ୟୁକ୍ରେନରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ରକେଟ୍‌ ମାଡ଼ କରାଯାଇଛି। ଏଥିଯୋଗୁ ୟୁକ୍ରେନ ଏହାର ଏୟାରସ୍ପେସ୍‌କୁ ବନ୍ଦ କରି ଦେଇଛି। ଏୟାରସ୍ପେସ୍‌ ବନ୍ଦ କରି ଦିଆଯାଇଥିବାରୁ ଏୟାର ଇଣ୍ଡିଆ ବିମାନ ସୁରକ୍ଷିତ ଭାବେ ଦିଲ୍ଲୀ ଫେରି ଆସିଛି। ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଏହି ବିମାନ ଯାଇଥିଲା।

ପୁଟିନ ଗୁରୁବାର ସକାଳେ ୟୁକ୍ରେନର ଦୁଇ ବିଚ୍ଛିନ୍ନବାଦୀ ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପେଶାଲ ଫୋର୍ସକୁ ଅନୁମତି ଦେଇଛନ୍ତି। ଏହି ଦୁଇ ଅଞ୍ଚଳକୁ ସୋମବାର ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେଇଥିଲା ରୁଷିଆ।

ୟୁକ୍ରେନକୁ ଯାଉଥିବା ସମସ୍ତ ବିମାନ ପାଇଁ ନୋଟିସ ଜାରି ହେବାରୁ ଏଆର ଇଣ୍ଡିଆ ବିମାନ ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲା। ୟୁକ୍ରେନ ତା’ର ଯୁଦ୍ଧ ବିମାନର ବ୍ୟବହାର ପାଇଁ ଏୟାରସ୍ପେସ୍‌କୁ ବନ୍ଦ କରି ଦେଇଛି। ଉଲ୍ଲେଖଯୋଗ୍ୟ, ରୁଷିଆ ପ୍ରୋ ବିଚ୍ଛିନ୍ନବାଦୀ ଓ ୟୁକ୍ରେନ ମଧ୍ୟରେ ୨୦୧୪ ଜୁଲାଇରେ ହୋଇଥିବା ଯୁଦ୍ଧ ବେଳେ ମାଲେସିଆ ଏୟାରଲାଇନ୍ସର ଏକ ଫ୍ଲାଇଟ୍‌କୁ ଆକ୍ରମଣ କରାଯାଇଥିଲା। ଏଥିରେ ୨୯୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଏହି ବିମାନକୁ ରୁଷିଆ ନିର୍ମିତ ବିୟୁକେ ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲ ମାଡ଼ କରିଥିଲା ବୋଲି ତଦନ୍ତକାରୀ ସନ୍ଦେହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଭାଜପାକୁ ଖଣ୍ଡ ଖଣ୍ଡ କରି ଦେବି

ନୂଆଦିଲ୍ଲୀ,୧।୧୦: “କଂଗ୍ରେସ ନେତୃତ୍ୱକୁ ସମାଲୋଚନା କରିବାର ଅର୍ଥ ଭାଜପାକୁ ସାହାଯ୍ୟ କରିବା। ଦେଶର ସବୁଠୁ ବଡ଼ ବିରୋଧୀ ଦଳ ହେଉଛି କଂଗ୍ରେସ। କଂଗ୍ରେସ ଯେତେ ମଜଭୁତ...

ଇରାକ ପ୍ରଧାନମନ୍ତ୍ରୀଙ୍କ ବାସଗୃହ ଉପରେ ଡ୍ରୋନ୍ ଆକ୍ରମଣ

ବାଗଦାଦ,୭ ।୧୧: ସ୍ଥାନୀୟ ଟେଲିଭିଜନର ସୂଚନା ଅନୁଯାୟୀ, ଇରାକର ପ୍ରଧାନମନ୍ତ୍ରୀଙ୍କ ବାସଗୃହ ଉପରେ ବାଗଦାଦରେ ଡ୍ରୋନ୍ ଆକ୍ରମଣ କରାଯାଇଛି । ଏଥିରେ ୫ ଜଣ ଆହତ...

ଜବାବ ଅପେକ୍ଷାରେ ତୋମାର

ନୂଆଦିଲ୍ଲୀ, ୨୫।୨(ପି.ଟି.): ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କ ସହ ଆଲୋଚନା ପୁନର୍ବାର ଆରମ୍ଭ କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ତେବେ...

ଭାରତ ଗସ୍ତ ବାତିଲ କଲେ ବାଂଲାଦେଶର ଦୁଇ ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୨:ନାଗରିକତ୍ୱ ସଂଶୋଧନ ବିଲ୍‌କୁ ନେଇ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବିକ୍ଷୋଭ ଜାରି ରହିଥିବାବେଳେ ଏହାର ପ୍ରଭାବ ଭାରତର ବୈଦେଶିକ ସମ୍ପର୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। ବାଂଲାଦେଶର...

ଗୁଗଲ ଦେଖାଉଛି ଆଶ୍ରୟସ୍ଥଳ

ନୂଆଦିଲ୍ଲୀ, ୭ା୪: କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶା ବହୁଗୁଣିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗୁଗଲ ସେମାନଙ୍କୁ...

ପଙ୍ଗପାଳ ମାଡ଼ିଆସିଲେଣି

ନୂଆଦିଲ୍ଲୀ,୨୭ା୫: ଭାରତୀୟମାନେ କରୋନା ଭୂତାଣୁ ସହ ଲଢ଼େଇ କରୁଥିବାବେଳେ ବିଦେଶରୁ ମାଡ଼ିଆସିଛି ଆଉ ଏକ ବିପଜ୍ଜନକ କୀଟ। ଆଫ୍ରିକୀୟ ଦେଶଗୁଡ଼ିକରୁ ପାକିସ୍ତାନ ପଟୁ ଆସିଥିବା ବହୁ...

ବ୍ରିଟିଶ ବ୍ୟାଣ୍ଡ ଫେଥଲେସର ଗାୟକ ମ୍ୟାକ୍ସି ଜାଜଙ୍କ ପରଲୋକ

ଲଣ୍ଡନ,୨୫ ।୧୨: ବ୍ରିଟିଶ ସଙ୍ଗିତକାର ମ୍ୟାକ୍ସି ଜାଜଙ୍କର ପରଲୋକ ହୋଇଛି । ସେ ଡ୍ୟାନ୍ସ ଗ୍ରୁପ ଫେଥଲେସର ମୁଖ୍ୟ ଗାୟକ ଭାବେ ପରିଚିତ ଥିଲେ ।...

ଆତଙ୍କର ମାଷ୍ଟରମାଇଣ୍ଡଙ୍କୁ ଉତ୍ତରଦାୟୀ କରାଯାଉ

ନୂଆଦିଲ୍ଲୀ,୧୬ା୨: ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡଙ୍କୁ ସେମାନଙ୍କ କାର୍ଯ୍ୟ ଲାଗି ବିଶ୍ୱ ଉତ୍ତରଦାୟୀ କରିବା ଆବଶ୍ୟକ ବୋଲି ଜାତିସଂଘରେ ଭାରତ ଦାବି କରିଛି। ସେମାନେ ନିଜକୁ ଆତଙ୍କବାଦର...

Advertisement
Archives

Model This Week