ଶିମିଳିପାଳ ସୁରକ୍ଷାରେ ଏଆଇ କ୍ୟାମେରା

ବାରିପଦା,୨୦।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଜଗିଛି ଏଆଇ କ୍ୟାମେରା। କ୍ୟାମେରା ମାଧ୍ୟମରେ ଶିମିଳିପାଳକୁ ସୁରକ୍ଷିତ ରଖିବା ଓ ବନାଗ୍ନିରୁ ରକ୍ଷା କରିବା ନେଇ ବନ ବିଭାଗ ପକ୍ଷରୁ ନିଆଯାଇଥିବା ସ୍ବତନ୍ତ୍ର ପଦକ୍ଷେପ ସଫଳ ହେବାରେ ଲାଗିଛି। ଏପରିକି ଶିକାରୀ ଓ କାଠ ବ୍ୟବସାୟୀଙ୍କ ଅନୁପ୍ରବେଶକୁ ରୋକିବାରେ ଏହି କ୍ୟାମେରା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏଥିରେ ସଫଳତା ବୃଦ୍ଧି ପାଇଲେ ବର୍ଷକ ମଧ୍ୟରେ ୧୦୦୦ରୁ ଊର୍ଦ୍ଧ୍ୱ ଏଆଇ କ୍ୟାମେରା ଲଗାଯିବ ବୋଲି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ କହିିଛନ୍ତି।
ବ୍ୟାଘ୍ର ଓ ହସ୍ତୀ ଅଭୟାରଣ୍ୟ ଭାବେ ଶିମିଳିପାଳର ପ୍ରସିଦ୍ଧି ରହିିଛି। ବାଘ ବଂଶ ବୃଦ୍ଧି ଲାଗି ଏହି ଅଭୟାରଣ୍ୟ ପ୍ରକୃଷ୍ଟ ଜଙ୍ଗଲ ବୋଲି ଏନ୍‌ଟିସିଏ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଅଭୟାରଣ୍ୟର ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ବଂଶବୃଦ୍ଧି ନିମନ୍ତେ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି। ଶିକାରୀ ଓ କାଠ ବ୍ୟବସାୟୀଙ୍କ କବଳରୁ ସୁରକ୍ଷା ଦେବା ନିମନ୍ତେ ଅଭୟାରଣ୍ୟର କୋର୍‌ ଓ ବଫର ଅଞ୍ଚଳରେ ଅତ୍ୟାଧୁନିକ ଏଆଇ କ୍ୟାମେରା ଖଞ୍ଜା ଯାଇଛି। ବନାଗ୍ନି ସମ୍ପର୍କରେ ସୂଚନା ପାଇବା ପାଇଁ ଟାୱାର ମାଧ୍ୟମରେ ଏହି କ୍ୟାମେରା ଲଗାଯାଇଛି। ନିଅଁା ଲାଗିବା ମାତ୍ରେ ଖୁବ୍‌ଶୀଘ୍ର ଏହାର ଫଟୋ ବନ ବିଭାଗର ହସ୍ତଗତ ହେବା ବ୍ୟବସ୍ଥା ରହିଛି। ସେହିପରି ବନ୍ୟଜନ୍ତୁଙ୍କୁ ଶିକାର ଉଦ୍ଦେଶ୍ୟରେ ଅଭୟାରଣ୍ୟକୁ ପ୍ରବେଶ କରୁଥିବା ଶିକାରୀମାନଙ୍କୁ ଠାବ କରିବା ଓ ଧରିବା ପାଇଁ ଟ୍ରାଇଲଗାର୍ଡ ଓ ପେନ ଟିଲ୍ଟ ଜୁମ୍‌ (ପିଟିଜେଡ୍‌) କ୍ୟାମେରା ଲଗାଯାଇଛି। ପିଟିଜେଡ୍‌ ହେଉଛି ଏକ ରୋବୋଟିକ କ୍ୟାମେରା। ଯାହା ତିନୋଟି ଅକ୍ଷରେ ଗତି କରିବା ସହିତ ତଦାରଖ କରିବାରେ ସହାୟକ ହୋଇଥାଏ। ସେହିପରି ଭିଏଚ୍‌ଏଫ୍‌ ସଂଯୋଗ ରହୁଥିବା ଅଞ୍ଚଳଗୁଡ଼ିକରେ ଚଳପ୍ରଚଳ କରୁଥିବା ଶିକାରୀମାନଙ୍କ ରାସ୍ତାରେ ଖଞ୍ଜାଯାଇଥିବା କ୍ୟାମେରା ଦୁଇ ମିନିଟ୍‌ ମଧ୍ୟରେ ସେମାନଙ୍କ ଫଟୋକୁ ସ୍ବୟଂଚାଳିତ ଭାବେ ବନ ବିଭାଗକୁ ପଠାଉଛି। ଜିପିଏସ୍‌ ସଂଲଗ୍ନ କ୍ୟାମେରା ଫଟୋରେ ଠିକ୍‌ ସ୍ଥାନ ନିରୁପଣ କରି ସୂଚନା ପ୍ରଦାନ କରିବାରେ ଲାଗିଛି। ଏହାକୁ ଦେଖି ଅଧିକାରୀମାନେ ଯଥାଶୀଘ୍ର ପାଟ୍ରୋଲିଂ କରୁଥିବା କର୍ମଚାରୀଙ୍କୁ ସୂଚନା ଦେଇ ଶିକାରୀଙ୍କୁ ଧରିବାରେ ସଫଳ ହେଉଛନ୍ତି। ଉକ୍ତ କ୍ୟାମେରା କେବଳ ବନ୍ୟଜନ୍ତୁ, ଗାଡ଼ିମୋଟର, ବାଇକ୍‌ ଓ ମଣିଷର ଫଟୋକୁ ଉତ୍ତୋଳନ କରୁୁଛି। ଏହା ଦ୍ୱାରା ଅନୁପ୍ରବେଶକାରୀ ଓ ଚୋରାଚାଲାଣକାରୀଙ୍କୁ ଧରିବାରେ ବନ ବିଭାଗ ସଫଳ ହେଉଛି। ବନ୍ୟଜନ୍ତୁଙ୍କ ଦେହାବଶେଷ ଚୋରା ଚାଲାଣ କରାଯାଉଥିବା ସମୟର ଫଟୋ ସଙ୍ଗେ ସଙ୍ଗେ ମିଳିବା ପରେ ସରକାରୀ ସାକ୍ଷୀଙ୍କ ଉପସ୍ଥିତିରେ ଚଢ଼ାଉ କରି ମାମଲାକୁ ସୁଦୃଢ଼ କରାଯାଉଛି। ଏହା ଦ୍ୱାରା ଶିକାରୀମାନେ ସହଜରେ ଆଇନ ହାତରୁ ମୁକୁଳିପାରିବେ ନାହିଁ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡ଼ା କହିଛନ୍ତି। ଆଗାମୀ ଦିନରେ ହାତୀ ଶିକାରକୁ ସମ୍ପୂର୍ଣ୍ଣ ରୋକିବା ଦିଗରେ କଡ଼ା ପଦକ୍ଷେପ ନିଆଯାଇଛି। ଅଭୟାରଣ୍ୟରେ ପୂର୍ବରୁ ୧୦୦ଟି ଏଆଇ କ୍ୟାମେରା ଖଞ୍ଜା ଯାଇଛି। ବର୍ତ୍ତମାନ ୫୦ରୁ ଅଧିକ କ୍ୟାମେରା ଲଗାଯାଉଛି। ବର୍ଷକ ମଧ୍ୟରେ ୧୦୦୦ ଏଆଇ କ୍ୟାମେରା ଲାଗିବ ବୋଲି ବିଭାଗ ସୂଚନା ଦେଇଛି।
ତେବେ ବାଘ ପାଇଁ ଲଗାଯାଇଥିବା କ୍ୟାମେରାଗୁଡ଼ିକରେ ଫଟୋ ଉତ୍ତୋଳନ ସମୟରେ ନାଲି ଲାଇଟ ଜଳୁଥିବାରୁ ତାହା ଶିକାରୀମାନେ ଜାଣିପାରୁଛନ୍ତି। ଅତ୍ୟାଧୁନିକ ଏଆଇ କ୍ୟାମେରା ସମ୍ପର୍କରେ କୌଣସି ଶିକାରୀ କିମ୍ବା ଜଙ୍ଗଲରେ ଚଳପ୍ରଚଳ କରୁଥିବା ଲୋକମାନେ ଅଜ୍ଞାତ ରହିବେ ବୋଲି ପିସିସିଏଫ ନନ୍ଦ ପ୍ରକାଶ କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଦେବାରେ ଏଆଇ କ୍ୟାମେରା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରୁଥିବାରୁ ଶିକାରରେ ରୋକ ଲାଗିପାରିବ ବୋଲି ବନ ବିଭାଗ ଆଶା ପ୍ରକଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ସନ୍ଦେହଜନକ ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର; ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଖଟରେ ସ୍ବାମୀ…

ଖଡ଼ିଆଳ,୧୩।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମନିବାସୀ ସ୍ୱାମୀ ସ୍ତ୍ରୀ ଦୀର୍ଘଦିନ ହେବ ଭିମାଖୋଲ ଛକରେ ରହୁଥିଲେ । ଦୁହେଁ ହସଖୁସିରେ…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?