସବ କିମ୍ବା କାହାର ଜନ୍ମଦିନ କଥା ଆସେ, ସେତେବେଳେ ସେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ପୋଷ୍ଟ ଶେୟାର କରିବାକୁ ଆଦୌ ଭୁଲନ୍ତି ନାହିଁ। ଏବେ ଐଶ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ସେ ତାଙ୍କ ଶାଶୁ ଜୟା ବଚ୍ଚନଙ୍କ ସହ ନଜର ଆସିଛନ୍ତି।

ଯେଉଁ ଭିଡିଓଟି ଭାଇରାଲ ହେଉଛି ତାହା ଏକ ପୁରସ୍କାର ଉତ୍ସବ ସମୟର। ଯେଉଁଥିରେ ବଚ୍ଚନ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସେତେବେଳେ ଅଭିଷେକ ଐଶ୍‌ଙ୍କୁ ବିବାହ କରି ନ ଥିଲେ। ଭିଡିଓରେ ଦେଖିବାକୁ ମିଳିଛି, ଜୟା ବଚ୍ଚନ ଐଶ୍‌ଙ୍କୁ ମଞ୍ଚରେ ସମ୍ବୋଧିତ କରୁଛନ୍ତି। ସେ ସମସ୍ତଙ୍କ ସାମ୍ନାରେ କହିଛନ୍ତି ଯେ, ଐଶ୍ୱର୍ଯ୍ୟା ଖୁବ୍‌ଶୀଘ୍ର ତାଙ୍କ ପରିବାରର ଏକ ଅଂଶ ହେବାକୁ ଯାଉଛନ୍ତି। ଭିଡିଓରେ ଜୟା କହୁଛନ୍ତି, ‘ଆଜି ମୁଁ ଜଣେ ଚମତ୍କାର ଏବଂ ସୁନ୍ଦରୀ ଝିଅର ଶାଶୁ ହେବାକୁ ଯାଉଛି। ଯେଉଁ ଝିଅଟି ସମଗ୍ର ବିଶ୍ୱ ପାଇଁ ଗର୍ବ, ସମ୍ମାନ ଏବଂ ଏକ ସୁନ୍ଦର ହସ ପାଇଁ ପ୍ରସିଦ୍ଧ। ପରିବାରକୁ ସ୍ବାଗତ। ମୁଁ ତୁମକୁ ବହୁତ ଭଲପାଏ ଐଶ୍ୱର୍ଯ୍ୟା।
ଜୟାଙ୍କ କଥା ଶୁଣିବା ପରେ ଭାବପ୍ରବଣ ହୋଇ ସେଠାରେ ସମସ୍ତଙ୍କ ସାମ୍ନାରେ କାନ୍ଦିବାକୁ ଲାଗିଲେ ଐଶ୍‌। ଏହି ସମୟରେ ତାଙ୍କ ସ୍ବାମୀ ଅଭିଷେକ ବଚ୍ଚନ ମଧ୍ୟ ପାଖରେ ବସିଥିବାର ନଜର ଆସିଛନ୍ତି। ଐଶ୍‌ଙ୍କ ଏହି ପୁରୁଣା ଭିଡିଓକୁ ଦର୍ଶକମାନେ ଖୁବ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri