ନୂତନ ଶକ୍ତି ବଳରେ ଭାରତ ହେବ ମହାଶକ୍ତି

ମୁମ୍ବାଇ,୨୪।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ଆଗାମୀ ଦୁଇ ଦଶନ୍ଧିରେ ନୂତନ ଶକ୍ତି ବଳରେ ଭାରତ ବୈଶ୍ୱିକ ମହାଶକ୍ତିର ମାନ୍ୟତା ହାସଲ କରିପାରିବ। ଏହି ସମୟ ମଧ୍ୟରେ ଭାରତର ସବୁଜ ଶକ୍ତିର ରପ୍ତାନି ୫୦୦ ବିଲିୟନ ଡଲାର ଅତିକ୍ରମ କରିବ। ବର୍ତ୍ତମାନ ସମୟରେ ଆର୍‌ଆଇଏଲ୍‌ ସୌର ଉପକରଣ ଉତ୍ପାଦନ, ସବୁଜ ହାଇଡ୍ରୋଜେନ ଉତ୍ପାଦନ ଏବଂ ଶକ୍ତି ସଂରକ୍ଷଣ ସହ ସବୁଜ ଶକ୍ତି କ୍ଷେତ୍ରରେ ମଧ୍ୟ ବ୍ୟବସାୟ ବିସ୍ତାର ଆରମ୍ଭ କରିଛି। ଚଳିତ ମାସ ୨୩ରୁ ୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ଏସିଆନ୍‌ ଇକୋନୋମିକ୍‌ ଡାଏଲଗ୍‌ ୨୦୨୨’ କୁ ସମ୍ବୋଧିତ କରି ଅମ୍ବାନୀ ଏହା କହିଛନ୍ତି। ସେହିଭଳି ପୁଣେ ଇଣ୍ଟରନ୍ୟାଶନାଲ ସେଣ୍ଟରର ସଭାପତି ରଘୁନାଥ ମାଶେଲକରଙ୍କ ସହ ଆଲୋଚନା କରିବା ଅବସରରେ ମୁକେଶ କହିଛନ୍ତି, ଆଗାମୀ ଦୁଇ ଦଶନ୍ଧିରେ ୨୦ରୁ ୩୦ ଭାରତୀୟ ଶକ୍ତି କମ୍ପାନୀ ରିଲାଏନ୍ସ ଭଳି ବଡ ଼ହେବା ଭଳି ସାମର୍ଥ୍ୟ ରଖିଛନ୍ତି। ଦୁନିଆକୁ ପୁନର୍ବାର ନିର୍ଦ୍ଧାରଣ କରିବାର ଶକ୍ତି ନୂତନ ଊର୍ଜା ବା ସବୁଜ ଶକ୍ତି ପାଖରେ ରହିଛି। ଯେତେବେଳେ କାଠକୁ କୋଇଲାରେ ରୂପାନ୍ତରିତ କରାଗଲା, ସେତେବେଳେ ୟୁରୋପ ଉଭୟ ଭାରତ ଓ ଚାଇନାକୁ ପଛରେ ଛାଡ଼ି ଦେଇଥିଲା। ସେହିପରି ତୈଳ ଜରିଆରେ ଆମେରିକା ଓ ପଶ୍ଚିମ ଏସିଆର ଦେଶଗୁଡ଼ିକ ବହୁ ଆଗକୁ ବଢ଼ିଯାଇଥିଲେ। ବର୍ତ୍ତମାନ ଭାରତର ସମୟ ଆସିଛି, ଯେଉଁଠାରେ ଭାରତ ସବୁଜ ଓ ସ୍ବଚ୍ଛ ଶକ୍ତିରେ ଆତ୍ମନିର୍ଭର ହେବ ଏବଂ ତା’ର ରପ୍ତାନି ମଧ୍ୟ କରିବ। ଏହା ପରେ ଭାରତକୁ ଏକ ବିଶ୍ୱଶକ୍ତି ହେବାକୁ କେହି ରୋକିପାରିବେ ନାହିଁ। ସବୁଜ ଶକ୍ତି ଜରିଆରେ ଭାରତ କେବଳ ବିଶ୍ୱସ୍ତରୀୟ ଶକ୍ତିରେ ରୂପାନ୍ତରିତ ହେବ ତାହା ନୁହେଁ ବରଂ ରୋଜଗାର ମଧ୍ୟ ସୃଷ୍ଟି କରିବ। ବୈଦେଶିକ ମୁଦ୍ରାର ମଧ୍ୟ ବିପୁଳ ସଞ୍ଚୟ ହେବ ବୋଲି ଅମ୍ବାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri