Advertisement

ମଡେଲିଂ ଦୁନିଆରେ ପ୍ରତିଷ୍ଠିତ ହେବାର ଲକ୍ଷ୍ୟ

ଓଡ଼ିଶା ମଡେଲିଂ ଦୁନିଆରେ ନିଜକୁ ଏକ ପରିଚିତ ତଥା ପ୍ରତିଷ୍ଠିତ ଚେହେରା ଭାବେ ଗଢ଼ିବା ତାଙ୍କର ସ୍ବପ୍ନ। ଏହାକୁ ସାକାର କରିବା ଲାଗି ସେ ଆରମ୍ଭ ଅରିଥିଲେ ପ୍ରସ୍ତୁତି। ଆଉ ୬ ବର୍ଷ ଉଦ୍ୟମ କରିବା ପରେ ଓଡ଼ିଶା ମିଷ୍ଟର ଫ୍ୟାଶନ ଆଇକନ୍‌ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍‌ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଏହାପରେ ମିଷ୍ଟର୍‌ ଓଡ଼ିଶା ସୁପର ମଡେଲ ୨୦୨୧, ଦିଲ୍ଲୀ ଟ୍ରେଣ୍ଡ ଫ୍ୟାଶନ ଶୋ’ରେ ୧ମ ରନର୍ସ ଅପ୍‌୍‌ ହେବା ସହ ମିଷ୍ଟର ଟିଆରା ଇଣ୍ଡିଆ ଫାଇନାଲରେ ବେଷ୍ଟ ର଼୍ୟାମ୍ପ୍‌ ୱାକ୍‌ ପାଇଁ ପୁରସ୍କୃତ ହୋଇଥିଲେ। ସେବେଠୁ ମଡେଲିଂ ଦୁନିଆରେ ସଫଳତାର ସହ ଆଗେଇ ଚାଲିଥିବା ଏହି ଉଦୀୟମାନ ମଡେଲ୍‌ ହେଉଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ୍‌ ଅନ୍ତର୍ଗତ ବାଙ୍କୋଇରେ ରହୁଥିବା ମାଆ ଚନ୍ଦ୍ରକାନ୍ତି ଏବଂ ବାପା ପ୍ରମୋଦ କୁମାର ପଟ୍ଟନାୟକଙ୍କ ପୁଅ ଆଶୁତୋଷ।
ପିଲାବେଳୁ ଫ୍ୟାଶନ୍‌ ପ୍ରତି ତାଙ୍କ ରୁଚି ରହିଛି। ବିଶେଷକରି ଟିଭିରେ କୌଣସି ମଡେଲିଂ ଶୋ’ରେ ର଼୍ୟାମ୍ପ୍‌ ଓ୍ବାକ୍‌ କରୁଥିବା ମଡେଲ୍‌ଙ୍କୁ ଦେଖିଲେ ନିଜକୁ ସେହି ସ୍ଥାନରେ ଦେଖିବାକୁ ଚାହୁଁଥିଲେ। ସେଥିପାଇଁ ସେ ଉଦ୍ୟମ ଜାରି ରଖିବା ସହ ବିଭିନ୍ନ ଫ୍ୟାଶନ୍‌ ଶୋ’ରେ ଅଂଶଗ୍ରହଣ କରି ସଫଳ ମଧ୍ୟ ହୋଇପାରିଲେ। ବର୍ତ୍ତମାନ ଆଶୁତୋଷ ମଡେଲ୍ସ ହବ୍‌ ନାଁରେ ଏକ ମଡେଲିଂ ଏକାଡେମୀ ଖୋଲି ମଡେଲିଂ ପାଇଁ ଉତ୍ସାହୀ ଉଭୟ କିଡ୍ସ ଏବଂ ୟୁଥ୍‌ମାନଙ୍କୁ୍‌ ଏ ଦିଗରେ ତାଲିମ ଦେଉଛନ୍ତି। ଏହା ବ୍ୟତୀତ ସେ ନିଜସ୍ବ ଉଦ୍ୟମରେ ମିଷ୍ଟର ଆଣ୍ଡ ମିସ୍‌ କଳିଙ୍ଗ ସିଜନ୍‌- ୧ ଏବଂ ଓଡ଼ିଶା ଫ୍ୟାଶନ୍‌ ରନ୍‌ଓ୍ବେ ଓ୍ବିକ୍‌ ସିଜନ୍‌- ୧ ନାମକ ଦୁଇଟି ମଡେଲିଂ ଶୋ ମଧ୍ୟ କରିସାରିଛନ୍ତି। ଖୁବ୍‌ଶୀଘ୍ର ଓଡ଼ିଶା ଫ୍ୟାଶନ ରନ୍‌ଓ୍ବେ ଓ୍ବିକ୍‌ର ସିଜନ୍‌- ୨ ମଧ୍ୟ ଆୟୋଜନ କରିବାକୁ ଯାଉଛନ୍ତି। ସାଙ୍ଗମାନେ ଓ ମୋ ନବୋଦୟ ୟୁଥ୍‌ ଆସୋସିଏଶନ୍‌ର ଭାଇମାନଙ୍କ ଭଲପାଇବା ମୋତେ ଆଗକୁ ବଢ଼ିବାରେ ବେଶ୍‌ ଉତ୍ସାହିତ କରୁଛି ବୋଲି ସେ କୁହନ୍ତି।
ମଡେଲିଂ ବ୍ୟତୀତ ଅଭିନୟରେ ତାଙ୍କର ବିଶେଷ ରୁଚି ରହିଛି। ବର୍ତ୍ତମାନ ସୁଦ୍ଧା ସେ ଦୁଇଟି ଘରୋଇ ଓଡିଆ ଚ୍ୟାନେଲ୍‌ରେ ପ୍ରସାରିତ ‘କେମିତି କହିବି କହ’ ଏବଂ ‘ଭାଗ୍ୟ ହାତେ ଡୋରୀ’ ଭଳି ମେଗା ଧାରାବାହିକରେ ମଧ୍ୟ କାମ କରି ସାରିଛନ୍ତି। ନିଜ ମାତାପିତାଙ୍କ ଆଶୀର୍ବାଦ ଓ ପ୍ରୋତ୍ସାହନ ଯୋଗୁ ଆଜି ସଫଳତା ମାର୍ଗରେ ଆଗେଇ ପାରିଛି ବୋଲି କହୁଥିବା ଆଶୁତୋଷ ଭବିଷ୍ୟତରେ ବଡ଼ପରଦାରେ ଜଣେ ସଫଳ ଅଭିନେତା ହେବାକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନୁଦିନ୍‌କେ ଫିକାପଡୁଛେ ରଜ ମଉଜ

ଭବାନୀପାଟଣା,୧୬।୬(ଡି.ଏନ୍‌.ଏ):  ଓଡ଼ିଶାରେ ବାରମାସେ ତେର ପରବ୍‌ ପାଲନ ହେସି। ଏନ୍‌ତା କି ଆମର ପରବ୍‌ ପରବାନୀ ଧରମ୍‌ ଆର ପଉରାନିକ୍‌ କଥାବସ୍ତୁ ଉପରେ ରହିଛେ। ଇ...

ସେପ୍ଟେମ୍ବରରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର କଢ଼ି

ସୋନପୁର,୧୦ା୮(ନି.ପ୍ର.): ବାଲ୍ୟ ବିବାହ ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର କଢିର ସୁଟିଂ ସରିଛି। କିଛି ଦିନ ଧରି ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ଏହି...

ହାତୀ ଆକ୍ରମଣରେ ମାମୁ, ଭାଣିଜୀ ଗୁରୁତର

ପରଜଙ୍ଗ,୮।୧(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଆମ୍ବପଳାସ ଯୋଗୀ ସାହିରେ ବୁଧବାର ଭୋର୍‌ରୁ ଏକ ଦନ୍ତାହାତୀ ପଶିଥିଲା। ସେହି ସମୟରେ...

ସଂକ୍ରମଣ ସୀମା ଡେଉଁଛି

ଅନୁଗୋଳ ଅଫିସ, ୧୩।୧୦ ଅନୁଗୋଳ ଜିଲାରେ କରୋନା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ମେ’ରୁ ଅଗଷ୍ଟ ମାସ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ର...

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ମାମଲା: ପରିବାର ଅନୁମତି ନେଇ ନାଁ ସାର୍ବଜନୀନ କରିହେବ

କଟକ ଅଫିସ,୧୭।୭: କରୋନା ଆକ୍ରାନ୍ତଙ୍କ ନାମ ପ୍ରଘଟ ଉପରେ କଟକଣା ଜାରି କରିବା ପାଇଁ ରୁଜୁ ହୋଇଥିବା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରିବାର...

ଅଜବ ସ୍ଥାପତ୍ୟ

ସ୍ଥାପତ୍ୟ ବିଭିନ୍ନ ପ୍ରକାରର । କିଏ ତାକୁ ମାଟି, ପଥରରେ ତ କିଏ କୌଣସି ଧାତୁରେ ତିଆରି କରନ୍ତି। ତେବେ ଆମେ ଏଠାରେ ଯେଉଁ ସ୍ଥାପତ୍ୟ...

ବିଷାକ୍ତ ମଦ ନେଲା ମହିଳାଙ୍କ ଜୀବନ

ପାଟଣା,୭।୧୨(ସ୍ବ.ପ୍ର.): ବିଷାକ୍ତ ମଦ ପିଇ କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ କୁଠାଘର କୁଦରସାହିର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେ...

ଭିଜିଲାନ୍ସ ଜାଲରେ ଅମିନ

ବାରିପଦା ଅଫିସ,୭।୬: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଅମିନ ସୁମନ୍ତ ସାହୁ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର...

Advertisement
Archives

Model This Week