Posted inଖେଳ

ନିଜ ଦେଶର ଲିଗ୍‌ରେ ବିଶ୍ୱକପ୍‌ ଅଧିନାୟକଙ୍କୁ ମିଳିଲେନି କ୍ରେତା, ଖେଳପ୍ରେମୀ ଚକିତ

ନୂଆଦିଲ୍ଲୀ, ୨୦।୯: ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌ ଲାଗି ମେଗା ନିଲାମ ଅନୁଷ୍ଠିତ ହୋଇଛି। ଏଥିରେ ଯୁବ ବ୍ୟାଟ୍ସମ୍ୟାନ୍‌ ଟ୍ରିଷ୍ଟାନ ଷ୍ଟବ୍ସ ସବୁଠାରୁ ମହଙ୍ଗା ଖେଳାଳି ଭାବେ ୪ କୋଟିରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି। ହେଲେ ଏହି ଲିଗ୍‌ରେ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଟିମ୍‌(ବିଶ୍ୱକପ୍‌ ଲାଗି ଚୟନ ହୋଇଥିବା)ର ଅଧିନାୟକ ଥିବା ଟେମ୍ବା ବାଭୁମାଙ୍କୁ କେହି କ୍ରେତା ମିଳିନାହାନ୍ତି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ଡେନ୍‌ ଏଲଗର ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳର ଅଧିନାୟକ ଥିବା ବେଳେ ବାଭୁମା ଧଳା ବଲ୍‌ କ୍ରିକେଟରେ ଦଳର ଅଧିନାୟକ ଅଟନ୍ତି। ଏଭଳି ସ୍ଥିତିରେ ତାଙ୍କୁ କୌଣସି ଦଳ କିଣିନଥିବା ଖେଳପ୍ରେମୀଙ୍କୁ ଚକିତ କରିଛି।

ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌ରେ ମୋଟ ୬ ଟିମ୍‌ ଭାଗ ନେଉଛନ୍ତି। ପ୍ରତିଟି ଟିମ୍‌ର ମାଲିକ ଆଇପିଏଲ୍‌ ସହ ଜଡ଼ିତ ଭାରତୀୟ ଥିବା ଜଣାପଡ଼ିଛି। ହେଲେ ଏହି ଲିଗ୍‌ରେ ଭାରତୀୟ ଖେଳାଳି ଭାଗ ନେଉନାହାନ୍ତି। ପ୍ରତିଟି ଟିମ୍‌ରେ ୧୭ ଖେଳାଳି ରହିଛନ୍ତି। ସେହିଭଳି ଏକାଦଶରେ ଆଇପିଏଲ୍‌ ଭଳି ୪ ବିଦେଶୀ ଖେଳାଳିଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲର କ୍ରମାଗତ ଦ୍ୱିତୀୟ ବିଜୟ

ରିଓ ଡି ଜାନେଇରୋ,୧୯।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ବିଜୟଧାରା ବଜାୟ ରଖିଛି। ବ୍ରାଜିଲ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ୪-୦ ଗୋଲରେ ପେରୁକୁ ହରାଇଛି।...

ମହିଳା ଟିମ୍‌ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟ: ଋତୁପର୍ଣ୍ଣା-କୃତ୍ତିକା ପରାସ୍ତ

ଭୁବନେଶ୍ୱର, ୨୪।୨(କ୍ରୀଡ଼ା ପ୍ରତିନିଧି)-ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମହିଳା ବ୍ୟାଡ୍‌ମିଣ୍ଟନ ଟିମ୍‌ ଇଭେଣ୍ଟରେ କିଟ୍‌ର ଆରମ୍ଭ ଭଲ ହୋଇନାହିଁ। କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ...

ମ୍ୟାଚ୍‌ ଜିତିବାର ଥିଲେ ଟସ୍‌ ଜିତ

ନୂଆଦିଲ୍ଲୀ,୧।୪: ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଟୁର୍ନାମେଣ୍ଟ ଆରମ୍ଭ ହେବା ଦିନରୁ ଟସ୍‌ ଜିତିବା ହିଁ ବିଜୟର ଫର୍ମୁଲା ପାଲଟିଛି। କାରଣ...

ରାଗରେ ମୁଣ୍ଡରୁ ଟୋପି ଓହ୍ଲାଇ ଫୋପାଡି ଦେଇଥିଲେ ରାହୁଲ ଦ୍ରାଭିଡ: ଜାଣନ୍ତୁ କାହିଁକି

କଲମ୍ବୋ,୪।୭: ଶ୍ରୀଲଙ୍କା ଗସ୍ତ ପାଇଁ ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ଦ୍ରାଭିଡ ଜଣେ ଶାନ୍ତ ବ୍ୟକ୍ତି ଏବଂ ତାଙ୍କ...

ସ୍ତ୍ରୀଙ୍କ ସହ ମନୋମାଳିନ୍ୟକୁ ନେଇ ମୁହଁ ଖୋଲିଲେ ଚହଲ

ନୂଆଦିଲ୍ଲୀ, ୧୯।୮: ଭାରତୀୟ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଫାଟକୁ ନେଇ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ...

କରୋନାଭାଇରସ ସଂକ୍ରମଣ ରୋକିବା ପାଇଁ ଏଟିପି, ଡବ୍ଲ୍ୟୁଟିଏର ଉପାୟ ଘୋଷଣା

ଲସ୍‌ ଏଞ୍ଜେଲ୍ସ,୮।୩ (ଏଏଫ୍‌ପି)- ଇଣ୍ଡିଆନ ଓ୍ବେଲ୍ସରେ ବିଏନ୍‌ପି ପାରିବାସ ଓପନ୍‌ ଟେନିସ ଟୁର୍ନାମେଣ୍ଟର ଅବ୍ୟବହିତ ପୂର୍ବରୁ ଏଟିପି ଓ ଡବ୍ଲ୍ୟୁଟିଏ କରୋନା ଭାଇରସ ସଂକ୍ରମଣ ରୋକିବା...

ଆରବ ସାଗରରେ ଭାରତର ପ୍ରଥମ ଫ୍ଲୋଟିଂ ବାସ୍କେଟବଲ୍‌ କୋର୍ଟ

ମୁମ୍ବାଇ, ୩।୧୦- ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ (ଏନ୍‌ବିଏ) ଭାରତକୁ ପ୍ରଥମ ଫ୍ଲୋଟିଂ ବାସ୍କେଟକଲ କୋର୍ଟ ବାନ୍ଦ୍ରା ଓ୍ବର୍ଲି ସିଲିଙ୍କସ୍ଥିତ ଆରବ ସାଗରକୁ ଆଣିଛି। ଏନ୍‌ବିଏର କିମ୍ବଦନ୍ତୀ...

ଭାରତ ଏ’ ଦଳରେ ରିଦ୍ଧିମାନ, ପନ୍ତ

ନୂଆଦିଲ୍ଲୀ,୧୫।୫(ପି.ଟି.)- ଉଇକେଟକିପର ରିଦ୍ଧିମାନ ଶାହା ଭାରତ ଏ’ରେ ସାମିଲ ହୋଇଛନ୍ତି। ଭାରତ ଏ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରି ୫ଟି ଦିନିକିଆ ଓ ୩ଟି ୪...

Advertisement
Archives

Model This Week