
କେଦାରନାଥ,୧୭।୫: କେଦାରନାଥରେ ଶନିବାର ଏକ ଅଘଟଣ ଘଟିଛି। କେଦାରନାଥ ହେଲିପ୍ୟାଡରେ ଅବତରଣ ବେଳେ ଏକ ଏୟାର ଆମ୍ବୁଲାନ୍ସ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିମାନର ଶେଷ ଭାଗ ପାହାଡରେ ମାଡ଼ ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ବିମାନରେ ଥିବା ପାଇଲଟଙ୍କ ସମେତ ଡାକ୍ତର ଏବଂ ନର୍ସିଂ ଷ୍ଟାଫ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ଜିଲା ପର୍ଯ୍ୟଟନ ବିଭାଗ ଅଧିକାରୀ ରାହୁଲ ଚୌବେ କହିଛନ୍ତି, ଜଣେ ଶ୍ୱାସରୋଗୀ ହଠାତ୍ ଅସୁସ୍ଥ ହୋଇପଡିବାରୁ ସେ ଏୟାର ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ତାଙ୍କୁ ଋଷିକେଶ ସ୍ଥିତ ଏମ୍ସକୁ ଏୟାର ଆମ୍ବୁଲାନ୍ସ ଯୋଗେ ନିଆଯାଉଥିଲା ।
ହେଲେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏୟାର ଆମ୍ବୁଲାନ୍ସଟି ଲ୍ୟାଣ୍ଡ କରିପାରି ନ ଥିଲା । ତେଣୁ ପାଇଲଟ ଲ୍ୟାଣ୍ଡିଂ ପାଇଁ ପ୍ରଚେଷ୍ଟା କରୁଥିଲେ । ସେତିକିବେଳେ ବିମାନର ଶେଷ ଭାଗଟି ପାହାଡରେ ମାଡ଼ ହେବାରୁ ଟେଲ ଭାଙ୍ଗି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇ ନ ରାହୁଲ ଚୌବେ ସ୍ପଷ୍ଟ କରିଛନ୍ତି। ଏପରିକି ଘଟଣାର ତଦନ୍ତ DGCA କରିବେ ବୋଲି ସେ କହିଛନ୍ତି।