Posted inଜାତୀୟ

ହାଇବ୍ରିଡ୍‌ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ…

ନୂଆଦିଲ୍ଲୀ, ୨୦।୯ : ଆମର ପଡୋଶୀ ଦେଶଗୁଡିକରେ ସୁରକ୍ଷା ପରିବେଶ ନାହିଁ। ଏଭଳି ପରିସ୍ଥିତିରେ ଆମେ ସବୁବେଳେ ହାଇବ୍ରିଡ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଉଚିତ ବୋଲି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ବିବେକ ରାମ ଚୌଧୁରୀ ମଙ୍ଗଳବାର କହିଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶ ଅନେକ ବିପଦର ସମ୍ମୁଖୀନ ହେଉଛି, ହାଇବ୍ରିଡ ଯୁଦ୍ଧରେ ବିଶେଷଜ୍ଞ ହେବା ଏକ ବଡ ଆହ୍ବାନ। ଦେଶ ଏଭଳି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଉଚିତ ବୋଲି ସେ ଚେତାବନୀ ଦେଇଛନ୍ତି। ରାଜଧାନୀ ଦିଲ୍ଲୀର ଇଣ୍ଡିଆ ଡିଫେନ୍ସ କନକ୍ଲେଭରେ ଯୋଗ ଦେଇ ସେ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ସେ ଦର୍ଶାଇଛନ୍ତି ଯେ ଦ୍ରୁତ ଅଥନୈତିକ ଅଭିବୃଦ୍ଧି ଦେଶଗୁଡ଼ିକୁ ସାମରିକ ପ୍ରଯୁକ୍ତିବିଦ୍ୟା ଏବଂ ସହଯୋଗୀ ଅନୁସନ୍ଧାନ ଏବଂ ବିକାଶରେ ବିପୁଳ ପରିମାଣର ବିନିଯୋଗ କରିବାକୁ ଏକ ସୁଯୋଗ ସୃଷ୍ଟି କରିଛି। ତେଣୁ ଅର୍ଥନୈତିକ, ବୈଷୟିକ ଏବଂ ସାମରିକ କ୍ଷେତ୍ରରେ ଦୁର୍ବଳ ସ୍ଥାନକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।

ସ୍ଥିରତା, ଅନ୍ତର୍ଭୁକ୍ତିକରଣ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିରାପତ୍ତା ଲକ୍ଷ୍ୟ ସହିତ ଭାରତ ଦାୟିତ୍ୱବୋଧ ଭାବେ କାର୍ଯ୍ୟ କରିବା ପାଇଁ ପ୍ରତିବଦ୍ଧ। ସେ କହିଛନ୍ତି ଯେ ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ପାଇଁ ପାରମ୍ପାରିକ, ଉପ-ପାରମ୍ପାରିକ ତଥା ଅଣ-ପାରମ୍ପାରିକ ଡୋମେନରେ ଏହାର ଦକ୍ଷତା ବୃଦ୍ଧି କରିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ଦଳ ବୈଠକରେ ବସିଥିଲେ ପଛରେ, ନିଜ ନାଁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ମୋହନ ଯାଦବ

ଭୋପାଳ,୧୧।୧୨: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ସସ୍‌ପେନ୍ସ ଶେଷ ହୋଇଛି। ସୋମବାର ଭୋପାଳରେ ଅନୁଷ୍ଠିତ ଭାଜପା ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କ ନାମ ଘୋଷଣା...

ଡିସେମ୍ବର ୧୩ରେ ଶପଥ ନେବେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ

ରାୟପୁର,୧୧।୧୨: ଛତିଶଗଡର ଆଦିବାସୀ ନେତା ବିଷ୍ଣୁ ଦେଓ ସାଏ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଡିସେମ୍ବର ୧୩ ଅର୍ଥାତ୍‌ ବୁଧବାର ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟାରେ...

୨୦୨୩ରେ ଗୁଗୁଲ୍ ରେ କ’ଣ ସର୍ଚ୍ଚ କରିଥିଲେ ଭାରତୀୟ? କିଆରା ଆଡଭାନୀଙ୍କ ଠାରୁ ଚନ୍ଦ୍ରୟାନ୍-୩ ପର୍ଯ୍ୟନ୍ତ ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୧।୧୨: ୨୦୨୩ ଶେଷ ହୋଇ ଆସୁଥିଲା ବେଳେ, ବର୍ତମାନ ଚଳିତ ବର୍ଷ ଘଟିଥିବା ଘଟଣାଗୁଡ଼ିକ, ବିଭିନ୍ନ ପ୍ରଶ୍ନ ଏବଂ ଆଗ୍ରହ ବିଷୟରେ ଚିନ୍ତା କରିବାର ସମୟ...

ରାଜସ୍ଥାନରେ ଘୁଞ୍ଚିଲା ବିଧାୟକ ଦଳ ବୈଠକ, ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମିଳିବ କି ନୂଆ ଚେହେରାଙ୍କୁ ସୁଯୋଗ

ଜୟପୁର,୧୧।୧୨: ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ଭାଜପାରେ କସରତ ଜାରି ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଦଳରେ ଅଡୁଆ ବଢାଇଦେଇଛନ୍ତି। ବିଶେଷ...

ମୋବାଇଲ୍‌ ପାଇଁ ଭାଇ-ଭଉଣୀଙ୍କ ମଧ୍ୟରେ ହେଲା ଝଗଡା: ଆଉ ତା’ପରେ ଘଟିଲା ଏମିତି

ଲକ୍ଷ୍ନୌ,୧୧।୧୨: ଉତ୍ତରପ୍ରଦେଶର ସାହାରନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଭାଇ ତାଙ୍କ ଭଉଣୀକୁ ଗୁଳି କରି ଘଟଣାସ୍ଥଳରୁ ଫେରାର ଥିବା ଅଭିଯୋଗ ହୋଇଛି।...

କିଏ ସେହି ମୋହନ ଯାଦବ? ଜାଣନ୍ତୁ କାହିଁକି ଭାଜପା ତାଙ୍କ ଉପରେ କଲା ଭରସା

ଭୋପାଳ,୧୧।୧୨: ମୁଖ୍ୟମନ୍ତ୍ରୀ ନାଁ ବାଛିବା ପାଇଁ ସୋମବାର ମଧ୍ୟପ୍ରଦେଶରେ ଭାଜପାର ବିଧାୟକ ଦଳ ବୈଠକ  ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଧାୟକମାନେ ମୋହନ ଯାଦବଙ୍କ ନାମକୁ...

ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ଭୋପାଳ,୧୧।୧୨:ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଭାଜପା ବିଧାୟକ ଦଳର ବୈଠକରେ ମୋହନ ଯାଦବଙ୍କ ନାଁରେ ମୋହର ବାଜିଛି। ସେ ଶିବରାଜ ସିଂ ଚୌହାନଙ୍କ...

ବୋହୂଙ୍କ ବିବାହ କରାଇଲେ ଶାଶୁଘର ଲୋକେ

ଲକ୍ଷ୍ନୌ,୧୧।୧୨: ମଧ୍ୟପ୍ରଦେଶର ଛିନ୍ଦ୍‌ୱାଡ଼ା ଜିଲା ପରାସିଆ ତହସିଲ ଅଧୀନ ଶଙ୍କରଗଡ଼ ଅଞ୍ଚଳର ଏକ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶାଶୁଘର ଲୋକେ ବିଧବା ବୋହୂଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri