ଜୀବନର ଲକ୍ଷ୍ୟ

ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ ଜୀବନ ଅତିବାହିତ କରିବାକୁ ନିଷ୍ପତ୍ତି ଗ୍ରହଣ କରିବା ଖବର ଚର୍ଚ୍ଚାର ବିଷୟ ହୋଇଛି। ବିଷୟାସକ୍ତିକୁ ପରିହାର କରି ଏ ଦମ୍ପତି ଜୀବନର ନିର୍ମମ ବାସ୍ତବତାକୁ ଆପଣେଇ ନେବାର ଯେଉଁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି,ଏବେକାର ସମାଜ ପାଇଁ ଏକ ଶିକ୍ଷଣୀୟ ଉହାହରଣ। ସୂଚନାଯୋଗ୍ୟ, ଏ ଦମ୍ପତିଙ୍କର ୧୬ ବର୍ଷର ପୁଅ ଓ ୧୯ ବର୍ଷୀୟା ଝିଅ ଦୁଇବର୍ଷ ପୂର୍ବରୁ ସନ୍ନ୍ୟାସ ବ୍ରତ ଗ୍ରହଣ କରିସାରିଛନ୍ତି। ଏବେ ଏ ଦମ୍ପତି ପୁଅଝିଅଙ୍କ ମାର୍ଗ ଅନୁସରଣ କରିବାକୁ ଉଚିତ ମନେକଲେ। ବାଃ, ଏ ହେଉଛି ପ୍ରକୃତ ସଂସ୍କାର ଓ ସୁଧାରର କଥା। ସାଧାରଣତଃ ପିଲାମାନେ ଛୋଟ ଅବସ୍ଥାରୁ ପରିବାରର ମା’ବାପା ଓ ଅନ୍ୟାନ୍ୟ ଗୁରୁଜନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥା’ନ୍ତି, ସଂସ୍କାର, ଆଚାର ବିଚାର, ନୀତି, ଶୃଙ୍ଖଳା ଶିଖନ୍ତି, ଜୀବନରେ ଭଲ ମଣିଷ ହେବାକୁ ସଂକଳ୍ପ ନେଇଥାନ୍ତି। ହେଲେ ପୁଅ ଝିଅ ସନ୍ନ୍ୟାସୀ ହେବାପରେ ମା’ବାପା ସନ୍ନ୍ୟାସୀ ହେବାକୁ ଯାଉଥିବା ଖବର ନିଶ୍ଚିତଭାବେ ଗୁରୁତ୍ୱପୂର୍ଣ୍ଣ।
ଆମ ସମାଜର ଅନେକ କ୍ଷେତ୍ରରେ ପୁଅ ଝିଅମାନେ ମା’ବାପାଙ୍କ କଥା ଶୁଣିବାକୁ ଆଦୌ ପ୍ରସ୍ତୁତ ନୁହନ୍ତି, ଆତ୍ମନିର୍ଭରଶୀଳ ନ ହୋଇ ମଧ୍ୟ ମା’ ବାପାଙ୍କୁ ନାନା ମାନସିକ ଯନ୍ତ୍ରଣା ଦେଇଥା’ନ୍ତି। ପୁଅ ଝିଅଙ୍କ ନିର୍ଯ୍ୟାତନାର ଶିକାର ହୋଇ ମା’ ବାପାମାନେ ଜରାଶ୍ରମକୁ ନିଜର ଶେଷ ଆଶ୍ରୟ ବୋଲି ଆପଣେଇନେବାକୁ ବାଧ୍ୟହୁଅନ୍ତି। ସେଇ ସଙ୍କଟ ସମୟରେ ଧନସମ୍ପତ୍ତି, ଭୋଗବିଳାସ, ବଳ ବୟସ, ଐଶ୍ୱର୍ଯ୍ୟ, ପ୍ରାଚୁର୍ଯ୍ୟକୁ ତେଜି ତରୁଣ ବୟସରେ ସନ୍ନ୍ୟାସୀ ହୋଇ ମା’ବାପାଙ୍କୁ ସନ୍ନ୍ୟାସୀ ହେବା ପାଇଁ ସୁଯୋଗ ସୃଷ୍ଟି କରିବା ନିଶ୍ଚିତ ଭାବେ ପରମାର୍ଥୀ ପୁଅ ଝିଅଙ୍କର ଏ ହେଉଛି ସର୍ବୋତ୍ତମ ଲକ୍ଷଣ।
ଆୟ ବହିର୍ଭୂତ ଟଙ୍କାପଇସା, ଧନସମ୍ପତ୍ତି ଠୁଳ କରିବା, ଅନ୍ୟର ସମ୍ପତ୍ତି ଓ ସର୍ବସାଧାରଣ ସମ୍ପତ୍ତିକୁ ହଡ଼ପ କରିବା, ସ୍ବାର୍ଥସାଧନ ଓ ନିଜର ଗୁରୁତ୍ୱ ବଢ଼ାଇବା ପାଇଁ ଅସାଧୁ ଉପାୟରେ ଅନ୍ୟମାନଙ୍କୁ ପଛରେ ପକେଇ ଆଗକୁ ବଢ଼ିବାର ଅସହିଷ୍ଣୁ ପ୍ରତିଯୋଗିତାରେ ଆମେ ମୋହାନ୍ଧ ହୋଇଯାଇଛୁ । ସହଜରେ ଆମେ ଜାଣିପାରୁନାହୁଁ କି ବୁଝିପାରୁନାହୁଁ; ଏବେ ଆମର ସ୍ଥିତି କେଉଁଠି, ପୁଣି କୁଆଡ଼କୁ ଆମର ଗତି? ଆମ ଭିତରେ ପ୍ରବଳ ଧର୍ମଭାବନା, ଈଶ୍ୱରବିଶ୍ୱାସ ରହିଛି ଅଥଚ ଦୁଃଖୀରଙ୍କି, ନିରନ୍ନ, ନିରାଶ୍ରୟ ବୁଭୁକ୍ଷୁ, ବେସାହାରା ମଣିଷମାନଙ୍କୁ ମୁକ୍ତହସ୍ତରେ କିଛି ଦାନ ଖଇରାତ କରିବାକୁ ଚାହୁଁନାହୁଁ। ଏମାନଙ୍କୁ ଦେଖି ନ ଦେଖିବାର ଅଭିନୟ କରୁ କିମ୍ବା ବାଟ ଭାଙ୍ଗି ଚାଲିଯାଉ। ଆବଶ୍ୟକ ପଡ଼ିଲେ ଏମାନଙ୍କୁ ଗାଳିଗୁଲଜ, ନିନ୍ଦା ତିରସ୍କାର, ଧିକ୍କାର କରୁ। ଅତଏବ ସମ୍ପଦ, ବିଭବ, ପ୍ରାଚୁର୍ଯ୍ୟର ବଳୟରୁ ବାହାରି ଆମ ଅର୍ଜିତ ସମ୍ପତ୍ତିକୁ ସାଧାରଣ ଲୋକଙ୍କ ଭିତରେ ବାଣ୍ଟିଦେଇ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସ ବ୍ରତ ଅବଲମ୍ବନ କରିବା ସମ୍ପୂର୍ଣ୍ଣ ଅସମ୍ଭବ ଓ ଅବାସ୍ତବ ପ୍ରତ୍ୟୟ ହେବା ସ୍ବାଭାବିକ।
ଜୀବନ ଅଛି ତ ମୃତ୍ୟୁ ଅବଶ୍ୟମ୍ଭାବୀ। ତେବେ ଜୀବଦ୍ଦଶାରେ ଆମେ କ’ଣ କରୁଛୁ, କ’ଣ କରିବା ଉଚିତ; ଏ ବାବଦରେ କେବେ କ’ଣ ଭାବୁ କି? ହିଂସା, କ୍ରୋଧ, ଈର୍ଷା, ଦ୍ୱେଷ, ଅସହିଷ୍ଣୁତା, ପରଶ୍ରୀକାତରତା, ଗର୍ବ, ଅହଙ୍କାର, ଆସ୍ପର୍ଦ୍ଧା, ଅର୍ଥ, କ୍ଷମତା, ପ୍ରତିପତ୍ତି,ପଦପଦବୀର ସମ୍ମୋହନରେ ସମ୍ମୋହିତ ହୋଇ ଆମେ ଆମର ଦୂରଦୃଷ୍ଟି ହରେଇବସୁ, ହିତାହିତ ଜ୍ଞାନଶୂନ୍ୟ ହୋଇ ଜୀବନର ଅର୍ଥ, ମହତ୍ତ୍ୱ ଓ ଗୁରୁତ୍ୱକୁ ସହଜରେ ଉପଲବ୍ଧି କରିପାରୁନାହୁଁ। ଯେହେତୁ ଜୀବନକାଳ ସ୍ବଳ୍ପ ସୀମିତ, ନିର୍ଦ୍ଦିଷ୍ଟ ସୀମା ବାହାରେ ଜୀବନର ପରିକଳ୍ପନା କରିବା ନିରର୍ଥକ, ତେଣୁ ସବୁଦିନ ଜୀବନ ଜିଇବା ଅସମ୍ଭବ। ଆମ ମୃତ୍ୟୁ ପରେ ଅର୍ଜିଥିବା ଧନସମ୍ପତ୍ତିର ମୂଲ୍ୟ କେତେ, ଅସ୍ତିତ୍ୱ ଅବା କ’ଣ? ଏ ଧନସମ୍ପତ୍ତିର ମାଲିକାନା ଆଉ କାହା ହାତକୁ ଚାଲିଯିବ!
ସମସ୍ୟା, ସଙ୍କଟ, ଝାମେଲା, ଝିଂଝଟ ଭିତରେ ଧନ୍ଦିହୋଇ ଅତିଷ୍ଠ ଲାଗେ ଜୀବନ। ଏ ସବୁ ଭବବନ୍ଧନରୁ ମୁକ୍ତି ପାଇବା ପାଇଁ ମନ ଚାହେଁ ଚିରନ୍ତନ ଆଶ୍ୱସ୍ତି, ହୃଦୟ ଚାହେଁ ପରମ ଶାନ୍ତି। ଭୂପ୍ରେମ, ଶାଶ୍ବତ ଚେତନାରେ ଉଦ୍‌ବୁଦ୍ଧ ଓ ଅଭିମନ୍ତ୍ରିତ ହୋଇ ଈଶ୍ବରଙ୍କ ଉପାସନା ପାଇଁ ସନ୍ନ୍ୟାସ ହେବାଠାରୁ ବୋଧହୁଏ ଏ ସଂସାରରେ ଆଉ ବଡ଼ ବିକଳ୍ପ କିଛି ନାହିଁ । ଏହା ହିଁ ଜୀବନର ଶ୍ରେଷ୍ଠ ପନ୍ଥା ଓ ଜୀବନ ଦର୍ଶନର ଦିବ୍ୟ ଉପଲବ୍ଧି!

  • ରାଧାଶ୍ୟାମ ରାଉଳ
    ମୋ:୮୯୧୭୪୭୯୬୪୦

Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri