ବାଂଲାଦେଶରେ ବାୟୁ ପ୍ରଦୂଷଣ

ଢାକା,୧୦ା୯: ବାଂଲାଦେଶ ରାଜଧାନୀ ଢାକାରେ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏଠାରେ ବାୟୁ ଗୁଣବତ୍ତା ଶନିବାର ଅତ୍ୟନ୍ତ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ଦୁନିଆର ଅନ୍ୟତମ ପ୍ରଦୂଷିତ ସହର ମଧ୍ୟରୁ ଢାକାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୧୬୦ (AQI) ରେକର୍ଡ କରିଛି। ଦୁନିଆର ଅଧିକାଂଶ ପ୍ରଦୂଷିତ ସହର ତାଲିକାରେ ଢାକା ଚତୁର୍ଥ ସ୍ଥାନରେ ରହିଛି। ଏହା ସହିତ ପାକିସ୍ତାନର ଲାହୋର ବାୟୁ ଗୁଣବତ୍ତା ସୂଚକାଙ୍କ ୧୮୦ ସହିତ, କରାଚିରେ ୧୬୯ ସୂଚକାଙ୍କ, ଏବଂ ଚାଇନାର ଉହାନ ସହରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୧୬୧ ରହିଛି।

ସୂଚନାନୁଯାୟୀ, ୧୦୧ରୁ ୨୦୦ ମଧ୍ୟରେ ବାୟୁ ଗୁଣବତ୍ତା ସୂଚକାଙ୍କକୁ ‘ଅସ୍ବାସ୍ଥ୍ୟକର’ ବିବେଚନା କରାଯାଏ। ଏହା ଲୋକଙ୍କୁ ଅଧିକ ବିପଦରେ ପକାଇଥାଏ।ସେହିଭଳି ୨୦୧ରୁ ୩୦୦ମଧ୍ୟରେ ଅଧିକ ଖରାପ ବୋଲି କୁହାଯାଏ। ଯେତେବେଳେ ବାୟୁର ସୂଚକାଙ୍କ ୩୦୧ରୁ ୪୦୦ ହୋଇଥାଏ ସେତେବେଳେ ଏହାକୁ ‘ବିପଜ୍ଜନକ’ ବୋଲି ବିବେଚନା କରାଯାଏ। ଢାକା ଦୀର୍ଘଦିନ ଧରି ଏପରି ବାୟୁ ପ୍ରଦୂଷଣ ବଳୟରେ ରହିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାରିନ୍‌ ପ୍ରିନ୍ସ ଖଲିଫାଙ୍କ ପରଲୋକ

ମାନମା,୧୧।୧୧-ବାହାରିନର ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ଖଲିଫା ବିନ୍‌ ସଲମାନ ଅଲ ଖଲିଫାଙ୍କ ବୁଧବାର ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ...

ଏଲନ୍‌ ମସ୍କଙ୍କ ଟିନି ବ୍ରେନ୍‌

ସାନ୍‌ ଫ୍ରାନ୍‌ସିସ୍କୋ: ପାରାଲିସିସ୍‌ରେ ପୀଡ଼ିିତ ଓ ମସ୍ତିଷ୍କ ସମସ୍ୟାରେ ରହିଥିବା ବ୍ୟକ୍ତିଙ୍କ ଜୀବନ ଧାରାରେ ଉନ୍ନତି ଆଣିବା ଲାଗି ଏଲନ୍‌ ମସ୍କଙ୍କ ଷ୍ଟ୍ରାର୍ଟଅପ୍‌ ନ୍ୟୁରଲିଙ୍କ୍‌ ଏକ...

ମଡେଲଙ୍କ ବଙ୍ଗଳାରୁ ଚୋରି

ଲଣ୍ଡନ,୧୬।୧୨: ଲଣ୍ଡନର ଜଣାଶୁଣା ମଡେଲ ତଥା ଟିଭି ପର୍ସନାଲିଟି ତମାରା ଏକଲେଷ୍ଟୋନଙ୍କ ଘରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି। ମାତ୍ର ୫୦ ମିନିଟ୍‌ରେ ଚୋରମାନେ...

ତାଳି, ବାସନ ବଜାଇ ଏକଜୁଟ ହୋଇ କରୋନାର ମୁକାବିଲା ଲାଗି ସଚେତନତା ସୃଷ୍ଟି କରୁଛନ୍ତି ଲୋକେ

ମାଦ୍ରିଦ୍‌,୧୮।୩: କରୋନା ସଂକ୍ରମଣ ଯୋଗୁ ସ୍ପେନ୍‌ରେ ସ୍ଥିତି ସଙ୍କଟ ଜନକ ହୋଇଛି। ସରକାରଙ୍କ ପକ୍ଷରୁ ଲୋକଙ୍କ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ଲୋକେ...

ଚାଇନାକୁ ରୋକିବାକୁ କେବଳ ଭାରତ ସକ୍ଷମ, କହିଲା ଆମେରିକା…

ଓ୍ବାଶିଂଟନ, ୧୧।୬ : ଚାଇନାର ଆକ୍ରମଣାତ୍ମକ ମନୋଭାବ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବୃଦ୍ଧି ପାଉଥିବା ଶକ୍ତି ପ୍ରଦର୍ଶନ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି।...

ପୂର୍ବତନ ରାଷ୍ଟ୍ରପତିଙ୍କୁ ଭେଟିଲେ ତାଲିବାନ୍‌ ନେତା

କାବୁଲ,୧୯ା୮: ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ୍‌ କାର୍‌ଜାଇ ତାଲିବାନ୍‌ର ଜଣେ ବରିଷ୍ଠ ନେତାଙ୍କୁ ଭେଟିଛନ୍ତି। ଆମେରିକା ପକ୍ଷରୁ ଆତଙ୍କବାଦୀ ସଙ୍ଗଠନ ରୂପେ ଘୋଷଣା କରାଯାଇଥିବା ହକ୍କାନି...

ମୁକ୍ତ ଇଣ୍ଡୋ-ପାସିଫିକ୍‌ ପାଇଁ ସଂକଳ୍ପ

ମେଲବୋର୍ନ,୧୨ା୨: ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନକୁ ନେଇ ଗଠିତ କ୍ୱାଡ୍‌ ରାଷ୍ଟ୍ରଗୋଷ୍ଠୀର ବହିର୍ବ୍ୟାପାର ମନ୍ତ୍ରୀମାନେ ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି...

ଆମେରିକା କଟକଣାକୁ ଅଣଦେଖା: ରୁଷିଆରୁ ଆସିବ ଏସ୍‌-୪୦୦ କ୍ଷେପଣାସ୍ତ୍ର

ଓ୍ବାଶିଂଟନ, ୩ା୧୦: ଭାରତ ରୁଷିଆନିର୍ମିତ ଭୂପୃଷ୍ଠରୁ ଆକାଶମାର୍ଗକୁ ଭେଦ କରିପାରୁଥିବା ଏସ୍‌-୪୦୦ ଟ୍ରୁମ୍ଫ କ୍ଷେପଣାସ୍ତ୍ର କ୍ରୟ କରିବ। ଏହା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ବେଶ୍‌ ସହାୟକ।...

Advertisement
Archives

Model This Week