ଆମେରିକାର ସେଣ୍ଟ ଲୁଇସ ହାଇ ସ୍କୁଲରେ ଗୁଳିକାଣ୍ଡ, ୨ ମୃତ

ମିସୌରି,୨୫ ।୧୦: ଆମେରିକାରେ ଗୁଳି ଫୁଟିବାର ମାମଲା ଥମିବାର ନାମ ନେଉନି । ସେଣ୍ଟ ଲୁଇସ ପୋଲିସ ନିର୍ଦ୍ଦେଶକ ମାଇକ ସୈକଙ୍କ ସୂଚନା ଅନୁସାରେ, ସେଣ୍ଟ ଲୁଇସ ହାଇସ୍କୁଲ, ମିସୌରିରେ ହୋଇଥିବା ଗୁଳିକାଣ୍ଡରେ ସୋମବାର ଅତିକମରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୬ ଜଣ ଆହତ ହୋଇଛନ୍ତି । ଅଧିକାରୀମାନେ ସନ୍ଦିଗ୍ଧଙ୍କୁ ହତ୍ୟାକାରୀ ଭାବେ ଗୁଳି କରିଦେଇଛନ୍ତି ।
ମାଇକ ସୈକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଯେତେବେଳେ ଉକ୍ତ ସ୍କୁଲରେ ଗୁଲିକାଣ୍ଡ ହେଉଥିବାର ସୂଚନା ପୋଲିସକୁ ମିଳିଥିଲା ସେତେବେଳେ ସ୍ଥାନୀୟ ସମୟ ୯ଟା ୧୦ରେ ପୋଲିସ ସେଣ୍ଟ୍ରାଲ ଭିଜୁଆଲ ଆଣ୍ଡ ପରଫର୍ମିଂ ଆର୍ଟସ ହାଇସ୍କୁଲ ପହଞ୍ଚିବା ପରେ ଛାତ୍ରମାନେ ବାହାରାକୁ ଦୌଡୁଥିବାର ଦେଖାଯାଇଥିଲା । ସେମାନେ ପୋଲିସକୁ କହିଥିଲେ ଭିତରେ ଲମ୍ବା ବନ୍ଧୁକ ସହ ଜଣେ ବ୍ୟକ୍ତି ଗୁଳି କରୁଛନ୍ତି । ସ୍କୁଲ ପରିସରରେ ପହଞ୍ଚି ପୋଲିସ ତୁରନ୍ତ ସନ୍ଦିଗ୍ଧଙ୍କ ସହ ମୁହାଁମୁହିଁ ହୋଇଥିଲା ଓ ତୃତୀୟ ମହଲାରେ ଉକ୍ତ ବ୍ୟକ୍ତିଙ୍କୁ ଗୁଳି କରିଦେଇଥିଲା । ଅଭିଯୁକ୍ତ ଜଣଙ୍କ ଜଣେ ୨୦ ବର୍ଷର ଯୁକବ ବୋଲି ପୋଲିସ କହିଛି । ଏଥିରେ କୌଣସି ପୋଲିସ ଅଧିକାରୀ ଆହତ ହୋଇ ନ ଥିବା କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟୟନରେ ବଡ଼ ଖୁଲାସା, ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ,୧୬।୯: ବାୟୁ ପ୍ରଦୂଷଣ କେବଳ ଫୁସ୍‌ଫୁସ୍‌, ହାର୍ଟ କିମ୍ବା ଶ୍ୱାସଜନିତ ସମସ୍ୟା ପାଇଁ ବିପଦ ନୁହେଁ, ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।…

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ସେନ୍ସର ବୋର୍ଡର ନୂଆ ଟିମ୍ ଘୋଷଣା: CBFCରେ ପ୍ରୀତି ଜିଣ୍ଟା, ସୁନୀଲ ଶେଟ୍ଟୀ ଓ ପଙ୍କଜ ତ୍ରିପାଠୀଙ୍କ ସହ ସାମିଲ ହେଲେ ଓଡ଼ିଆ ପୁଅ ନୀଳମାଧବ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍

ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍‌ସିଆର ଅଞ୍ଚଳରେ ପୁରୁଣା…

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ, ଅଞ୍ଚଳରେ ଶୋକର ଛାୟା

ପାତ୍ରପୁର,୧୬।୯(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମର ପ୍ରତାପ ବାଡ଼ତ୍ୟା ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?