Posted inଜାତୀୟ

ଦୃଢ଼ ରାଜନୈତିକ ଇଛାଶକ୍ତି ମାଧ୍ୟମରେ ପ୍ରଭାବଶାଳୀ ଢଙ୍ଗରେ କରାଯାଇ ପାରିବ ବାୟୁସେନାର ଉପଯୋଗ…

ନୂଆଦିଲ୍ଲୀ,୧୮।୪ : ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀ ୨୦୧୯ରେ ପାକିସ୍ତାନର ବାଲାକୋଟରେ କରାଯାଇଥିବା ଅପରେଶନ ନେଇ ଭାରତୀୟ ବାୟୁସେନାର ଶକ୍ତି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି , ବାଲାକୋଟ ଷ୍ଟ୍ରାଇକ ଦର୍ଶାଇଛି , ରାଜନୈତିକ ଇଚ୍ଛାଶକ୍ତି ଦୃଢ଼ ହେଲେ ଦେଶର ବାୟୁସେନାକୁ ନୋ ଓ୍ବାର ନୋ ପିସ୍‌ ପରିସ୍ଥିତିରେ ମଧ୍ୟ ପ୍ରଭାବଶାଳୀ ଭାବରେ ବ୍ୟବହାର କରାଯାଇପାରିବ। ପରମାଣୁ ଆକ୍ରମଣ ସମୟରେ ମଧ୍ୟ ସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇପାରିବ।

ସମ୍ପୂର୍ଣ୍ଣ ସଠିକ ଲକ୍ଷ୍ୟଭେଦ କ୍ଷମତା ଯୋଗୁ ଜରୁରୀକାଳୀନ ପରିସ୍ଥିତିରେ ବାୟୁସେନା ପ୍ରଥମ ବିକଳ୍ପ ପାଲଟିଥାଏ। ଚାଇନା ପାକିସ୍ଥାନର ନାମ ନ ନେଇ ସେ କହିଛନ୍ତି, ଆମର ବିରୋଧୀଙ୍କ ପ୍ରକୃତିକୁ ବିଚାରକୁ ନେଇ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେକୌଣସି ଆକ୍ରମଣର ଜବାବ ଦେବା ପାଇଁ ଆମର ଅନେକ ବିକଳ୍ପ ଅଛି। ’ଏରୋସ୍ପେସ ପାୱାର୍‌: ପିଭଟ ଟୁ ଫ୍ୟୁଚର ବ୍ୟାଟଲସ୍ପେସ ଅପରେଶନ୍ସ’ ଉପରେ ଏକ ସେମିନାରରେ ଭାଷଣ ଦେବାବେଳେ ଏୟାର ଚିଫ ମାର୍ଶଲ ଚୌଧରୀ ଏଭଳି କହିଛନ୍ତି।

ଭାରତର ସୁରକ୍ଷା ଚିନ୍ତାଧାରା ପର୍ଯ୍ୟାପ୍ତ ସାମରିକ ଶକ୍ତି ପ୍ରତିଷ୍ଠା କରିବା ଆବଶ୍ୟକ କରେ। ଏହା ସହିତ, ସୂଚନାର ପ୍ରାଧାନ୍ୟତା ନିଶ୍ଚିତ ହେବା ଉଚିତ। ଯାହାଦ୍ୱାରା ଯେତେବେଳେ ଆବଶ୍ୟକତା ଆସେ ସେତେବେଳେ ଆମର ଏକାଧିକ ପ୍ରତିକ୍ରିୟାଶୀଳ ବିକଳ୍ପ ରହିଥାଏ।

ଏରୋସ୍ପେସ ଶକ୍ତିର ବିଶେଷତା ନେତୃତ୍ୱକୁ ସଠିକ ରଣନୀତି ପ୍ରସ୍ତୁତ କରିବାର କ୍ଷମତା ଦେଇଥାଏ। ଏରୋସ୍ପେସ ଶକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତିକୁ ଦେଖିଲେ ଭବିଷ୍ୟତ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ପରବର୍ତ୍ତୀ ପିଢ଼ିର ଯୁଦ୍ଧ ବିମାନ ଆସନ୍ତାକାଲିର ଯୁଦ୍ଧରେ ନିର୍ଣ୍ଣାୟକ ପ୍ରମାଣିତ ହେବ ବୋଲି ସେ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?