Posted inଖେଳ

‘ଓଡ଼ିଶାକୁ ଭଲ ସ୍ପିନର ଦେବା ଲକ୍ଷ୍ୟ’

କଟକ ଅଫିସ, ୬ା୬: ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସ୍ପିନରଙ୍କ ପାଇଁ ଅନୁଷ୍ଠିତ ୧୫ ଦିନିଆ ଶିବିର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଭେଙ୍କଟପତି ରାଜୁଙ୍କ ତତ୍ତ୍ୱାବଧାନରେ ସୋମବାର ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ୪୬ ଜଣ ସ୍ପିନରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ଆଗାମୀଦିନରେ ସେମାନଙ୍କୁ ଓଡ଼ିଶା ପାଇଁ ପ୍ରସ୍ତୁତ କରିବା ତାଙ୍କ ଲକ୍ଷ୍ୟ ବୋଲି ରାଜୁ କହିଛନ୍ତି । ଏହି ଅବସରରେ ଓସିଏ ପକ୍ଷରୁ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ରାଜୁ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶାର ସ୍ପିନ୍‌ ବୋଲରଙ୍କୁ ସଶକ୍ତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ପାଇଁ ସେ ଓସିଏ ସମ୍ପାଦକ ଓ ଅନ୍ୟାନ୍ୟ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଓସିଏ ପକ୍ଷରୁ ସ୍ପିନର ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମରେ ମୁଖ୍ୟ କୋଚ୍‌ ଦୀନେଶ ମୋଙ୍ଗିଆଙ୍କ ଦ୍ୱାରା ମନୋନୀତ ୪୬ ଜଣ ଖେଳାଳି ଏହି ୧୫ ଦିନିଆ ଶିବିରରେ ଯୋଗଦେଇଛନ୍ତି। ୧୪ରୁ ୨୧ ବର୍ଷୀୟ ଖେଳାଳିଙ୍କୁ ନେଇ ହେଉଥିବା କ୍ୟାମ୍ପରେ ଦୈନିକ ୩ଟି ସେଶନ କରାଯିବ। ୧୪ରୁ ୧୬ ବର୍ଷ ବୟସର ଖେଳାଳିଙ୍କୁ ବୋଲିଂ ଆକ୍ସନ ସହିତ ଶୃଙ୍ଖଳା ଶିଖାଇବା ଉପରେ ଗୁରୁତ୍ୱାରୋପ କରାଯିବ। ସେହିପରି ୧୭-୨୧ ବର୍ଷ ବୟସର ଖେଳାଳିଙ୍କୁ ବୋଲିଂ ଟେକ୍‌ନିକ ସହିତ ମ୍ୟାଚ୍‌ ଖେଳିବା ପାଇଁ ମାନସିକ ଭାବରେ ପ୍ରସ୍ତୁତ କରାଯିବ। ସମସ୍ତ ଖେଳାଳିଙ୍କ ବୋଲିଂ ଆକ୍ସନର ଭିଡିଓ ମନିଟର କରାଯିବା ସହିତ ସୁଧାର ଆଣିବାକୁ ପ୍ରୟାସ କରାଯିବ। କ୍ରିକେଟ ଖେଳରେ ସ୍ପିନରଙ୍କ ଭୂମିକା ଯଥେଷ୍ଟ ଅଧିକ ଗୁରୁତ୍ୱ ଥାଏ। ଯେ କୌଣସି ସମୟରେ ମ୍ୟାଚର ମୋଡ଼ ବଦଳାଇବାରେ ସ୍ପିନର ସ୍ବତନ୍ତ୍ର ଭୂମିକା ଥାଏ । ସେମାନଙ୍କୁ ପ୍ରଶିକ୍ଷଣ ଦେଇ ଓଡ଼ିଶାକୁ କିଛି ଭଲ ସ୍ପିନର ଦେବା ତାଙ୍କର ଲକ୍ଷ୍ୟ ବୋଲି ଭେଙ୍କଟପତି ରାଜୁ ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଓସିଏର ସିଇଓ ସୁବ୍ରତ ବେହେରା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୫୪ ବର୍ଷ ବୟସ୍କ ଭେଙ୍କଟପତି ରାଜୁ ୧୯୯୦ରୁ ୨୦୦୧ ମଧ୍ୟରେ ଭାରତ ପାଇଁ ୨୮ ଟେଷ୍ଟରୁ ୯୩ ଏବଂ ୫୩ ଦିନିକିଆରୁ ୬୩ ୱିକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?