Posted inଜାତୀୟ

ଦୀପାବଳି ପରେ ବଢିଲା ଦିଲ୍ଲୀ-ଏନସିଆରର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୨୫ ।୧୦: ଦୀପାବଳି ଉତ୍ସବ ପାଳନ ପରେ ଦିଲ୍ଲୀ ସମେତ ଅନେକ ସହରର ବାୟୁ ବିଷାକ୍ତ ହୋଇଯାଇଛି । ବାଣ ଫୁଟିବା ଫଳରେ ପ୍ରଦୂଷଣ ସ୍ତର ଅତ୍ୟନ୍ତ ଖରାପ ହୋଇଯାଇଛି । ଏହାର ପ୍ରଭାବରେ ଆଗାମୀ ଦିନରେ ରାଜଧାନୀର ବାୟୁ ଆହୁରି ପ୍ରଦୂଷଣ ହେବ ବୋଲି କୁହାଯାଉଛି । ଯଦିଓ ଦିଲ୍ଲୀରେ ବାଣ ପୁଟିବାର ପରିମାଣ କମ ଥିଲା ତା’ପରେ ବି ଏଠାକର ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି । ଦୀପାବଳି ସନ୍ଧ୍ୟାରେ ଆନନ୍ଦ ବିହାରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ-୩୯୮ ଅର୍ଥାତ୍ ଅତ୍ୟନ୍ତ ପ୍ରଦୂଷିତ ଥିଲା । ସେହିପରି ଦିଲ୍ଲୀ ଏନସିଆରରେ ଦୀପାବଳି ପରେ ବାୟୁ ପ୍ରୂଷଣର ମାତ୍ରା ହଠାତ୍ ଅତି ଖରାପ ଶ୍ରେଣୀରେ ପହଞ୍ଚି ଯାଇଛି । ଆଗକୁ ଏହା ଆହୁରି ଖରାପ ହେବ ବୋଲି ଅନୁମାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ସେନ୍ସର ବୋର୍ଡର ନୂଆ ଟିମ୍ ଘୋଷଣା: CBFCରେ ପ୍ରୀତି ଜିଣ୍ଟା, ସୁନୀଲ ଶେଟ୍ଟୀ ଓ ପଙ୍କଜ ତ୍ରିପାଠୀଙ୍କ ସହ ସାମିଲ ହେଲେ ଓଡ଼ିଆ ପୁଅ ନୀଳମାଧବ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍

ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍‌ସିଆର ଅଞ୍ଚଳରେ ପୁରୁଣା…

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ, ଅଞ୍ଚଳରେ ଶୋକର ଛାୟା

ପାତ୍ରପୁର,୧୬।୯(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମର ପ୍ରତାପ ବାଡ଼ତ୍ୟା ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?